ବର୍ଷା ଅନୁଭବ କଳି, ବାଦ ପଡିଲେ ଅମର

24

Get real time updates directly on you device, subscribe now.

ଭୁବନେଶ୍ବର(ସଂଘର୍ଷ ମିଡିଆ) : – ସବୁ ଠିକ ଥିଲା । ବଡଚଣା ନିର୍ବାଚନ ମଣ୍ଡଳୀରୁ ଟିକେଟ ପାଇଁ ଆସାଇଥିଲେ ବିଜେଡ଼ିର ବରିଷ୍ଠ ନେତା ଅମର ପ୍ରସାଦ ଶତପଥୀ । ୧୯୯୦ ମସିହାରୁ ନିଜର ରାଜନୈତିକ ଜୀବନ ଆରମ୍ଭ କରିଥିଲେ ଅମର । ରାଜନୈତିକ ଜୀବନ ଜନତାଦଳରୁ ଆରମ୍ଭ କରିଥିଲେ ଅମର । 1990ରୁ 2019 ପର୍ଯ୍ୟନ୍ତ କ୍ରମାଗତ ଜିତି ଆସୁଥିଲେ ବରିଷ୍ଠ ନେତା ଅମର ପ୍ରସାଦ ଶତପଥୀ । ଚଳିତ ନିର୍ବାଚନରେ ସେ ବିଜେଡ଼ିରୁ ଟିକେଟ ହରେଇଛନ୍ତି । ଟିକେଟ ପାଇଛନ୍ତି ବଲିଉଡ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ନିକଟରେ ସାଂସଦ ଅନୁଭବ ମହାନ୍ତି ବିଜେଡ଼ି ଛାଡି ବିଜେପିରେ ଯୋଗଦେଇଛନ୍ତି । ତାଙ୍କର ଛାଡପତ୍ର ମାମଲା ଏବେ ମାନ୍ୟବର କୋର୍ଟଙ୍କ ନିକଟରେ ବିଚାରାଧୀନ ଅଛି । ପାରିବାରିକ କଳହକୁ କେନ୍ଦ୍ରକରି ଫାଇଦା ନେଲା ବିଜେଡ଼ି । ହେଲେ ବଳିପଡିଲେ ବରିଷ୍ଠ ନେତା ଅମର ପ୍ରସାଦ ଶତପଥୀ । ସମୟ ନିଶ୍ଚୟ ଉତ୍ତର ଦେବ କେତେଦୂର ବର୍ଷା ପ୍ରିୟଦର୍ଶିନୀ ଏହି ନିର୍ବାଚନ ରଣାଙ୍ଗନରେ ଉତିର୍ଣ ହେବାରେ ସକ୍ଷମ ହେଉଛନ୍ତି ? ବ୍ଯୁରୋ ରିପୋର୍ଟ ସଂଘର୍ଷ ନ୍ୟୁଜ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More