ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସଚେତନ ନାଗରିକ ମଞ୍ଚ ସହିତ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଧାରଣା

16

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସଚେତନ ନାଗରିକ ମଞ୍ଚ ସହିତ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଧାରଣା ଓ ନାରାବାଜି କରାଯାଇଛି। ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଚାରିଦ୍ବାର ଖୋଲିବା ଦାବି ନେଇ ଏହି ଧାରଣା ଦିଆଯାଇଛି। କୋଭିଡ ମହାମାରୀ ଯୋଗୁ ଗତ ୨୦୨୦ ମାର୍ଚ୍ଚ ମାସରୁ ଶ୍ରୀମନ୍ଦିରର ଚାରିଦ୍ବାର ଭକ୍ତଙ୍କ ପ୍ରବେଶ କରିବାପୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସଚେତନ ନାଗରିକ ମଞ୍ଚ ସହିତ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଧାରଣା ପୁରୀ(ସଂଘର୍ଷ ମିଡିଆ) : – ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସଚେତନ ନାଗରିକ ମଞ୍ଚ ସହିତ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଧାରଣା ଓ ନାରାବାଜି କରାଯାଇଛି। ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଚାରିଦ୍ବାର ଖୋଲିବା ଦାବି ନେଇ ଏହି ଧାରଣା ଦିଆଯାଇଛି। କୋଭିଡ ମହାମାରୀ ଯୋଗୁ ଗତ ୨୦୨୦ ମାର୍ଚ୍ଚ ମାସରୁ ଶ୍ରୀମନ୍ଦିରର ଚାରିଦ୍ବାର ଭକ୍ତଙ୍କ ପ୍ରବେଶ କରିବା ନେଇ କଟକଣା ଜାରି ହୋଇଥିଲା। ତେବେ କୋଭିଡ ମହାମାରୀ କମିବା ପରେ କେବଳ ଶ୍ରୀମନ୍ଦିର ସିଂହଦ୍ଵାର ଦେଇ ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ଭକ୍ତଙ୍କୁ ପ୍ରବେଶ ଅନୁମତି ଦେଇଛି ଜିଲ୍ଲା ପ୍ରଶାସନ। କେବଳ ସିଂହଦ୍ଵାର ବାଟେ ପ୍ରବେଶ ଅନୁମତି ଥିବାରୁ ଭକ୍ତଙ୍କ ସହିତ ପୁରୀ ବାସିନ୍ଦା ବେଶ୍ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଶେଷ କରି ଗୋଟିଏ ପଟେ ପ୍ରବେଶ ଅନୁମତି ଥିବାରୁ ଲମ୍ବା ଲାଇନ୍ ଲାଗି ରହୁଛି। ଫଳରେ ଅତ୍ୟାଧିକ ଭିଡ଼ ଯୋଗୁ ବୟସ୍କ, ମହିଳା ଓ ଶିଶୁମାନେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି। ସେହିପରି ପୁରୀ ବାସିନ୍ଦା ମହାପ୍ରଭୁଙ୍କ ଦର୍ଶନ ସହିତ ମହାପ୍ରସାଦ ଟିକିଏ ଆଣିବା ପାଇଁ ଘଣ୍ଟା ଘଣ୍ଟା ଧରି ଧାଡ଼ିରେ ଛିଡା ହେଉଛନ୍ତି। ଏଥିଯୋଗୁ ପୁରୀରେ ଥିବା ବୟସ୍କ ବ୍ୟକ୍ତି ମାନେ ଦୈନନ୍ଦିନ ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ହେଉଛନ୍ତି। ତେଣୁ ଦର୍ଶନ ବ୍ୟବସ୍ଥାକୁ ଅଧିକ ସୁଗମ କରିବା ସହ ଆନନ୍ଦ ବଜାରରୁ ମହାପ୍ରସାଦ ଆଣିବା ପାଇଁ ପୂର୍ବ ଭଳି ସମସ୍ତ ଦ୍ବାରକୁ ଭକ୍ତଙ୍କ ଉଦ୍ଦେଶ୍ୟରେ ଖୋଲି ଦେବା ପାଇଁ ସଚେତନ ନାଗରିକ ମଞ୍ଚ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଦାବି ପୂରଣ ନହେଲେ ଆନ୍ଦୋଳନ ଜୋରଦାର ହେବ ବୋଲି ବିଭିନ୍ନ ସଙ୍ଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି। ସେପଟେ ଚାରିଦ୍ବାର ଭକ୍ତଙ୍କ ପାଇଁ ଖୋଲିବା ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ପୁରୀ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ। କରୋନା ମହାମାରୀ ହଟି ଯାଇଥିବା ବେଳେ ଶ୍ରୀମନ୍ଦିର ତିନିଦ୍ବାରରେ ଭକ୍ତଙ୍କ ପ୍ରବେଶ କଟକଣା ରହିବା ଅନୁଚିତ ବୋଲି ବିଜେପି ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଧାୟକ କହିଛନ୍ତି। ବିଶେଷ କରି ପୁରୀ ବାସିନ୍ଦାଙ୍କୁ ସମସ୍ତ ଦ୍ବାରରେ ପ୍ରବେଶ ଅନୁମତି ଦେବାକୁ ପ୍ରଶାସନ ନିକଟରେ ବିଧାୟକ ବାରମ୍ବାର ଦାବି କରିଛନ୍ତି। ପୁରୀ ଜିଲ୍ଲାପାଳଙ୍କ ସହ ସେ ବାରମ୍ବାର ଆଲୋଚନା କରିଥିଲେ ମଧ୍ୟ ପ୍ରଶାସନ କାହିଁକି ଏନେଇ ପଦକ୍ଷେପ ନେଉନାହିଁ ସେନେଇ ବିଧାୟକ ପ୍ରଶ୍ନ କରିଛନ୍ତି। ତେବେ ଆସନ୍ତା ୭ଦିନ ମଧ୍ୟରେ ଶ୍ରୀମନ୍ଦିର ଚାରିଦ୍ବାରରେ ପୁରୀ ବାସିନ୍ଦାଙ୍କ ପାଇଁ ପ୍ରବେଶ ଅନୁମତି ନମିଳିଲେ ଶ୍ରୀମନ୍ଦିର ଠାରେ ଧାରଣା ଦିଆଯିବ ବୋଲି ସେ ଚେତାବନୀ ଦିଆଯାଇଛି। ଏନେଇ ଏକ ଦାବିପତ୍ର ମଧ୍ୟ ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି ବିଧାୟକ। ସେପଟେ ଶ୍ରୀମନ୍ଦିର ଓ ପୋଲିସ ପ୍ରଶାସନ ସହ ବରିଷ୍ଠ ସେବାୟତଙ୍କ ସହ ଆଲୋଚନା କରାଯାଇ ଖୁବଶୀଘ୍ର ଏନେଇ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ଜିଲ୍ଲାପାଳ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More