ଗଜପତି(ସଂଘର୍ଷ ମିଡିଆ) : – ଗଜପତି ଜିଲ୍ଲା ମୋହନା ନିର୍ବାଚନ ମଣ୍ଡଳିର ନୂଆଗଡ ବ୍ଲକ ଉଦୟପୁର ଗ୍ରାମପଞ୍ଚାୟତର ସୁନ୍ଦରବାଡ ଗ୍ରାମରେ ବିଜୁ ଜନତା ଦଳର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଏହି ମିଶ୍ରଣ ପର୍ବରେ ୭୭୧ରୁ ଉର୍ଦ୍ଧ କଂଗ୍ରେସ ଓ ବିଜେପି କର୍ମୀ ମାନ୍ୟବର ଖାଦ୍ଯ ଯୋଗାଣ, ଖାଉଟି କଲ୍ୟାଣ,ସମବାୟ ଓ ଉଚ୍ଛଶିକ୍ଷା ମନ୍ତ୍ରୀ ତଥା ଜିଲ୍ଲା ପର୍ଜ୍ୟବେକ୍ଷକ ଶ୍ରୀ ଅତୁନ ସବ୍ୟସଚୀ ନାୟକଙ୍କ ଉପସ୍ଥିତି ରେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି । ଏହି ଅବସରରେ ବରିଷ୍ଠ ନେତା ତଥା ହାଇଟେକ ଗୃପ ଅଧ୍ୟକ୍ଷ ଡଃ. ତିରୁପତି ପାଣିଗ୍ରାହୀ,ଜିଲ୍ଲା ବିଜେଡ଼ି ସଭାପତି ଶ୍ରୀ ଜଗବନ୍ଧୁ ଦାସ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି. ତିରୁପତି ରାଓ, ସହ ଜିଲ୍ଲା ପର୍ଜ୍ୟବେକ୍ଷକ ପୃଥିବୀ ରାଜ ସାହୁ ଏସଡ଼ିସି ଅଧ୍ୟକ୍ଷା ମରିୟମ ରଇତ,ରାଜ୍ୟ ବିଜେଡ଼ି ସମ୍ପାଦକ ଶ୍ରୀ ମରୁତ ପାଲ ଓ ଶ୍ରୀ ବସନ୍ତ ଦାସ,ଜିଲ୍ଲା ଉପସଭାପତି ଲକ୍ଷ୍ମୀକାନ୍ଥ ପରିଚ୍ଛା,ବ୍ଲକ ଅଧ୍ୟକ୍ଷ ପ୍ରେମ ମାଝି , ଯୁବସଭାପତି ଏସ ଲିଙ୍ଗାରାଜୁ, ବ୍ଲକ ଯୁବ ସଭାପତି ଜୁଆନ ଛିଞ୍ଚାଣି ଓ ନୂଆଗଡ ବ୍ଲକର ଅନେକ କର୍ମୀ ମାନେ ଯୋଗଦେଇଥିଲେ । ଏହି ସଭାଟିକୁ ଜିଲ୍ଲା ଉପସଭାପତି ତଥା ଏସଡ଼ିସି ସଦସ୍ୟ ଜେମ୍ସ ରାଇକା ପରିଚାଳନା କରିଥିଲେ ।