ପୁରୀ(ସଂଘର୍ଷ ମିଡିଆ) : – ପୁଣି ପୁରୀରେ ବିଜେଡି ବିରୋଧରେ ନିର୍ବାଚନ ଆଚରଣ ବିଧି ଉଲଘଂନ ଅଭିଯୋଗ ମାମଲା ଆସିଚି। ପୁରୀ ବିଜେପି ପକ୍ଷରୁ ଏହି ଅଭିଯୋଗ କରାଯାଇଛି । ଅଭିଯୋଗ ଆଧାରରେ ଫ୍ଲାଇଙ୍ଗ ସ୍କ୍ୱାର୍ଡ ଘଟଣା ସ୍ଥଳ ରେ ପହଂଚି ତଦନ୍ତ କରିଚି। ତେବେ ପୁରୀ ଜିଲା ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଅଭିଯୋଗ ହେଇଛି ଜେ ପୁରୀ ଏସ ସି ଏସ କଲେଜ ପାଖରେ ଥିବା ରାଜ୍ୟ ସରକାର ଙ୍କ ମିଶନ ଶକ୍ତି ଗୃହ ରେ ବିଜେଡି ର ଏକ ଦଳୀୟ ବୈଠକ ଅନୁଷ୍ଠିତ ହେଉଥିଲା। ଯେଉଁ ବୈଠକ ରେ ପୁରୀ ନଗର ବିଜେଡ଼ି ସଭାପତି ସବ୍ୟସାଚୀ ମହାପାତ୍ର ଙ୍କ ନେତୃତ୍ଵ ରେ ହେଉଥିଲା।ଏହି ବୈଠକରେ ପୁରୀ ପୌରପାଳିକାର କେତେକ ପୂର୍ବତନ କାଉନସିଲର, ବିଜେଡି ମହିଳା ନେତ୍ରୀ ଯୋଗ ଦେଇଥିଲେ। ଆଗାମୀ ନିର୍ବାଚନ କିଭଳି ପରିଚାଳନା ହେବ, କିଭଳି ଅର୍ଥ ଦେଇ ଭୋଟରଙ୍କୁ ପ୍ରଲୋଭିତ କରିହେବ ସେ ନେଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହେଉଥିଲା। ଏହା ବିଜେପି ଯୁବ ମୋର୍ଚ୍ଚା କର୍ମୀ ଖବର ପାଈ ସେଠାର ପହଂଚି ପ୍ରତିବାଦ କରିଥିଲେ। ଏହା ଦେଖି ବିଜେଡି କର୍ମୀ ଓ ନେତା ପଳାଇ ଥିଲେ। ପରେ ଫ୍ଲାଇଙ୍ଗ ସ୍କ୍ୱାର୍ଡ ଆସି ତଦନ୍ତ କରିଥିଲେ। ତେବେ ବିଜେଡ଼ିର ନେତା ସ୍କ୍ୱାର୍ଡ ଅଫିସରଙ୍କୁ ପାଟିତୁଣ୍ଡ କରି ଧମକାଇଥିଲେ। କିନ୍ତୁ ସ୍କ୍ୱାର୍ଡ ଅଧିକାରି ବିଜେଡ଼ି କର୍ମୀ ଙ୍କ ନାଲି ଆଖୀ ରେ ଭୟଭୀତ ହୋଇ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନଥିବା ବିଜେପି ଅଭିଯୋଗ କରିଛି। ସେପଟେ ବିଜେପିର ଏହି ଅଭିଯୋଗକୁ ବିଜେଡି ଖଣ୍ଡନ କରିଛି। ମିଶନ ଶକ୍ତି ଗୃହରେ କୌଣସି ବୈଠକ ହେଉ ନଥିଲା। ତେବେ ବିଜେପି ବିଜେଡିକୁ ବଦନାମ କରିବା ପାଇଁ ହିନ ଚକ୍ରାନ୍ତ କରୁଚି । ଯାହାକି ଆଗାମୀ ଦିନରେ ଲୋକେ ଜବାବ ଦେବେ ବୋଲି ପୁରୀ ନଗର ବିଜେଡି ସଭାପତି ସବ୍ୟସାଚୀ ମହାପାତ୍ର କହିଛନ୍ତି।