ପାର୍ଟି ନିର୍ବାଚନ ପ୍ରଚାର ପାଇଁ ଖର୍ଚ୍ଚ ନ ଦେବାରୁ ଟିକେଟ ଫେରାଇଲେ ପ୍ରାର୍ଥୀ

57

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ପାର୍ଟି ନିର୍ବାଚନ ପ୍ରଚାର ପାଇଁ ଖର୍ଚ୍ଚ ନ ଦେବାରୁ ଟିକେଟ ଫେରାଇବେ ପ୍ରାର୍ଥୀ । ପୁରୀ ଲୋକସଭା ପାଇଁ କଂଗ୍ରେସ ଦଳର ପ୍ରାର୍ଥୀ ହୋଇଥିବା ସୁଚରିତା ମହାନ୍ତି ଦଳକୁ ଟିକେଟ ଫେରାଇ ଦେବା ପାଇଁ ନିଷ୍ପତ୍ତି କରିଛନ୍ତି । ସୁଚରିତା କଂଗ୍ରେସ ଦଳର ସାଧାରଣ ସମ୍ପାଦକ କେ ସି ଭେନୁଗୋପାଳଙ୍କୁ ମେଲରେ ଲେଖି ଜଣାଇ ଦେଇଛନ୍ତି। ଏଥି ସହିତ କଂଗ୍ରେସ ପାଟିର ଶୀର୍ଷ ନେତୃତ୍ଵକୁ ସେ ମଧ୍ଯ ଜଣାଇ ଦେଇଛନ୍ତି। ସୁଚରିତା ମେଲ ରେ ଉଲ୍ଲେଖ କରିଛନ୍ତି ସେ ଜଣେ ସାଧାରଣ କର୍ମଜୀବୀ ମହିଳା। ତାଙ୍କର ସୀମିତ ଆୟ ରହିଚି। ସେଥିପାଇଁ ସେ ନିର୍ବାଚନ ଲଢ଼ିବାକୁ ଅକ୍ଷମ। ଦଳ ତାଙ୍କୁ ନିର୍ବାଚନ ପ୍ରଚାର୍ ପାଇଁ ଆର୍ଥିକ ସହାୟତା ନ ଦେଲେ ସେ କିଭଳି ନିର୍ବାଚନ ଲଢ଼ିବେ ବୋଲି ପ୍ରଶ୍ନ କରିଛନ୍ତି ସୁଚରିତା।ସେ ଜଣେ କଂଗ୍ରେସ ବିଚାରଧାରାର ବ୍ୟକ୍ତି। କଂଗ୍ରେସକୁ ସେ ବହୁତ୍ ଭଲ ପାଆନ୍ତି। କିନ୍ତୁ ବର୍ତ୍ତମାନ ସ୍ଥିତିରେ ବିନା ଆର୍ଥିକ ସହାୟତାରେ ସେ ନିର୍ବାଚନ ଲଢ଼ିବାକୁ ଅକ୍ଷମ। ସେହିପରି ପୁରୀ ଲୋକସଭା ଅଧୀନରେ ଥିବା 7 ଟି ନିର୍ବାଚନ ମଣ୍ଡଳୀରେ ବହୁତ୍ ଦୁର୍ବଳ ପ୍ରାର୍ଥୀ ଦିଆଯାଇଛି। ଯାହା ଫଳରେ ସେ ନିର୍ବାଚନରେ ଲଢେଇ କରିବା ଆଶା କରି ପାରୁନାହାନ୍ତି। ଏଣୁ ଏହି ସବୁ ସ୍ଥିତି ଦେଖିକି ସେ ଦଳକୁ ଟିକେଟ ଫେରାଇବା ପାଈଁ ନିଷ୍ପତ୍ତି ନେଇଥିବା କହିଛନ୍ତି। ସୁଚରିତା ଗତ ଦୁଇ ଦିନ ତଳେ ଲୋକଙ୍କୁ ନିର୍ବାଚନ ଲଢ଼ିବା ପାଇଁ ଆର୍ଥିକ ସହାୟତା ନିବେଦନ କରିଥିଲେ। ସେ କ୍ୟୁଆର କୋଡ ଏଥି ପାଇଁ ସୋସିଆଲ ମିଡିଆରେ ଜାରୀ କରିଥଲେ। ହେଲେ ଏହା ଲୋକଙ୍କ ଦ୍ଵାରା ଗ୍ରହଣୀୟ ନହେବାରୁ ସେ ଟିକେଟ ଫେରାଇବା ନିଷ୍ପତ୍ତି ନେଇଥିବା ସୁଚରିତା କହିଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More