ବଡ଼ନୀ ଠାରେ ଭାରତୀୟ ଜନତା ପାର୍ଟିର ମଣ୍ଡଳ ସଦସ୍ୟତା ଅଭିଯାନ କର୍ମଶାଳା ଅନୁଷ୍ଠିତ

33

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ)-ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ପାଲିଆ ପଞ୍ଚାୟତ ଅନ୍ତର୍ଗତ ବଡ଼ନୀ ଗ୍ରାମଠାରେ ଭାରତୀୟ ଜନତା ପାର୍ଟିର ମଣ୍ଡଳ ସଦସ୍ୟତା ଅଭିଯାନ ଆଜି ଅପରାହ୍ନ ୪ ଟା ସମୟରେ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି |ପାଲିଆ ପଞ୍ଚାୟତର ବିଜେପି ସଭାପତି ଲକ୍ଷ୍ମଣ ମାଝୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ମଣ୍ଡଳ ସଦସ୍ୟତା ଅଭିଯାନ କର୍ମଶାଳାର ସଭାପତି ପ୍ରତାପ କୁମାର ଦୁରିଆ,ଚଚା ମଣ୍ଡଳ ସଭାପତି ମହେଶ୍ୱର ତିୱାରୀ, ରାମକୃଷ୍ଣ ସାନ୍ତା, ଏସ ଟି ମୋର୍ଚ୍ଚା ସଭାପତି କୃଷ୍ଣଚନ୍ଦ୍ର ମାଝୀ,, ନିତ୍ୟାନନ୍ଦ ଗୌଡ଼, ଡମ୍ବରୁ ଭତରା, ପାଲିଆ ପଂଚାୟତର ସାଧାରଣ ସମ୍ପାଦକ ଲକିଚନ୍ଦ୍ର ପୂଜାରୀ, ପରମାନନ୍ଦ ଭତରା, କୁବେର ମେହେର, ଜିତେନ୍ଦ୍ର ମିଶ୍ର,ଯଦୁନାଥ ଗାଣ୍ଡା, ପୂର୍ଣ୍ଣ ସାନ୍ତା, ଯଦୁନାଥ ଯାନୀ, ଜିତେନ୍ଦ୍ର ମେହେର,ଦୁଃର୍ଜନ ଯାନୀ, ତ୍ରିନାଥ ଭତରା, ଅକ୍ରୁର ଗୌଡ଼ଙ୍କ ସମେତ ଅନ୍ୟାନ୍ୟ ଦଳୀୟ କର୍ମୀ ଓ ସଦସ୍ୟମାନେ ଉପସ୍ଥିତ ରହିଥିଲେ |ଶ୍ରୀ ଦୁରିଆ ସଦସ୍ୟତା ଅଭିଯାନର ମୂଳ ଉଦେଶ୍ୟ ଓ ଲକ୍ଷ୍ୟ ଉପରେ ଉପସ୍ଥିତ ସଦସ୍ୟ ମାନଙ୍କୁ ବୁଝେଇବା ସହ ଅଞ୍ଚଳର ବିକାଶ କରିବାରେ ଆଗେଇ ଆସିବା ସହ ଦଳରେ ଅଧିକ ରୁ ଅଧିକ ନୂତନ ସଦସ୍ୟ ମାନଙ୍କୁ ଯୋଡିବାକୁ ଅନୁରୋଧ କରିଥିଲେ |ଯଦି କେହି ଅନ ଲାଇନରେ ସଦସ୍ୟତା ହେବାକୁ ଚାହୁଁଛନ୍ତି ତେଵେ ସେ ୮୮୦୦୦୦୨୦୨୪ ନଂ କୁ କଲ କରିବାକୁ ପଡିବ |ଏହା କିଛି ସମୟ ରିଙ୍ଗ ହେବାପରେ ଆପେ ଆପେ ବନ୍ଦ ହୋଇଯିବ |ଏହାପରେ ସେହି ବ୍ୟକ୍ତି ଭାରତୀୟ ଜନତା ପାର୍ଟିର ଜଣେ ସଦସ୍ୟ ହୋଇପାରିବ |ଏହି କାର୍ଯ୍ୟକ୍ରମ ଆସନ୍ତା ସେପ୍ଟେମ୍ବର ମାସ ର ୧ତାରିଖ ଠାରୁ ଆରମ୍ଭ ହୋଇ ୨୫ତାରିଖ ମଧ୍ୟରେ ଶେଷ କରିବାକୁ ନିର୍ଦେଶ ରହିଥିବା ଶ୍ରୀ ଦୁରିଆ ଉପସ୍ଥିତ କର୍ମୀମାନଙ୍କୁ ସୂଚେଇଛନ୍ତି |

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More