ନୂଆଗାଁ ଗ୍ରାମପାୟତରେ ବିଜେଡିର କର୍ମୀ ସମ୍ମିଳନୀ

97

Get real time updates directly on you device, subscribe now.

କଟକ(ସଂଘର୍ଷ ମିଡିଆ) : – 2024 ନିର୍ବାଚନ ପାଇଁ ସବୁ ରାଜନୈତିକ ଦଳ ସଜବାଜ ଆରମ୍ଭ କରିସାରିଲେଣି।ଓଡିଶା ବାସୀଙ୍କ ପ୍ରିୟ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ ଯୋଜନା ତଥା ମାନ୍ୟବର ବିଧାୟକ ନିଆଳି ତଥା କଟକ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ- ପ୍ରଫେସର ଡାକ୍ତର ପ୍ରମୋଦ କୁମାର ମଲ୍ଲିକଙ୍କ ନେତୃତ୍ୱରେ କଣ୍ଟାପଡା ବ୍ଳକ ନୂଆଗାଁ ଗ୍ରାମ ପଞ୍ଚାୟତ ଠାରେ “କର୍ମୀ ସମ୍ମିଳନୀ” ଏବଂ “ମିଶ୍ରଣ ପର୍ବ” ଅନୁଷ୍ଠିତ ହୋଇଯାଇଛି। ଏହି ମିଶ୍ରଣ ପର୍ବରେ ମାନ୍ୟବର ବିଧାୟକଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେପିର କର୍ମୀ ବିକ୍ରମ ସାହୁ ଓ ଘନଶ୍ୟାମ ମଲ୍ଲିକ ଆନୁଷ୍ଠାନିକ ଭାବେ ବିଜୁ ଜନତା ଦଳ ରେ ସାମିଲ ହୋଇଛନ୍ତି। ଉକ୍ତ କର୍ମୀ ସମ୍ମିଳନୀରେକଣ୍ଟାପଡା ବ୍ଲକ ବିଜୁ ଜନତା ଦଳର ସମସ୍ତ ନେତୃବୃନ୍ଦ,ଯୁବ- ଛାତ୍ର- ମହିଳା ନେତୃବୃନ୍ଦ ତଥା କର୍ମକର୍ତ୍ତା,ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ସୁପ୍ରିୟା ଭୋଇ,,ବ୍ଳକ/ଗ୍ରାମପଞ୍ଚାୟତ ପଦାଧିକାରୀଙ୍କ ସମେତ ବିଜୁ ପ୍ରେମୀ ମାନେ ଉପସ୍ଥିତ ଥିଲେ । 2024 ସାଧାରଣ ନିର୍ବାଚନରେ ପୁନର୍ବାର ଷଷ୍ଠ ଥର ପାଇଁ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଭାବେ ଓ ନିଆଳି ର ବିଧାୟକ ରୂପେ ଚତୁର୍ଥ ଥର ପାଇଁ ପ୍ରଫେସର ଡା.ପ୍ରମୋଦ କୁମାର ମଲ୍ଲିକ ନିର୍ବାଚିତ ହେବେ ବୋଲି ନିଜେ ବିଧାୟକ ଡା. ପ୍ରମୋଦ କୁମାର ମଲ୍ଲିକ ଦୃଢୋକ୍ତି ବ୍ୟକ୍ତ କରିଥିଲେ।କଟକ ଜିଲ୍ଲା ନୂଆଗାଁ ଗ୍ରାମପଞ୍ଚାୟତରୁ ସନ୍ତୋଷ ପ୍ରଧାନଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More