ବାଜପାୟୀ କହିଥିଲେ ଭଲ , ମୋଦୀ କହିଲେ ନବୀନ ଖରାପ

19

Get real time updates directly on you device, subscribe now.

ଭୁବନେଶ୍ବର(ସଂଘର୍ଷ ମିଡିଆ) : ଓଡିଶାରେ ୨୦୦୦ ମସିହା ପରେ ବିଜେଡ଼ି ବିଜେପି ମେଣ୍ଟ ଗଠନ ହୋଇଥିଲା । ଉଭୟ ଦଳ ଦୀର୍ଘ ୯ ବର୍ଷ ଧରି ଓଡ଼ିଶାକୁ ଶାସନ କରିଥିଲେ । ସେହି ସମୟରେ ନବୀନଙ୍କ ଶାସନ ଶୈଳୀ ଉପରେ ସନ୍ତୁଷ୍ଟ ହୋଇ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ କହିଥିଲେ ନବୀନଙ୍କ ଶାସନ ଭଲ ଓ ଲୋକାଭିମୁଖୀ । ମନୋହର ଜୋଶୀ , ଲାଲକୃଷ୍ଣ ଆଡଭାନୀ କୁହନ୍ତୁ ଯେତେବେଳେ କେନ୍ଦ୍ରୀୟ ବଡ ବଡ ନେତା ଓଡିଶା ଆସିଛନ୍ତି ସମସ୍ତଙ୍କ ମୁହଁରେ ଫୁଟି ଉଠୁଥିଲା ନବୀନଙ୍କ ପ୍ରଶଂସା । ମେଣ୍ଟ ୨୦୦୯ ପରେ ଭାଙ୍ଗିଲା ପରେ ୨୦୨୪ରେ ପୁଣି ମେଣ୍ଟ ହେବା ଆଲୋଚନା ହେଇଥିଲା । ସେହି ସମୟରେ ଯାଜପୁର ପାଣିକାଇଲି ସଭାରେ ମୋଦୀ କହିଥିଲେ ନବୀନ ଆମର ମିତ୍ର । ମେଣ୍ଟ ଭାଙ୍ଗିବା ପରେ ମିତ୍ରତା ଆଜି ଶତ୍ରୁତାରେ ପରିଣତ ହୋଇଛି । ନବୀନଙ୍କ ଶାସନ ହଟେଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡିଶାର ୩ଟି ଜନସଭାରେ ବିଜେଡ଼ି ସରକାର ହଟେଇବା ପାଇଁ ଆହ୍ଵାନ ଦେଇଛନ୍ତି । ଏଠାରେ ସାଧାରଣରେ ପ୍ରଶ୍ନ ଉଠେ ବିଜେଡ଼ି ଯଦି ଖରାପ ଦୀର୍ଘ ୯ ବର୍ଷ ମେଣ୍ଟ ସରକାରରେ ବିଜେପି ଥିଲା କେମିତି ? ୨୦୨୪ ରେ ମେଣ୍ଟ କଣ ପାଇଁ ଚିନ୍ତା କରିଥିଲେ ଉଭୟ ଦଳ । ବାଜପେଯୀ ଥିଲେ ସୁନାମ ଧନ୍ୟ ରାଜନେତା , ତାଙ୍କ ଆଖିରେ ନବୀନ ଥିଲେ ଭଲ କିନ୍ତୁ ମୋଦୀଙ୍କ ଆଖିରେ ନବୀନ ଆଜି ଖରାପ । ଏବେ ଏହାକୁ ନେଇ ସାଧାରଣରେ ଚର୍ଚା ଜୋର ଧରିଛି । ତେଣୁ ଓଡିଶାରେ କେବଳ ରାଜନୀତି ଜିତିବା ପାଇଁ ଖରାପ ଭଲ କହିବା ପୂର୍ବରୁ ଅନେକ କଥା ବିଚାରକୁ ନେବାର ଥିଲା । ଯେଉଁ ନବୀନ ଜାତୀୟ ପ୍ରସଙ୍ଗରେ ମୋଦୀଙ୍କୁ ସବୁଥିରେ ସମର୍ଥନ କରି ଆସୁଥିଲେ ଓ ଯେଉଥି ପାଇଁ ରାଜ୍ୟସଭାରେ ବହୁତ ଗୁରୁତ୍ବପୂର୍ଣ ବିଲ ବିଜେପି ଶାସନରେ ପାରିତ ହୋଇଥିଲା , ସେଥିରେ ପ୍ରମୁଖ ଭୂମିକା ଥିଲା ମୁଖ୍ୟମନ୍ତ୍ରୀ ନବୀନଙ୍କର । ଆଜିର ସଭାରେ ପ୍ରଧାନମନ୍ତ୍ରୀ କହିଥିଲେ, ବିଜେଡି ସରକାର ଏଠାରେ ବିକାଶ କାର୍ଯ୍ୟରେ ବିଫଳ ହୋଇଛି। ଓଡ଼ିଶାରେ ସରକାର ପୂରା ଆଉଟସୋର୍ସ ହୋଇଯାଇଛି। ଯିଏ ଓଡ଼ିଶାକୁ ଜାଣିନି, ତା’ ହାତକୁ ଓଡ଼ିଶା ଯିବା ଉଚିତ କି ? ମୋ ଓଡ଼ିଶାକୁ ବଞ୍ଚାଇବାକୁ ଆପଣମାନଙ୍କୁ ପ୍ରାର୍ଥନା କରୁଛି ବୋଲି ପ୍ରଧାନମନ୍ତ୍ରୀ ଅନୁରୋଧ କରିଥିଲେ। ଅପାର ପ୍ରାକୃତିକ ସମ୍ପଦରେ ଭରପୂର ଓଡ଼ିଶା ଗରିବ ହୋଇ ରହିଛି। ସବୁ ଧନସମ୍ପତ୍ତି ବିଜେଡି ନେତାଙ୍କ ଘରକୁ ପଳାଉଛି ବୋଲି ମୋଦୀ କହିଥିଲେ। ହଁ ଦର୍ଶକ ବନ୍ଧୁ ଭଲରୁ ଖରାପ ରଜନାତିକ ପ୍ରଣୋଦିତ ନୁହତ ? ଏବେ କାମ ସରିଗଲା ପରେ ନବୀନଙ୍କ ଶାସନ ଖରାପ ଓ ତାଙ୍କୁ ପରିବର୍ତ୍ତନ କରାଯାଉ , ଏହି କଥା କହିବା କେତେଦୂର ଓଡିଶାବାସୀ ଗ୍ରହଣ କରିବେ ତାହା ଆଜି ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More