ପୁରୀ ଜିଲ୍ଲା କଂଗ୍ରେସ କମିଟିର ବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

41

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ପୁରୀ ଜିଲ୍ଲା କଂଗ୍ରେସ କମିଟିର ବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ପୁରୀ ସହର ର ବିଭିନ୍ନ ସମସ୍ୟାକୁ କିଭଳି କଂଗ୍ରେସ ଦଳ ଆନ୍ଦୋଳନକୁ ଓହ୍ଲାଇବ ସେ ନେଇ ଆଲୋଚନା ହୋଇଛି। ବରିଷ୍ଠ କଂଗ୍ରେସ ନେତା ପ୍ରସାଦ ହରିଚନ୍ଦନ , କଂଗ୍ରେସର ପୁରୀ ଜିଲ୍ଲା ପ୍ରଭାରୀ ଶିବାନନ୍ଦ ରାୟଙ୍କ ଅଧ୍ୟକ୍ଷତା ରେ ପୁରୀ ଜିଲା ଇନ୍ଦିରା ଭବନ ଠାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯକ୍ରମ ରେ ଜିଲାର ବହୁ ବରିଷ୍ଠ କଂଗ୍ରେସ ନେତା, କର୍ମୀ ଯୋଗ ଦେଇଥିଲେ। ବରିଷ୍ଠ କଂଗ୍ରେସ ନେତା ପ୍ରସାଦ ହରିଚନ୍ଦନ ଏକ ସାମ୍ବାଦିକ ସମ୍ମିଳନୀ ବୈଠକରେ ଗୃହୀତ ହେଇଥିବା ସବିଶେଷ ନିଷ୍ପତ୍ତି ଉପରେ ସୁଚନା ଦେଇଛନ୍ତି। ଶ୍ରୀ ଜଗନ୍ନାଥ ମନ୍ଦିରକୁ ହଜାର ହଜାର ଭକ୍ତ ପ୍ରତିଦିନ ଆସୁଥିବା ବେଳେ ଭକ୍ତଙ୍କ ଚାରି ଦ୍ବାର ଖୋଲିବା ନେଇ କଂଗ୍ରେସର ଦାବୀ ଥିବା ସେ କହିଛନ୍ତି। ଶ୍ରୀ ମନ୍ଦିର ଚାରି ଦ୍ବାର ଦେଇ ପ୍ରଵେଶ କଟକଣା ଥିବାରୁ ଭକ୍ତ ମାନେ ଦର୍ଶନ ନେଇ ବହୁ ଅସୁବିଧା ଭୋଗୁଛନ୍ତି। ଏଣୁ ରାଜ୍ୟ ସରକାର୍ ତୁରନ୍ତ ଶ୍ରୀ ମନ୍ଦିର 4 ଦ୍ୱାର ଖୋଲିବା ନେଇ ସେ ଦାବୀ କରିଛନ୍ତି। ସେହିପରି ମହାପ୍ରଭୁଙ୍କ ରତ୍ନ ଭଣ୍ଡାର ସୁରକ୍ଷା ପାଇଁ ସରକାର ଯେଉଁ ଅବହେଳା କରୁଛନ୍ତି ସେ କଡ଼ା ସମାଲୋଚନା କରିଛନ୍ତି। ରତ୍ନ ଭଣ୍ଡାର ଖୋଲିବା ନେଇ ହାଇକୋର୍ଟ ନିର୍ଦ୍ଦେଶ ଦେଇ ସରିଥିବା ବେଳେ ରାଜ୍ୟ ସରକାର ତୁରନ୍ତ ପଦକ୍ଷେପ ନେବାକୁ ପ୍ରସାଦ ଦାବୀ କରିଚନ୍ତି। ସେହିପରି ପୁରୀ ସହର ବାସି ଜମିଜମା ସମସ୍ୟାକୁ ନେଇ ଘୋର ଅସୁବିଧା ଭୋଗୁଥିବା ବେଳେ ସରକାର ଚୁପ୍ ବସିବାକୁ ନେଇ ସମାଲୋଚନା କରିଚନ୍ତି ପ୍ରସାଦ। ଲୋକ ଙ୍କ ସ୍ୱାର୍ଥ ପାଇଁ ଦୀର୍ଘ ଦିନରୁ ମହାପ୍ରଭୁଙ୍କ ଜମି କୁ କିଣି ଘର କରି ରହିଥିବା ବ୍ୟକ୍ତି ଙ୍କୁ 10 ଡିସିମିଲି ଜମି ସେମାନଙ୍କୁ କମ ଦରରେ ଯୋଗାଇ ଦେବା ପାଇଁ ସରକାର ପଦକ୍ଷେପ ନିଅନ୍ତୁ ବୋଲି ପ୍ରସାଦ ହରିଚନ୍ଦନ ଦାବୀ କରିଚନ୍ତି। ସେହିପରି