ପୁରୀ ଗସ୍ତରେ ଆସି ମହାପ୍ରଭୁଙ୍କୁ ଦର୍ଶନ କଲେ ବିଜେପିର କେନ୍ଦ୍ରାପଡ଼ା ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା

107

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ପୁରୀ ଗସ୍ତରେ ଆସି ମହାପ୍ରଭୁଙ୍କୁ ଦର୍ଶନ କଲେ ବିଜେପିର କେନ୍ଦ୍ରାପଡ଼ା ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା। ତାଙ୍କ ସହ ବିଜେପି ପୁରୀ ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର, ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ଉପସ୍ଥିତି ଥିଲେ। ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ପ୍ରତିକ୍ରିୟା ଦେଇ ବୈଜୟନ୍ତ ପଣ୍ଡା କହିଛନ୍ତି ଏଥର କେବଳ ମୋଦି, ମୋଦି, ମୋଦି। ଏନ୍ ଡି ଏ ମେଣ୍ଟ 4 ଶହରୁ ଅଧିକ ଆସନରେ ବିପୁଳ ବିଜୟ ହାସଲ କରି କେନ୍ଦ୍ର ରେ ଡବଲ ଇଞ୍ଜିନ ସରକାର ଗଠନ କରିବ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକାସ ମୂଳକ ଶାସନକୁ ନେଇ ସାରା ଦେଶରେ ବିଜେପି ପ୍ରତି ଲକ୍ ଙ୍କ ପ୍ରଚଣ୍ଡ ସମର୍ଥନ ରହିଚି। ଏଥର ନିର୍ବାଚନରେ ବିଜେପି ପ୍ରଚଣ୍ଡ ବହୁମତ ହାସଲ କରି ବିଜୟ ବାନା ଉଡ଼ାଇବ।ସେପଟେ ପୁରୀ ଲୋକସଭା ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ର କହିଚନ୍ତି ମହାପ୍ରଭୁଙ୍କୁ ଦର୍ଶନ ବେଳେ ସେ ଅନୁଭବ କରିଛନ୍ତି ମହାପ୍ରଭୁ କହିଚନ୍ତି ମୋଦି ଜନତାଙ୍କ ପାଇଁ ଗ୍ୟାରେଣ୍ଟି ଆଣିଥିବା ବେଳେ ମୁଁ ମୋଦିଙ୍କ ପାଇଁ ଗ୍ୟାରେଣ୍ଟି ନେଇଚି। ମହାପ୍ରଭୁଙ୍କ ଗ୍ୟାରେଣ୍ଟି ଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନେତୃତ୍ୱରେ ବିଜେପି ବିପୁଳ ବିଜୟ ହାସଲ କରିବେ ବୋଲି ସମ୍ବିତ ପାତ୍ର କହିଛନ୍ତି। ମୋଦି ଜି ମହାପ୍ରଭୂଙ୍କ ଜଣେ ବଡ ଭକ୍ତ ହୋଇଥିବାରୁ ମହାପ୍ରଭୁଙ୍କ କୃପା ମୋଦିଜିଙ୍କ ଉପରେ ଥିବା ସମ୍ୱିତ କହିଚନ୍ତି। ତେବେ ସେ ଲୋକସଭାରେ ଲଢ଼ୁଥିବା ବେଳେ ବିପକ୍ଷ ପାର୍ଟୀର ପ୍ରାର୍ଥୀଙ୍କ ବିଷୟରେ କିଛି କହିବେ ନାହିଁ । ସେ କେବଳ ଲୋକଙ୍କ ସେବା ପାଇଁ ଆସିଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More