ପୁରୀ ସଦର ନିର୍ବାଚନ ମଣ୍ଡଳୀ ତଳଜଙ୍ଗ ଠାରେ ଉତେଜନା

79

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ପୁରୀ ସଦର ନିର୍ବାଚନ ମଣ୍ଡଳୀ ତଳଜଙ୍ଗ ଠାରେ ଉତେଜନା l ଭୋଟ ଦେବା ସମୟରେ ଏହି ଉତେଜନା ଦେଖାଯାଇଥିଲା l ତଳଜଙ୍ଗ ୧୯ ନମ୍ବର ବୁଥରେ ଦୁଇ ଗୋଷ୍ଟି ଏଜେଣ୍ଟ ଙ୍କ ମଧ୍ୟରେ ଏହି ଉତ୍ତେଜନା ସୃଷ୍ଟି ହୋଇଥିଲା l ଘଟଣା ସ୍ଥଳୀରେ ପୋଲିସ ପହଞ୍ଚି ଘଟଣାକୁ ନିୟନ୍ତ୍ରଣ କରିଛି। ପୋଲିସ୍ ଉପସ୍ଥିତିରେ ମତଦାନ ଆରଂଭ ହୋଇଚି।ବ୍ରହ୍ମଗିରି ବ୍ରେକିଙ୍ଗ ସେପଟେ ପୁରୀ ଜିଲ୍ଲା ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀର ଗଡ଼ରୋଢଙ୍ଗର 127 ନମ୍ବର ବୁଥରେ ଉତ୍ତେଜନା ଦେଖାଦେଇଥିଲା ବାରମ୍ବାର EVM ତ୍ରୁଟି ଯୋଗୁ ଉତ୍ତେଜନା ହୋଇଥିଲା । ବିଳମ୍ବରେ ମତଦାନ ହୋଇଥିଲ।। ତେବେ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ ର ବିଜେପି ପ୍ରାର୍ଥୀ ଉପାସନା ମହାପାତ୍ର ଅଭିଯୋଗ କରିଛନ୍ତି 119 ନମ୍ୱର୍ ବୁଥ ବେନିୟମ କାର୍ଯ୍ୟ ଚାଲିଛି। କିଛି ବିଜେଡି ଏଜେଣ୍ଟ ଭୋଟର ଙ୍କୁ ପ୍ରଭାବିତ କରି ବିଜେଡି ରେ ଭୋଟ ଦେବାକୁ କହୁଛନ୍ତି। ଏହାକୁ ମଧ୍ଯ ପ୍ରିଜାଇଡିଂ ଅଫିସର ସହଯୋଗ କରୁଛନ୍ତି। ଶାସକ ଦଳ ପ୍ରାର୍ଥୀ ହାରିବା ଭୟରେ ଏଭଳି ହିନ କାର୍ଯ୍ୟ କରୁଛନ୍ତି। ଏହାକୁ ନେଇ ସେ ନିର୍ବାଚନ କମିଶନ କାର୍ଯ୍ୟନୁଷ୍ଠାନ ନେବାକୁ ସେ ଦାବୀ କରିଛନ୍ତି। ବିଜେପି ବିଧାୟିକା ପ୍ରାର୍ଥୀ ଉପାସନା ମହାପାତ୍ରଙ୍କୁ ବିଜେଡି କର୍ମୀ ଖରାପ ବ୍ୟବହାର କରିଥିବା ଅଭିଯୋଗ କରିଚନ୍ତୀ ଉପାସନା ମହାପାତ୍ର ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More