ପୁରୀ (ସଂଘର୍ଷ ମିଡିଆ) : – ନିମାପଡ଼ା ବିଧାୟକ ସମୀର ରଂଜନ ଦାଶ ଏବେ ପୁଣି ବିବାଦରେ । ନିମାପଡ଼ାର ଜଣେ ବିଜେଡି ନେତ୍ରୀଙ୍କୁ ବିଧାୟକ ସମୀର ଦାଶ ଗୁଣ୍ଡା ପଠାଇ ଜିବନରେ ମାରିଦେବାକୁ ଧମକ ଅଭିଯୋଗ ଥାନା ହୋଇଥିବା ବେଳେ ପୋଲିସ ଚୁପ୍ ବସିବାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ବିଜେଡି ନେତ୍ରୀ ଜ୍ୟୋସ୍ନାରାଣୀ ନାୟକ। ବିଧାୟକ ସମୀର ଦାଶଙ୍କ ଚାପରେ ଗୋପ ଓ ନିମାପଡ଼ା ପୋଲିସ୍ ବିଧାୟକଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଉନଥିବା ଅଭିଯୋଗ କରିଛନ୍ତି ନିମାପଡ଼ାର ବିଜେଡି ନେତ୍ରୀ ଜ୍ୟୋସ୍ନାରାଣୀ ନାୟକ।। ପୁରୀରେ ଏକ ସାମ୍ୱାଦିକ ସମ୍ମିଳନୀ କରି ଏହି ସୁଚନା ସେ ଦେଇଥିବା ବେଳେ ଗୋପ ଓ ନିମାପଡ଼ା ପୋଲିସ ତାଙ୍କୁ ତୁରନ୍ତ ନ୍ୟାୟ ଦିଅନ୍ତୁ ବୋଲି ଜ୍ୟୋସ୍ନାରାଣୀ ନାୟକ ଦାବୀ କରିଛନ୍ତି। ନହେଲେ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରସ୍ଥ ହେବେ ବୋଲି କହିଛନ୍ତି। ବିଜେଡି ଦଳ ମହିଳାଙ୍କୁ ସମ୍ମାନ ଦେବା ପାଇଁ ସବୁବେଳେ ଆହ୍ଵାନ ଦେଉଥିବା ବେଳେ ନିମାପଡ଼ା ବିଧାୟକ ଜଣେ ମହିଳାଙ୍କୁ ଗୁଣ୍ଡା ପଠାଇ ଅଶାଳୀନ ବ୍ୟବହାର କରିବା ସହ ଜିବନରେ ମାରିଦେବାକୁ ଧମକ ଦେବା ଅତି ଦୁଃଖର ବିଷୟ ବୋଲି ବିଜେଡି ନେତ୍ରୀ ଜ୍ୟୋସ୍ନାରାଣୀ ନାୟକ କହିଛନ୍ତି। ସେ କହିଛନ୍ତି ଗତ ଅକ୍ଟୋବର 2 ତାରିଖ ରୁ ସେ ନିମାପଡା, ଗୋପ ଅଞ୍ଚଳରେ ଦଳର ସଙ୍ଗଠନ କୁ ମଜଭୁତ କରିବା ପାଇଁ ପଦଯାତ୍ରା କରିଥଲେ। ତେବେ ସେ କାହିଁକି ପଦଯାତ୍ରା କରୁଛନ୍ତି ଏବଂ କେବଳ ବିଧାୟକ ସମୀର ଦାଶ ହିଁ ନିମାପଡ଼ା ନିର୍ବାଚନ ମଣ୍ଡଳୀରେ ବିଜେଡିର ନେତା ବୋଲି ତାଂକ ଗୁଣ୍ଡା ମାନେ କହିବା ସହ ଜିବନରେ ମାରି ଦେବାକୁ ଧମକ ଦେଇଛନ୍ତି। ଗତ 9 ତାରିଖ ରେ ଗୋପ କୁସୁପୁର ବଜାର ରେ ଓ ଗତକାଲି ନିମାପଡ଼ା ର ଦିଘାଳ ଠାରେ ଜିବନ ରେ କରିଦେବାକୁ ଉଦ୍ୟମ କରାଯାଇଛି । ତେବେ ତାଂକ ଡ୍ରାଇଭର ଓ ତାଂକ କିଛି ସମର୍ଥକ ଥିବାରୁ ସେ ବଞ୍ଚି ଯାଇଥିବା କହିଚନ୍ତି। ଏ ନେଇ ସେ ଗୋପ ଓ ନିମାପଡ଼ା ଥାନା ରେ ବିଧାୟକ ସମୀର ଦାଶ ଓ ତାଂକ ଗୁଣ୍ଡାଙ୍କ ବିରୋଧ ରେ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ୍ ବିଧାୟକଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନଥିବା ବିଜେଡି ନେତ୍ରୀ ଜ୍ୟୋସ୍ନାରାଣୀ ନାୟକ ଅଭିଯୋଗ କରିଛନ୍ତି। ତେବେ ଜ୍ୟୋସ୍ନାରାଣୀ ନାୟକ ନିମାପଡ଼ା ନିର୍ବାଚନ ମଣ୍ଡଳୀରୁ ବିଧାୟକ ପ୍ରାର୍ଥୀ ପାଇଁ ନିଜେ ସଙ୍ଗଠନ କରୁଛନ୍ତି। ଯାହାକୁ ବିଧାୟକ ସମୀର ଦାଶଙ୍କ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଚି। ବିଭିନ୍ନ ବିବାଦରେ ସମୀର ଫସିଥିବା ବେଳେ ନିଜ ନିର୍ବାଚନ ମଣ୍ଡଳୀରେ ତାଂକ କାର୍ଯ୍ୟକଳାପକୁ ନେଇ ଅସନ୍ତୋଷ ବଢିବାରେ ଲାଗିଛି। ଏହି ମଉକ ରେ ତାଙ୍କର ପ୍ରତିଦ୍ବନ୍ଦୀ ଭବେ ଉଭା ହୋଇଛନ୍ତି ବିଜେଡି ନେତ୍ରୀ ଜ୍ୟୋସ୍ନାରାଣୀ ନାୟକ। ଏଣୁ ଏହାକୁ ନେଇ ଦୁଇ ପକ୍ଷ ମଧ୍ୟ ରେ ବିବାଦ ବଢୁଥିବା ବେଳେ ଏହି ଘଟଣା କୁ ନେଇ ସବୁ ଘଟଣା ଘଟିଥିବା କୁହାଯାଉଛି। ତେବେ ତାଙ୍କୁ ନ୍ୟାୟ ନ ମିଳିଲେ ଜ୍ୟୋସ୍ନାରାଣୀ ମୁଖ୍ୟମନ୍ତ୍ରୀ ଙ୍କ ନିକଟ କୁ ଯିବା ପାଇଁ କହିଥିବା ବେଳେ ଆଗାମୀ ଦିନ ବିଧାୟକ ସମୀର ଦାଶ ଏହାକୁ କିଭଳି ମୁକାବିଲା କରୁଚନ୍ତି ତାକୁ ଏବେ ଅପେକ୍ଷା।