ପୁରୀ ପୌରପାଳିକାର ୩୬ ଲକ୍ଷ ଟଙ୍କାର ଯନ୍ତ୍ରପାତି ଗଲା କୁଆଡେ ?

14

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ପୁରୀ ସହରରେ ବିଭିନ୍ନ ନାଳ ଏବେ ବି ମୁକୁଳା ପଡ଼ିଛି । ବର୍ଷାଦିନ ମଧ୍ୟ ଆଗକୁ ଆସୁଛି ଏପରି ନଳା ଯଦି ମୁକୁଳା ପଦେ ତେବେ ଦୁର୍ଘଟଣା ଘଟିବାର ଯଥେଷ୍ଟ ସମ୍ଭାବନା ମଧ୍ୟ ଅଛି । ସମୁଦ୍ରକୂଳ ପାଖ ନାଳ ପର୍ଯ୍ୟଟକଙ୍କ ପାଇଁ ଅଧିକ ବିପଦ ଅଛି । ପୁରୀ ସହରକୁ ଏକ ଯନ୍ତ୍ରପାତି ୩୬ ଲକ୍ଷ ଟଙ୍କା ଖର୍ଚ୍ଚ ହେଇ ଆସିଥିଲା । ଉଦ୍ଘାଟନର ପରଦିନ ଠୁ ସେ ଯନ୍ତ୍ରପାତି ଆଉ ଦେଖିବାକୁ ମିଳୁନି । ଏହି ଭଳି ମୁନ୍ସିପାଲିଟୀର ବିଭିନ୍ନ ସମସ୍ୟା ଉପରେ ପୁରୀ ଆପ୍ ପୌର ସଭାପତି ରାକେଶ ନନ୍ଦ ମୁନ୍ସିପାଲିଟୀ ଏକ୍ଜିକ୍ୟୁଟିଭ ଅଫିସର୍ ସରୋଜ ସ୍ବାଇଁଙ୍କ ସହ ଆଲୋଚନା କରିଛନ୍ତି । ଯଥାଶୀଘ୍ର ଏ ସବୁ ସମସ୍ୟାର ସମାଧାନ ପାଇଁ ଏକ ଦାବିପତ୍ର ମୁନ୍ସିପାଲିଟୀ ଏକ୍ଜିକ୍ୟୁଟିଭ ଅଫିସରଙ୍କୁ ଆପ୍ ତରଫରୁ ଦିଆଯାଇଛି । ପୁରୀ ମୁନ୍ସିପାଲିଟୀ ନିଜର ସମସ୍ତ କାମ ବେସରକାରୀ ସଂସ୍ଥା ହାତକୁ ଟେକି ଦେଇ ନିଜର ଦାୟିତ୍ଵରୁ ଓହରି ପାରିବେନି ବୋଲି ଶ୍ରୀଯୁକ୍ତ ନନ୍ଦ କହିଛନ୍ତି । ପୂର୍ବରୁ ମୁନ୍ସିପାଲିଟୀର ବିଭିନ୍ନ ଅବହେଳା ଉପରେ ଆପ୍ ପ୍ରତିବାଦ କରିଆସିଛି ଯଦି ଦାବି ରଖାଯାଇଥିବା କାର୍ଯ୍ୟ ପୁରୀ ମୁନ୍ସିପାଲିଟୀ ଯଥାଶୀଘ୍ର ପଦକ୍ଷେପ ଗ୍ରହଣ ନକରି ଆପ୍ ଏହାକୁ ଦୃଢ଼ତାର ସହ ପ୍ରତିବାଦ କରିବ ବୋଲି ଶ୍ରୀଯୁକ୍ତ ନନ୍ଦ କହିଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More