ନବରଙ୍ଗପୁର(ସଂଘର୍ଷ ମିଡିଆ) : – )ନବରଙ୍ଗପୁର ପୂର୍ବତନ ସାଂସଦ ରମେଶ ଚନ୍ଦ୍ର ମାଝି ଗତବର୍ଷ ସାଂସଦ ଥିବା ସମୟରେ ରେଳ ୨୬/୭/୨୦୨୩ ରେ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କୁ ଭେଟି କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଠାରୁ ଭାୟା ଧର୍ମଗଡ, ଛତିଶଗଡ଼ ର ଦେଓ ଭୋଗ, ନବରଙ୍ଗପୁର ଜିଲ୍ଲାର ଚନ୍ଦାହାଣ୍ଡି, ଝରିଗାଁ, ଉମରକୋଟ,ଡାବୁଗାଁ,ପାପଡାହିଣ୍ଡି ଦେଇ ନବରଙ୍ଗପୁର ପର୍ଯ୍ୟନ୍ତ ରେଳ ଲାଇନ ସଂଯୋଗ ନିମନ୍ତେ ଜନ ସାଧାରଣ ଙ୍କ ଦାବୀ ଜଣାଇବା ସହ ପ୍ରସ୍ତାବ ଦେଇଥିଲେ। କିନ୍ତୁ ଚଳିତ ମାସ ୨୪ ତାରିଖ ଦିନ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ଧର୍ମଗଡ ଠାରେ ଏକ ସ୍ବାଗତ ସମ୍ବର୍ଦ୍ଧନା ସଭାରେ ଧର୍ମଗଡ ଦେଇ ରେଳ ଲାଇନ ଯିବ ଆପଣ ମାନେ ବିଶ୍ବାସ ରଖୁନ ଇଟା ହେବା,ସାତ କିମି ଭିତରେ ହିଁ ଷ୍ଟେସନ ହେବ ମୁଇଁ କିରିଆ ପକେଇ କହୁଛେଁ ବୋଲି କହିଥିଲେ। ଏହାକୁ ନେଇ ଆଜି ପୂର୍ବତନ ସାଂସଦ ରମେଶ ଚନ୍ଦ୍ର ମାଝି ଉମରକୋଟ ସ୍ଥିତ ନିଜ ବାସଭବନରେ ଏକ ପ୍ରେସ ବିଜ୍ଞପ୍ତି କରିଥିଲେ । ଉକ୍ତ ପ୍ରେସ ବିଜ୍ଞପ୍ତିରେ ଉମରକୋଟ, ଝରିଗାଁ, ଚନ୍ଦାହାଣ୍ଡି ମଧ୍ୟ ଦେଇ ରେଳ ରାସ୍ତା ଗଲେ ଅଞ୍ଚଳବାସୀ ବହୁତ ଉପକୃତ ହୋଇଥାନ୍ତେ ବୋଲି ସାଂସଦ ବଳଭଦ୍ର ମାଝୀ ଏବଂ ରେଳ ମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।