ରାଉରକେଲା ( ସଂଘର୍ଷ ମିଡିଆ ) : ସମ୍ପ୍ରତି ଓଡ଼ିଶା ସରକାର ରାଜ୍ୟରେ ଥିବା ବିଦ୍ୟୁତ୍ ନିୟାମକ ଆୟୋଗ ମାଧ୍ୟମରେ ବିଦ୍ୟୁତ୍ ଶୁକ୍ସ ୟୁନିଟ୍ ପ୍ରତି ୩୦ ପଇସା ବୃଦ୍ଧି କରିଥିବାରୁ ରାଉରକେଲା ଜିଲ୍ଲା କଂଗ୍ରେସ ତରଫରୁ ଏହାର ତୀବ୍ର ପ୍ରତିବାଦ କରାଯାଇଛି । ଏହି ମର୍ମରେ ଆଜି ଜିଲ୍ଲା କଂଗ୍ରେସ ତରଫରୁ ଉଦିତନଗର ସ୍ଥିତ ରାଉରକେଲା ଇଲେକ୍ଟ୍ରିକାଲ ଡିଭିଜନ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇ ନିର୍ବାହୀ ଯନ୍ତ୍ରୀଙ୍କ ଜରିଆରେ ମାନ୍ୟବର ରାଜ୍ୟପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି । ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ବିରେନ ସେନାପତିଙ୍କ ନେତୃତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କଂଗ୍ରେସର ବରିଷ୍ଠ ନେତା ତଥା ପିସିସି ସଭ୍ୟ ଦେବବ୍ରତ ବିହାରୀ ବିକ୍ଷୋଭ ସଭାକୁ ସଞ୍ଚାଳନ କରିଥିବା ବେଳେ ରଘୁନାଥପାଲ୍ଲୀ କଂଗ୍ରେସ ନେତା ପ୍ରଶାନ୍ତ ସେଠୀ,ପିସିସି ସଭ୍ୟ ସନ୍ତୋଷ ବିଶ୍ବାଳ,ପୂର୍ବତନ କାର୍ଯ୍ୟକାରୀ ସବୀର ହୁସେନ, ମହିଳା କଂଗ୍ରେସ କାର୍ଯ୍ୟକାରୀ ସଭାନେତ୍ରୀ ନିରୂପମା ବଳିୟାରସିଂ, ଯୁବ କଂଗ୍ରେସ ରାଜ୍ୟ ସାଧାରଣ ସମ୍ପାଦକ ଜ୍ଞାନେନ୍ଦ୍ର ଦାସ,ବ୍ଲକ କଂଗ୍ରେସ ସଭାପତି ପ୍ରଦ୍ୟୁମ୍ନ ଷଡଙ୍ଗୀ ଓ ସରୋଜ ଜେନା, ବରିଷ୍ଠ ନେତା ଗିରିଜା ଶଙ୍କର ମିଶ୍ର, ଯୁବନେତା ଦିଲ୍ଲୀପ ଲାହିରି ଓ ସାରଦା ପ୍ରସନ୍ନ ଦାସ ପ୍ରମୁଖ ବକ୍ତବ୍ୟ ରଖି ତୁରନ୍ତ ରାଜ୍ୟ ସରକାର କରୋନା କାଳରେ ବୃଦ୍ଧି କରିଥିବା ଅହେତୁକ ବିଦ୍ୟୁତ୍ ଶୁକ୍ଳ ପ୍ରତ୍ୟାହାର କରିବାକୁ ଦାବି କରିଥିଲେ । ସମ୍ପ୍ରତି କରୋନା ମହାମାରୀ ଯୋଗୁଁ ବକେୟା ବିଦ୍ୟୁତ୍ ଦେୟ ସାଧାରଣ ଉପଭୋକ୍ତାମାନେ ଦେବାକୁ ସମର୍ଥ ହେଉନଥିବା ବେଳେ ପୁନଶ୍ଚ ଶୁକ୍ଳ ବୃଦ୍ଧି କରି ଉପଭୋକ୍ତାଙ୍କ ଉପରେ ଅଧିକ ବୋଝ ଲଦିଆଯାଉଛି ବୋଲି ବକ୍ତାମାନେ ଅଭିଯୋଗ କରିଥିଲେ । ବର୍ତ୍ତମାନ ସମୟରେ ସାଧାରଣ ଗରିବ ଉପଭୋକ୍ତା ମାନଙ୍କର ପୁରୁଣା ବକେୟା ଦେୟ ଛାଡ କରିବାକୁ ବକ୍ତାମାନେ ଦାବି କରିବା ସହିତ ବିଲ୍ ଆଦାୟ ବେଳେ ବିଭାଗୀୟ କର୍ମଚାରୀଙ୍କ ତରଫରୁ ଉପଭୋକ୍ତାଙ୍କ ଉପରେ ହେଉଥିବା ଜୁଲମକୁ କଡା ନିନ୍ଦା କରିଥିଲେ । ବର୍ତ୍ତମାନ ବିଦ୍ୟୁତ୍ ବିତରଣର ଠିକା ନେଇଥିବା ଟାଟା ପାୱାର କମ୍ପାନୀ ଏପ୍ରକାର ସାଧାରଣ ଜନ ଉପୀଡନ କାର୍ଯ୍ୟରୁ ନିବୃତ୍ତ ନ ହେଲେ ଆଗାମୀ ଦିନରେ କଂଗ୍ରେସ ଆନ୍ଦୋଳନକୁ ବ୍ୟାପକ କରିବ ବୋଲି ନେତୃବୃନ୍ଦ ଚେତାବନୀ ଦେଇ ପରିସ୍ଥିତି ପାଇଁ ସରକାର ଦାୟୀ ରହିବେ ବୋଲି କହିଥିଲେ।ସ୍ଥାନୀୟ ନିର୍ବାହୀ ଯନ୍ତ୍ରୀଙ୍କ ଜରିଆରେ ମାନ୍ୟବର ରାଜ୍ୟପାଳଙ୍କୁ ଜ୍ଞାପନ କରାଯାଇଥିବା ସ୍ମାରକପତ୍ରରେ ବର୍ଦ୍ଧିତ ଶୁଳ୍କ ବୃଦ୍ଧି ପ୍ରତ୍ୟାହାର ସହିତ ଉପଭୋକ୍ତାଙ୍କ ଉପରେ ଶୁଳ୍କ ଆଦାୟ ପାଇଁ ହେଉଥିବା ଜୁଲମ ବନ୍ଦ କରିବା ତଥା ଉପଭୋକ୍ତାଙ୍କର ଦୀର୍ଘ ବର୍ଷର ପୁରୁଣା ବକେୟା ବିଲ୍ ଛାଡ କରିବାକୁ ଦାବି କରାଯାଇଛି ।ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମହିଳା କଂଗ୍ରେସ ସଭାନେତ୍ରୀ ଲତା ନାୟକ,କୃଷକ କଂଗ୍ରେସ ଅଧ୍ୟକ୍ଷ ମନମୋହନ ଓରାମ,ବ୍ଳକ୍ କଂଗ୍ରେସ ସଭାପତି ବିଜୟ ଆପଟ୍ଟ, ସୁନୀଲ ପଟ୍ଟନାୟକ,ନାରୀନେତ୍ରୀ ଶୋଭା ସିଂ, ପ୍ରତିମା ପାଣିଗ୍ରାହୀ, ତୁଳସୀ ନାଗ,ଝୁନୁ ପଟ୍ଟନାୟକ, ଯୁବନେତା ଅନୀଲ ଗୁରୁଙ୍ଗ, ଛାତ୍ରନେତା ସୁନୀଲ ନାୟକ,ପିଣ୍ଟୁ ବର୍ମା ପ୍ରମୁଖଙ୍କ ସମେତ ଶତାଧିକ ଦଳୀୟ କର୍ମକର୍ତ୍ତା ଓ କର୍ମୀ ଏହି ବିକ୍ଷୋଭରେ ଅଂଶଗ୍ରହଣ କରିଥିଲେ । ପିସିପି ସଭ୍ୟ ରାମାନନ୍ଦ ଶ୍ରୀଚନ୍ଦନ ମଧ୍ୟ ଯୋଗ ଦେଇଥିଲେ। ରାଉରକେଲା ରୁ କ୍ୟାମେରାମ୍ୟାନ ମୃତ୍ୟୁଞ୍ଜୟଙ୍କ ସହ ଅମ୍ରିତା ପ୍ରିୟଦର୍ଶିନୀ ଙ୍କ ରିପୋର୍ଟ୍ ସଂଘର୍ଷ ନିୟୂଜ୍ ।