ପୁରୀ ଜିଲ୍ଲା କାକଟପୁର ନିର୍ବାଚନ ମଣ୍ଡଳୀରୁ ବିଜେଡି ପ୍ରାର୍ଥୀ ଭାବେ ନିଜର ନାମାଙ୍କନ ପତ୍ର ଦାଖଲ କଲେ କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା

40

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା ପୁରୀ ଜିଲ୍ଲା କାକଟପୁର ନିର୍ବାଚନ ମଣ୍ଡଳୀରୁ ବିଜେଡି ପ୍ରାର୍ଥୀ ଭାବେ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ତେବେ ଏହା ପୁର୍ବରୁ ପ୍ରଥମେ ମନ୍ତ୍ରୀ ତୁଷାରକାନ୍ତି ବେହେରା ନିଜ ଗ୍ରାମ ବାଲିଡିହ ର ଗ୍ରାମ୍ୟ ଦେବତୀଙ୍କ ଆଶିଷ ନେଇ କାକଟପୁର ମା ମଙ୍ଗଳାଙ୍କ ପୀଠକୁ ଯାଇ ମା ମଙ୍ଗଳାଙ୍କ ଦର୍ଶନ କରି ଆଶିଷ ନେଇଥିଲେ। ପରେ ନିଜ ସମର୍ଥକଙ୍କ ସହ ଏକ ବଡ ଶୋଭାଯାତ୍ରା ରେ ପୁରୀ ରେ ପହଂଚି କାକଟପୁର ର ରିଟର୍ଣିଂ ଅଧିକାରିଙ୍କ ନିକଟ ରେ ନାମାଙ୍କନ ପତ୍ର ଦାଖଲ କରିଥିଲେ। ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ତୁଷାରକାନ୍ତି ବେହେରା କହିଥିଲେ ସେ ମୂଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକଙ୍କୁ ଗଭୀର କୃତଜ୍ଞତା ଜ୍ଞାପନ କରୁଛନ୍ତି। ଯେହେତୁ ତାଙ୍କୁ ମୂଖ୍ୟମନ୍ତ୍ରୀ ଦ୍ୱିତୀୟ ଥର ପାଇଁ କାକଟପୁରବାସୀଙ୍କ ସେବା ପାଇଁ ତାଙ୍କୁ ପ୍ରାର୍ଥୀ କରିଛନ୍ତି। ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟାପକ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ ସାରା ଓଡ଼ିଶାରେ ଚାଲିଥିବା ବେଳେ 5 ଟିମାଧ୍ୟମ ରେ କାକଟପୁର ନିର୍ବାଚନ ମଣ୍ଡଳୀରେ ମଧ୍ଯ ବ୍ୟାପକ ବିକାସ ମୂଳକ କାର୍ଯ୍ୟ ହୋଇଚି। ଏଣୁ ଆଗାମୀ ନିର୍ବାଚନ ରେ ନିଶ୍ଚିତ କାକଟପୁର ନିର୍ବାଚନ ମଣ୍ଡଳୀ ଭୋଟର ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଆଶୀର୍ବାଦ ଦେଇ ତାଙ୍କୁ ବିପୁଳ ଭୋଟ ରେ ବିଜୟୀ କରାଇବେ ବୋଲି ସେ ଆଶା ରଖିଥିବା ତୁଷାରକାନ୍ତି ବେହେରା କହିଚନ୍ତି।ସେପଟେ ଆସନ୍ତା 20 ତାରିଖ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁରୀ ରେ ରୋଡ଼ ସୋ କରିବେ ବୋଲି କାର୍ଯ୍ୟକ୍ରମ ସ୍ଥିର ହୋଇଥିବା ବେଳେ ଏହାର ପ୍ରଭାବ କେତେ ପଡ଼ିବ ବୋଲି ପ୍ରଶ୍ନ ର ଉତ୍ତର ରଖି ତୁଷାରକାନ୍ତି ବେହେରା କହିଛନ୍ତି ଏହାର କୌଣସି ପ୍ରଭାବ ବିଜୁ ଜନତା ଦଳ ଉପରେ ପଡ଼ିବ ନାହିଁ। ଗତ 2014 , 2019 ମୋଦି ଓଡ଼ିଶା ରେ ଆସି ପ୍ରଚାର କରିଥିଲେ ମଧ୍ୟ ଏହାର କୌଣଶି ପ୍ରଭାବ ପଡ଼ିନଥିଲା। ଏଣୁ ଆଗାମୀ ନିର୍ବାଚନ ରେ ବିଜେଡି ଓଡ଼ିଶା ରେ ବିପୁଳ ବିଜୟ ହାସଲ କରି ଦଳ ସରକାର୍ ଗଠନ କରିବ ବୋଲି ଦୃଢକ୍ତି ପ୍ରକାଶ କରିଛନ୍ତି କ୍ରୀଡା ମନ୍ତ୍ରୀ ତଥା କାକଟପୁର ନିର୍ବାଚନ ମଣ୍ଡଳୀର ବିଜେଡି ପ୍ରାର୍ଥୀ ତୁଷାରକାନ୍ତି ବେହେରା

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More