ଚୌଦ୍ଵାର ( ସଂଘର୍ଷ ମିଡିଆ ) : ପେଟ୍ରୋଲ ,ଡିଜେଲ ଓ ଗ୍ୟାସ ର ଅହେତୁକ ଦର ବୃଦ୍ଧିକୁ ନେଇ ଓଡିଶା ପ୍ରଦେଶ କଂଗ୍ରେସ କମିଟି ଆହ୍ୱାନ କ୍ରମେ ଆଜି ଚୌଦ୍ଵାରରେ ମଧ୍ୟ ବନ୍ଦର ପ୍ରଭାବ ପଡିଛି । ସକାଳ ୭ ଘଟିକାରୁ ଚୌଦ୍ଵାର କଂଗ୍ରେସ ପକ୍ଷରୁ ୫୫ ନମ୍ବର ଜାତୀୟ ରାଜପଥ ଗାନ୍ଧିଛକ ଠାରେ ରାସ୍ତା ଅବରୋଧ କରାଯାଇଛି ବନ୍ଦ ପାଇଁ ରାସ୍ତାର ଦୁଇ ପାର୍ଶ୍ଵରେ ସହ ଶହ ଗାଡି ଛିଡା ହୋଇଥିବାର ଦେଖିବାକୁ ମିଳିଛି । ବନ୍ଦ କୁ ନେଇ ବ୍ୟବସାୟୀ ମାନେ ସ୍ୱତଃ ସ୍ପୃତ ଭାବେ ଦୋକାନ ବଜାର ବନ୍ଦ ରଖିଛନ୍ତି । ଅତ୍ୟାବଶ୍ୟକ ସେବା ବନ୍ଦରୁ ବାଦ ପଡିଥିବାବେଳେ ଚୌଦ୍ଵାର ଥାନା ପକ୍ଷରୁ ଆଇନ କାନୁନ ସୁରକ୍ଷା ଦୃଷ୍ଟିରୁ ବ୍ୟାପକ ଫୋର୍ସ ମୁତୟନ କରାଯାଇଥିଲା ।