ପାପଡାହାଣ୍ଡିରେ ବିଜେପି କର୍ମୀଙ୍କ ଦ୍ୱାରା ବ୍ଳକ ଘେରାଉ

28

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ): – ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକକୁ ଆଜି ପାପଡାହାଣ୍ଡି ବିଜେପି କର୍ମୀଙ୍କ ଦ୍ୱାରା ଘେରାଉ କରାଯାଇଛି | ପାପଡାହାଣ୍ଡି ବ୍ଲକ ବିଭିନ୍ନ ଦୁର୍ନୀତିରେ ଲିପ୍ତ ଥିବା ଦର୍ଶାଇ ଆଜି ଏହି ଘେରାଉ କରାଯାଇଛି | ଏହି ବ୍ଲକ ଘେରାଉ ଟି ପୂର୍ବତନ ନବରଙ୍ଗପୁର ଲୋକ ସଭା ସାଂସଦ ପର୍ଶୁରାମ ମାଝୀଙ୍କ ନେତୃତ୍ୱରେ ଏହି ଘେରାଉ କରାଯାଇଛି | ପାପଡାହାଣ୍ଡି ବ୍ଲକର ବିଭିନ୍ନ ପଞ୍ଚାୟତରୁ ପାଖ ପାଖି 2000 ବିଜେପି କର୍ମୀ ପ୍ରସିଦ୍ଧ ନୀଳକଣ୍ଠେସ୍ଵର ମନ୍ଦିର ପ୍ରାଙ୍ଗଣରେ ଏକତ୍ରିତ ହୋଇ ରାଜ୍ୟ ସରକାର ଙ୍କ ଉପରେ ବର୍ଷୀଥିଲେ | ପାପଡାହାଣ୍ଡି ବ୍ଲକ ଦୁର୍ନୀତିର ଚରମ ସୀମାରେ ପହଁଚିଛି ବୋଲି ପୂର୍ବତନ ସାଂସଦ ତାଙ୍କ ଅଭିଭାଷଣ ରଖିଥିଲେ | ଏହି ବ୍ଲକରେ ପ୍ରଶାସନ ନୁହେଁ ବରଂ ନେତା ରାଜୁତି ଚାଲିଛି ବୋଲି ଡାବୁଗାଁ ବିଧାନସଭା ସଂଯୋଜକ ତ୍ରିନାଥ ଅମନାତ୍ୟ କହିଥିଲେ | ବିଜେପି କର୍ମୀ ନୀଳକଣ୍ଠେଶ୍ଵର ମନ୍ଦିରରୁ ବିରାଟ ପଟୁଆର ବାହାରି ପାପଡାହାଣ୍ଡି ବ୍ଲକ କାର୍ଯ୍ୟାଳୟରେ ପହଞ୍ଚିଥିଲେ | ପରେ ପାପଡାହାଣ୍ଡି ବିଡ଼ିଓ ଦୁର୍ଯ୍ୟୋଧନ ଭୋଇଙ୍କ ଜରିଆରେ ମହାମହିମ ରାଜ୍ୟପାଳଙ୍କ ଉଦେଶ୍ୟରେ 10 ଦଫା ଦାବିପତ୍ର ପ୍ରଦାନ କରିଥିଲେ |ଏହି ଘେରାଉରେ ବିଜେପିର ଡାବୁଗାଁ ବିଧାନସଭା ପ୍ରଭାରୀ ମାନସ ତ୍ରିପାଠୀ , ତିନି ମଣ୍ଡଳ ସଭାପତି ଅରୁଣ ବାହୁକ, କ୍ଷେତ୍ରମୋହନ ପାତ୍ର , କେ. କ୍ରିଷ୍ଣା ରାଓ , ବରିଷ୍ଠ କର୍ମକର୍ତ୍ତା ହରି ପାଣିଗ୍ରାହୀ , ହରି ମୋହନ ଶର୍ମା , ଦୀନବନ୍ଧୁ ବିଷୋୟୀ , ଯୁବ ମୋର୍ଚା ସଭାପତି ସୁବ୍ରଜିତ ପାଣିଗ୍ରାହୀ , ଦିବାନା ସିଂ, ସୋମନାଥ ପୂଜାରୀ ଉପସ୍ଥିତ ଥିଲେ | ପାପଡାହାଣ୍ଡି ଥାନାଧିକାରୀ ଦୀପକ କୁମାର ଜେନାଙ୍କ ନେତୃତ୍ୱ ରେ ପାପଡାହାଣ୍ଡି ପୋଲିସ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା |ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିଉଜ୍ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More