ପୁରୀ ନବକଳେବର ରାସ୍ତାରେ ଆମ୍ ଆଦ୍‌ମୀ ପାର୍ଟି ତରଫରୁ ରାସ୍ତା ନିର୍ମାଣ ଦୁର୍ନୀତି ଉପରେ ଆନ୍ଦୋଳନ

45

Get real time updates directly on you device, subscribe now.

ପୁରୀ( ସଂଘର୍ଷ ମିଡିଆ) : – ପୁରୀ ନବକଳେବର ରାସ୍ତାରେ ଆମ୍ ଆଦ୍‌ମୀ ପାର୍ଟି ତରଫରୁ ପୁରୀ ରାସ୍ତା ନିର୍ମାଣ ଦୁର୍ନୀତି ଉପରେ ଆନ୍ଦୋଳନ ହୋଇଛି । ନବକଳେବର ରାସ୍ତା ନିର୍ମାଣ ପାଇଁ ଆମ୍ ଆଦ୍‌ମୀ ପାର୍ଟି ଆନ୍ଦୋଳନ ପରେ ନିର୍ମାଣ ହୋଇଥିଲା ପୁଣି ବର୍ଷେ ନପୁରୁନୁ ବଡ଼ ବଡ଼ ଖାଲ । ପୁରୀ ସହରରେ ଫେବର ବ୍ଲକ୍ ଦୁର୍ନୀତି ବିରୁଧରେ ଆପ୍ ପୂର୍ବରୁ ଆନ୍ଦୋଳନ କରି ଜିଲ୍ଲାପାଳଙ୍କ ଅଫିସ୍ ଘେରାଉ କରିଥିଲା । ସେତେବେଳେ କେବଳ ମିଛ ପ୍ରତିଶ୍ରୁତି ଦେଇ ପୁରୀ ବାସୀଙ୍କୁ ଆଜିପର୍ଯ୍ୟନ୍ତ ଜିଲ୍ଲାପାଳ ଠକିଛନ୍ତି ବୋଲି ଯୁବ ସଭାପତି ଅଂଶୁମାନ ଶତପଥୀ କହିଛନ୍ତି। ଚକ୍ରତୀର୍ଥ ରାସ୍ତା ଯେତେବେଳେ ହଟାତ୍ ଘୁସୁଡ଼ି ପଡ଼ିଲା ସେତେବେଳେ ଜିଲ୍ଲାପାଳଙ୍କ ଉତ୍ତର ଥିଲା ସ୍ୱେରେଜ ପାଇଁ ରାସ୍ତା ଏପରି ହେଇଛି ତେବେ ପୁରୀ ଜିଲ୍ଲାରେ ଯୋଉଠି ସ୍ଵେରେଜ୍ କାମ ହେଇଛି ସେଠି ତାହେଲେ ବିପଦ । କାରଣ ନବକଳେବରେ ରାସ୍ତା ମଧ୍ୟ ନିର୍ମାଣ ବର୍ଷେ ନପୂରୁନୁ ଖରାପ ହେଲା ତେବେ କଣ ପୁରୀ ବାସୀ ସମ୍ପୂର୍ଣ୍ଣ ବିପଦରେ ଯାତାୟାତ କରୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ଜିଲ୍ଲା ସାଧାରଣ ସମ୍ପାଦକ ସତ୍ୟଜିତ ମହାନ୍ତି। ନବକଳେବର ରାସ୍ତା ଦେଇ ବଡ଼ ବଡ଼ ବସ , ସ୍କୁଲ ବସ ଯାଉଛି ସେମାନଙ୍କ ଜୀବନ କାହିଁକି ବିପଦରେ ରଖୁଛନ୍ତି ସରକାର ବୋଲି ଜିଲ୍ଲା ସମ୍ପାଦକ ସତ୍ୟଜିତ ମହାନ୍ତି ପ୍ରଶ୍ନ କରିଛନ୍ତି । ଦୀର୍ଘ ୪ ମାସରୁ ଉର୍ଦ୍ଧ୍ବ ହେବ ନବକଳେବର ରାସ୍ତା ହଉ କି ଚକ୍ରତୀର୍ଥ ରାସ୍ତା ହଉ କାହିଁକି ସ୍ଥାୟୀ ମରାମତି ହେଉନାହିଁ ବୋଲି ପ୍ରଶ୍ନ କରିଛନ୍ତି ଜିଲ୍ଲା ସଭାପତି ସଞ୍ଜୀବ କୁମାର ମହାନ୍ତି। ପୁରୀ ରାସ୍ତା ଦୁର୍ନୀତି ଉପରେ ବାରମ୍ବାର ତଦନ୍ତ ଦାବି ପରେ ମଧ୍ୟ ଜିଲ୍ଲାପାଳ କାହିଁକି ଚୁପ୍ ଅଛନ୍ତି । ଦୁର୍ନୀତି ଖୋର୍ ଅଧିକାରୀଙ୍କ ଉପରେ ଜିଲ୍ଲାପାଳ କେବେ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ଶ୍ରୀଯୁକ୍ତ ମହାନ୍ତି ପ୍ରଶ୍ନ କରିଛନ୍ତି । ଆଜିର ଆନ୍ଦୋଳନ ଶାନ୍ତିପୂର୍ଣ୍ଣ ଥିଲା ଯଦି ପୁରୀର ସବୁ ରାସ୍ତା ସ୍ଥାୟୀ ମରାମତି ଏବଂ ସବୁ ସ୍ୱରେଜ୍ ରାସ୍ତା ର ତଦାରଖ କରି ପଦକ୍ଷେପ ନନେବେ ତେବେ ଆମ୍ ଆଦ୍‌ମୀ ପାର୍ଟି ଆଗକୁ ଏହି ଆନ୍ଦୋଳନ ଜୋରଦାର କରିବା ସହ ପୁରୀରେ ଅଖଚକ ବନ୍ଦ କରିବାକୁ ବାଧ୍ୟ ହବ ବୋଲି ଶ୍ରୀଯୁକ୍ତ ମହାନ୍ତି କହିଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More