ବେକାରୀ ସମସ୍ୟା, ମହିଳା କୁ ନିର୍ଯ୍ୟତନା ରୋକିବା ପାଇଁ କଡ଼ା ପଦକ୍ଷେପ, ପୁରୀ ସହର ବାସୀଙ୍କୁ ମୌଳିକ ସୁବିଧା ସଠିକ୍ ଢଙ୍ଗ ରେ ପ୍ରଦାନ ଦାବୀ ଖୁବ ଶିଘ୍ର କଂଗ୍ରେସ ରାଜ୍ ରାସ୍ତାକୁ ଓହ୍ଲାଇବ ବୋଲି ପ୍ରସାଦ ହରିଚନ୍ଦନ କହିଛନ୍ତି। ପୁରୀ ନଗର କଂଗ୍ରେସ ସଭାପତି ଅମରେନ୍ଦ୍ର ପାଇକରାୟ କହିଛନ୍ତି ଜିଲା କଂଗ୍ରେସ କାର୍ଯ୍ୟକାରିଣୀ ବୈଠକ ଦଳକୁ କିଭଳି ଅଧିକ ମଜଭୁତ କରାଯିବ, ବିଭିନ୍ନ ପ୍ରସଂଗକୁ ନେଇ ଦଳ କିଭଳି ଆନ୍ଦୋଳନକୁ ଓହ୍ଲାଇବ ସେ ନେଇ ଆଲୋ ଚୋନା ହୋଇଚି। ପୁରୀ ସହର ଗତ 5 ବର୍ଷ ହେବ ପୌର ନିର୍ବାଚନ ହୋଇ ନଥିବାରୁ ୱାର୍ଡ କେହି ଲୋକ ପ୍ରତିନିଧି ନାହାନ୍ତି। ଫଳରେ ଲୋକଙ୍କ ମୌଳିକ ସମସ୍ୟା ସମାଧାନ ହୋଇ ପାରିନାହିଁ। ତେବେ ଲୋକ ମୌଳିକ ସୁବିଧା ପାଇଁ ତୁରନ୍ତ ପୌର ନିର୍ବାଚନ କରିବା, ପୁରୀ ସହରରେ ଥିବା ଜମି ଜମା ସମସ୍ୟା ସମାଧାନ ଦାବୀ, ଶ୍ରୀ ମନ୍ଦିର ଚାରି ଦ୍ୱାର ଓ ରତ୍ନ ଭଣ୍ଡାର ଖୋଲିବା ଦାବୀ ନେଇ କଂଗ୍ରେସ ଖୁବ ଶିଘ୍ର ଆନ୍ଦୋଳନକୁ ଓହ୍ଲାଇବାକୁ ଯୋଜନା କରିଥିବା ପୁରୀ ନଗର କଂଗ୍ରେସ ସଭାପତି ଅମରେନ୍ଦ୍ର ପାଇକରାୟ କହିଛନ୍ତି। ବୈଠକ ରେ ଉପସ୍ଥିତ ଥିବା ପୁରୀ ଜିଲା କଂଗ୍ରେସ କମିଟି ର ସଭାପତି ଜୟ ନାରାୟଣ ପଟ୍ଟନାୟକ କହିଛନ୍ତି ପୁରୀ ଜିଲା କଂଗ୍ରେସ କାର୍ଯ୍ୟକାରିଣୀ ବୈଠକ ବେଶ୍ ସଫଳ ହୋଇଛି। ଆଗାମୀ ଦିନରେ ପ୍ରସଙ୍ଗ ଭିତ୍ତିକ ଆନ୍ଦୋଳନ ହେବ ବୋଲି ପୁରୀ ଜିଲା କଂଗ୍ରେସ୍ କମିଟି ସୂଚନା ଦେଇଛି। ବିଜେପି ଓ ବିଜେଡ଼ି ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ଵ। ଏହି ଦୁଇ ଦଳ ଲୋକଙ୍କୁ ଭୁଆଁ ବୁଲାଇ ଶାସନରେ କେବଳ ନିଜର ବିକାସ କରିଛନ୍ତି। ତେବେ ଲୋକ୍ ସବୁ ବୁଝି ଗଲେଣି। ବିଶେଷ କରି ପୁରୀ ବାସିନ୍ଦା ବହୁ ସମସ୍ୟାକୁ ନେଇ ଅସୁବିଧା ଭୋଗୁଥିବା ବେଳେ ବିଜେଡ଼ିଓ ବିଜେପି ଚୁପ୍ ବସିବାକୁ କଂଗ୍ରେସ ସମାଲୋଚନା କରିଚି। ଦୁର୍ନୀତିଗ୍ରସ୍ତ ବିଜେପି ଓ ବିଜେଡ଼ି ସରକାରଙ୍କୁ ହଟାଇବା ପାଇଁ କଂଗ୍ରେସ ବ୍ୟାପକ ସଂଗ୍ରାମ କରିବ ବୋଲି ପୁରୀ ଜିଲା କଂଗ୍ରେସ କମିଟି ସଭାପତି ଜୟ ନାରାୟଣ ପଟ୍ଟନାୟକ କହିଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More