ପଶ୍ଚିମ ମୟୁରଭଞ୍ଜ ଜିଲ୍ଲା ଭାଜପାର ସଦସ୍ୟତା ଅଭିଯାନ ବୈଠକ

1,808

Get real time updates directly on you device, subscribe now.

ରାଇରଙ୍ଗପୁର(ସଂଘର୍ଷ ମିଡିଆ) : ଯଶିପୁର ସ୍ଥିତ କନକ ରେସିଡେନ୍ସିଠାରେ ଭାରତୀୟ ଜନତା ପାର୍ଟି ପଶ୍ଚିମ ମୟୂରଭଞ୍ଜ ସାଂଗଠନିକ ଜିଲ୍ଲା ସଭାପତି କୃପାସିନ୍ଧୁ ମହାନ୍ତଙ୍କ ନେତୃତ୍ୱରେ ଜିଲ୍ଲା ସଦସ୍ୟତା ଅଭିଯାନ- ୨୦୨୪ କର୍ମଶାଳା ଅନୁଷ୍ଠିତ ହୋଇଥିଲା । ସଭା ପ୍ରାରମ୍ଭରେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରେଡିଓ କାର୍ଯ୍ୟକ୍ରମ ମନ କୀ ବାତ୍ ଦୂରଭାଷୀ ମାଧ୍ୟମରେ ଦେଖିଥିଲେ । ବୈଠକରେ ମାନ୍ୟବର ମନ୍ତ୍ରୀ ଜଙ୍ଗଲ,ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ, ଶ୍ରମ ଓ କର୍ମଚାରୀ ରାଜ୍ୟବୀମା ମନ୍ତ୍ରୀ ଗଣେଶ ରାମ ସିଂଖୁଣ୍ଟିଆ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଅନ୍ୟତମ ଅତିଥି ଭାବେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ସଦସ୍ୟତା ଅଭିଯାନର ପ୍ରଭାରୀ ବିଷ୍ଣୁଚରଣ ଦାସ ଏବଂ ରାଜ୍ୟ ମହିଳାମୋର୍ଚ୍ଚା ସାଧାରଣ ସମ୍ପାଦିକା ତଥା ସହ-ପ୍ରଭାରୀ ରଶ୍ମିରେଖା ଦାସ, ମୟୂରଭଞ୍ଜ ଲୋକସଭା ସାଂସଦ ନବଚରଣ ମାଝୀ, ରାଇରଙ୍ଗପୁର ବିଧାୟକ ଜଲେନ୍ ନାଏକ ବାର୍ଦା, ସାରସକଣା ବିଧାୟକ ଭାଦବ ହାଁସଦା, କରଞ୍ଜିଆ ବିଧାୟକ ପଦ୍ମଚରଣ ହାଇବୁରୁ, ସଂଜୀବ କୁମାର ମହାନ୍ତି । ଉକ୍ତ ସଭାକୁ ଜିଲ୍ଲା ସାଧାରଣ ସମ୍ପାଦକ ମନୋଜ କୁମାର ଦାସ ପରିଚାଳନା କରିଥିଲେ । କର୍ମଶାଳାରେ ୨୯ ଗୋଟି ମଣ୍ଡଳରୁ ୩୦୦ରୁ ଅଧିକ ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତ୍ତା ଉପସ୍ଥିତ ଥାଇ ସଭାକୁ ସାଫଲ୍ୟ ମଣ୍ଡିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସଦସ୍ୟତା ଅଭିଯାନର ସଦସ୍ୟତା ପ୍ରମୁଖ ଜୁରିଲାଲ ମହାନ୍ତ, ଜିଲ୍ଳା ଉପସଭାପତି ବିପିନ ବିହାରୀ ମହାନ୍ତ, ଆଦିବାସୀ ମୋର୍ଚ୍ଚା ଜିଲ୍ଲା ସଭାପତି ବିର୍ସା କଣ୍ଡାଙ୍ଗକେଲ, ମିଥିଳା ଟୁଡୁ, ଜୟଦ୍ରଥ ଗିରି, ଜନାର୍ଦନ ବେହେରା, ନରେନ୍ଦ୍ର ସାହୁ, ଜିଲ୍ଲା ସାଧାରଣ ସମ୍ପାଦକ ଆଶିଷ ମହାନ୍ତ, ସରୋଜ ମହାନ୍ତ, ଜିଲ୍ଲା ସମ୍ପାଦିକା ପବିତ୍ରା ମହାନ୍ତ, ରାଣୀ ମଣ୍ଡଳ, ଲକ୍ଷ୍ମୀକାନ୍ତ ରାମ, ବରୁଣ ଦେ, ବଂଶୀଧର ଦାସ ପ୍ରମୁଖ ଉପସ୍ଥିତ ଥିଲେ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More