କଟକ(ସଂଘର୍ଷ ମିଡିଆ) : ବଡମ୍ବାରେ ରୋଡ଼ ସୋ ବେଳେ ସାଂସଦ ଭର୍ତ୍ତୁହରିଙ୍କୁ ବିରୋଧ। ମାଣିଆବନ୍ଧ ଧୋବଣୀ ନାଳ ନିକଟରେ ବିଜେପି ସାଂସଦ ପ୍ରାର୍ଥୀ ଭର୍ତ୍ତୁହରି ମହତାବଙ୍କୁ ଅଟକାଇଲେ ବିଜେପି କର୍ମୀ। ବିଜୟ ଦଲବେହେରା । ଟିକେଟ ନପାଇବାରୁ ତାଙ୍କର କର୍ମୀ ଆଜି ଅଟକାଇ ରଖିଛନ୍ତି। ବିଜୟଙ୍କୁ ବିଜେପି ଟିକେଟ ନଦେବାରୁ ବିଜୟ ଗୋଷ୍ଠୀ ଭର୍ତ୍ତୁହରିଙ୍କୁ ଅକଟାଇ ଦେଲେ। ସମ୍ବିତଙ୍କର ଗୋଷ୍ଠୀ ଓ ବିଜୟଙ୍କ ଗୋଷ୍ଠୀଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ପରେ ବଡମ୍ବା ଓ ମାଣିଆବନ୍ଧ ପୋଲିସ ପହଂଚି ସ୍ୱତନ୍ତ୍ର ପୋଲିସ କାରକେଟରେ ସମ୍ବିତ ତ୍ରିପାଠୀ ଓ ଭର୍ତ୍ତୁହରିଙ୍କର ରାଲିକୁ ଆଣିଥିଲେ। ୫୦୦ରୁ ଉର୍ଦ୍ଧ୍ବ ବିଜୟ ଦଳ ବେହେରାଙ୍କର କର୍ମୀ ହଲ୍ଲାବୋଲ କରିଥିଲେ। ୧ଘଣ୍ଟା ଧରି ରାଲି ଅଟକାଇ ଦେଇଥିଲେ ବିଜୟ ଗୋଷ୍ଠୀ। ବିଜୟ ଗୋଷ୍ଠୀ ଙ୍କର ଗୋଟିଏ ଦାବି ବିଜୟ ଦଲବେହେରାଙ୍କୁ ଟିକେଟ ଘୋଷଣା ନଦିଆ ଯାଏ ତେବେ ଆଗକୁ ସାଧାରଣ ନିର୍ବାଚନ ରାଲିରେ ଗାଁ ଗହଳିରେ ରାଜ୍ୟ କିମ୍ବା କେନ୍ଦ୍ର ନେତୃତ୍ୱ ଙ୍କୁ ଜୋରଦାର ବିରୋଧ କରାଯିବ ବୋଲି ଚେତାବନୀ ଦେଇଛନ୍ତି। ଏଥିସହ ସମ୍ବିତ ତ୍ରିପାଠୀ ଗୋ ବ୍ୟାକ ନାରା ଦେଇଛନ୍ତି ବିଜୟ ଗୋଷ୍ଠୀ। ସେହିପରି ବଡମ୍ବା ତେଲିସହି ଛକରେ ପୋଲିସ ଓ ବିଜେପି କର୍ମୀଙ୍କ ଭିତରେ ଧସ୍ତା ଦସ୍ତି ହେବା ସହ ଭାତ ହାଣ୍ଡି ମାଡ଼ କରିଥିଲେ।ପରେ ବିରୋଧୀ ବିଜେପିଙ୍କୁ ସମ୍ବିଦଙ୍କ ଗୋଷ୍ଟି ମାଡ ମାରିଥିବା ଅଭିଯୋଗ ହୋଇଛି।ପରେ କରଡି ବନ୍ଧ ଠାରେ।ପ୍ରବଳ ବିରୋଧ ର ଶିକାର ହୋଇଥିଲେ । ସାଂସଦ ଏହାକୁ ଦଳ ସ୍ତରରେ ଆଲୋଚନା କରାଯିବ ବୋଲି ସୂଚନା ଦେବା ପରେ ରାସ୍ତାରୁ ହତିଗହିଲେ। ଏବେଠୁ ଜଳଜଳ ହୋଇ ଦିଶୁଛି ବିଜେପି ର ଗୋଷ୍ଠୀ କନ୍ଦଳ। ଆଗାମୀ ଦିନରେ ବିଜେପିର ଗୋଷ୍ଠୀ କନ୍ଦଳ ଦେଖି ବିଜେଡିର ଦେବୀ ପ୍ରସାଦ ପୁଣି ବିଜୟ ସୁନିଶ୍ଚିତ ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି।