ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମ ଦିନ ପାଳନ ଅବସରରେ ଚାରା ରୋପଣ

54

Get real time updates directly on you device, subscribe now.

ନବରଙ୍ଗପୁର (ସଂଘର୍ଷ ମିଡିଆ) : – ନବରଙ୍ଗପୁର ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା ତରଫରୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମ ଦିନ ଡାବୁଗାଁ ମା ଠାକୁରାଣୀ ମନ୍ଦିରରେ ମହା ସମାରୋହରେ ପାଳନ କରାଯାଇଥିଲା l ଡାବୁଗାଁ ମଣ୍ଡଳ ସଭାପତି ଜେ.ରାଜ ଶେଖର ରାଓ ଙ୍କ ଅଧ୍ୟକ୍ଷତାରେ ରାଜ୍ୟ କୃଷକ ମୋର୍ଚ୍ଚା ସଭ୍ଯ ସ୍ଵତନ୍ତ୍ର ଅତିଥି ଭାବେ ଜୟନ୍ତ କୁମାର ପାତ୍ର ,ସମ୍ମାନୀତ ଅତିଥି ଭାବେ ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ଜଗଦୀଶ କଲାର, ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ସନା ମାଝୀ,ନାରୀ ନେତ୍ରୀ ମନୋରମା ନାୟକ,ମଣ୍ଡଳ ସାଧାରଣ ସମ୍ପାଦକ ମହେଶ ପାତ୍ର, ଭୀମସେନ ଜେନା, ଜି. ସତ୍ୟ ନାରାୟଣ ରାଓ ନରେଶ ସିଂ ଲାଲ, ନରୁ ସିଂ, ରତନ କଲାର, ଭିକି ରାଓ, ପିତମ ଗଣ୍ଡ ପ୍ରମୁଖ ଅନ୍ୟ କର୍ମୀ ମାନେ ବହୁ ସଂଖ୍ୟାରେ ଯୋଗଦେଇ ଥିଲେ l ଜନ୍ମ ଦିନ ଅବସରରେ ମିଷ୍ଟାନ୍ନ ବଣ୍ଟନ କରିବା ସହ ମା ଙ୍କ ମନ୍ଦିର ପରିସରରେ ଚାରା ରୋପଣ କରିଥିଲେ l ରାଜ୍ୟ କୃଷକ ମୋର୍ଚ୍ଚା ସଭ୍ୟ ଶ୍ରୀ ପାତ୍ର ସାମ୍ବାଦିକ ମାନଙ୍କୁ ସୂଚନା ଦେଇ କହିଥିଲେ ଆଜି ପ୍ରଧାନମନ୍ତ୍ରୀ ମୋଦୀ ଜୀ
ଙ୍କ ଜନ୍ମ ଦିନ ଅବସରରେ ରାଜ୍ଯ ବିଜେପି ସଭାପତି ମନମୋହନ ସାମଲ ନବରଙ୍ଗପୁର ଗସ୍ତରେ ଆସୁଛନ୍ତି l ତେଣୁ ଆଜିର ଦିନ ବିଜେପି ପାଇଁ ସମ୍ପୂର୍ଣ୍ଣ ଆନନ୍ଦ ର ଦିନ l
ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିଉଜ୍

 

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More