ବିଜାତଳା ଓ ନୁସାଡ଼ିହି ପଞ୍ଚାୟତରେ ବିକାଶର ବାର୍ତ୍ତା ନେଇ ବିଜୁ ଜନତା ଦଳର ଜନସମ୍ପର୍କ ପଦଯାତ୍ରା

27

Get real time updates directly on you device, subscribe now.

ରାଇରଙ୍ଗପୁର(ସଂଘର୍ଷ ମିଡିଆ) : – ବିଜାତଳା ବ୍ଲକ। ଗାନ୍ଧୀ ଜୟନ୍ତୀ ଠାରୁ ଅକ୍ଟୋବର ୧୧ ତାରିଖ ଜୟପ୍ରକାଶ ନାରାୟଣ ଜୟନ୍ତୀ ପର୍ଯ୍ୟନ୍ତ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ସାରା ରାଜ୍ୟରେ ବିଜେଡ଼ିର ଜନ ସଂପର୍କ ପଦଯାତ୍ରା ଅନୁଷ୍ଠିତ ହେବା ପାଇଁ ସ୍ଥିର ହୋଇଥିଲା । ତେଣୁ ମୟୂରଭଞ୍ଜ ଜିଲ୍ଲାର ସାରସକଣା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଵିଜାତଳା ବ୍ଳକର ବିଜାତଳା ଓ ନୁସାଡ଼ିହି ପଞ୍ଚାୟତର ବଡ଼ଚମ୍ପାଉଦା ଗ୍ରାମରେ ବିଜେଡ଼ିର ଜନସଂପର୍କ ପଦଯାତ୍ରା ବ୍ଳକ ସଭାପତି ତଥା ପ୍ରାକ୍ତନ ଅଧ୍ଯକ୍ଷ ମାଝିଆରାମ ମାଝୀଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପଦଯାତ୍ରାରେ ପୂର୍ବତନ ବିଜାତଳା ବ୍ଳକ ଅଧ୍ୟକ୍ଷ ନିମାଇଁ ଚରଣ ମୁର୍ମୁ, ସୁକାନ୍ତି ମୁର୍ମୁ, ଜିଲ୍ଲା ପରିଷଦ ସଭ୍ୟ ଶ୍ରୀମତୀ ପର୍ବତି ଟୁଡୁ ଏବଂ ରାମଚନ୍ଦ୍ର ମୁର୍ମୁ, ମହିଳା ପ୍ରେସିଡେଣ୍ଟ ରଶ୍ମିରେଖା ମହାନ୍ତ,ଲୁସାଡ଼ିହି ସରପଞ୍ଚ ଦୁର୍ଗା ଚରଣ ହେମ୍ବ୍ରମ, ପଞ୍ଚାୟତ ସମିତି ମେମ୍ବର ବାସନ୍ତୀ ମାଝୀଙ୍କ ସହ ଶତାଧିକ ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀସଦସ୍ୟ,କୃଷକ,ଛାତ୍ର,ଦିବ୍ଯାଙ୍ଗ, ଗାଁ ମୁରବି ଯୋଗ ଦେଇଥିଲେ । ଆଦିବାସୀ ପାରଂପରିକ ଢୋଲ,ମାଦଳ ବଜାଇ ସରକାର ଙ୍କ ଯୋଜନା ସମ୍ବନ୍ଧରେ ଗାଁ ପରିଭ୍ରମଣ କରିଥିଲେ ।ପରେ ଆନନ୍ଦରେ ନୃତ୍ୟ କରିଥିଲେ । ନେତୃବୃନ୍ଦ କହିଥିଲେ ସରକାରଙ୍କ ବହୁବିଧ ଯୋଜନା ତଥା ମମତା ଯୋଜନା, ହରିଶ୍ଚନ୍ଦ୍ର ଯୋଜନା,କିଶୋରୀ ଯୋଜନା, ମଧୁବାବୁ ପେନସନ, ଗୋପବନ୍ଧୁ ଯୋଜନା,କଳାକାର ଭତ୍ତା,ଦିବ୍ୟାଙ୍ଗ ଯୋଜନା,କାଳିଆ ଯୋଜନା, ଛାତ୍ରବୃତ୍ତି,ଶ୍ରମିକ କଲ୍ୟାଣ ଯୋଜନା,ଖାଦ୍ଯ ସୁରକ୍ଷା,ଆବାସ ଯୋଜନା,ବିଜୁ ସେତୁ,ଘରକୁ ଘର ପାଣି, ବିଜୁ ଜ୍ୟୋତି,ଐତିହାସିକ ବିଜୁ ସ୍ବାସ୍ଥ୍ୟ ଯୋଜନା, ବିଦ୍ୟାଳୟ , ହସ୍ପିଟାଲ ରୂପାନ୍ତିକରଣ,ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା, ବିପର୍ଯ୍ୟୟ ପରିଚାଳନା,ବିଶ୍ଵ ସ୍ତରୀୟ କ୍ରୀଡା,ପଛୁଆ ବର୍ଗ କଲ୍ୟାଣ ଯୋଜନା, ଆଦିବାସୀ କଲ୍ୟାଣ ଯୋଜନା,ମହିଳା ବିକାଶ,କୃଷି ଓ କୃଷକ ଉନ୍ନତିକରଣ,ବହୁ ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା ଭଳି ବହୁ ଜନକଲ୍ଯାଣ ଯୋଜନା କରିଛନ୍ତି ।ତଦସହ ଏହି ସବୁ ଯୋଜନାରୁ ଯେଉଁମାନେ ବଂଚିତ ହୋଇଛନ୍ତି ସେମାନଙ୍କୁ ଚିହ୍ନଟ କରି ଯୋଜନାରୁ କିଭଳି ଉନ୍ନତି ହେବ ସେଥିପାଇଁ ସ୍ଥାନୀୟ ନେତୃବୃନ୍ଦ ଚେଷ୍ଟା କରିବେ ବୋଲି କହିଥିଲେ ।ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରୁ ନିରୋଜ କୁମାର ସାହୁଙ୍କ ରିପୋର୍ଟ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More