ନିର୍ବାଚନ ରଣକ୍ଷେତ୍ରକୁ ଓହ୍ଲାଇବା ପୁର୍ବରୁ ଜଗା ଦର୍ଶନ କଲେ ପ୍ରଣବ ପ୍ରକାଶ ଦାଶ

123

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ନିର୍ବାଚନ ପାଇଁ ବିଜେଡି ପ୍ରଥମ ପର୍ଯ୍ୟାୟର ପ୍ରାର୍ଥୀ ତାଲିକା ଘୋଷଣା କରିଛି । ତେବେ ସମ୍ବଲପୁର ଲୋକସଭା ଆସନରୁ ବିଜେଡିରୁ ଲଢ଼ିବେ ବିଜେଡ଼ି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାଶ। ତେବେ ନିର୍ବାଚନ ରଣକ୍ଷେତ୍ରକୁ ଓହ୍ଲାଇବା ପୁର୍ବରୁ ପ୍ରଣବ ଜଗା ଶରଣରେ ପସିଛନ୍ତି ।ସେ ଆଜି ପୁରୀ ଆସି ଶ୍ରୀ ମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ପୁରୀରେ ପହଞ୍ଚିବା ପରେ ବିଜେଡିର ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆଙ୍କ ସମେତ ଦଳର ନେତା ଓ କର୍ମୀ ପ୍ରଣବଙ୍କୁ ସ୍ଵାଗତ କରିଥଲେ। ପରେ ପ୍ରଣବ ପ୍ରଥମେ ସିଂହ ଦ୍ବାର ଗୁମୁଟ ପ୍ରଭୂ ପତିତପାବନଙ୍କୁ ଦର୍ଶନ କରିଥଲେ। ପରେ ଶ୍ରୀ ଭିତରେ ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ। ପରେ ଦେବୀ ବିମଳା, ମା ଲକ୍ଷ୍ମୀଙ୍କ ମନ୍ଦିର ଯାଇ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥଲେ। ଶ୍ରୀ ମନ୍ଦିର ଭିତରେ ବେଢ଼ା ପରିକ୍ରମା କରିବା ସହ ବିଭିନ୍ନ ପାର୍ଶ୍ଵ ଦେବଦେବୀ ମନ୍ଦିର ଯାଇ ଦର୍ଶନ କରି ପ୍ରଭୁଙ୍କ ଆଶୀର୍ବାଦ ଲୋଡିଥିଲେ। ଚଳିତ ନିର୍ବାଚନ ରେ ସମ୍ବଲପୁର ଲୋକସଭା ଆସନ ରେ ବିଜେପି ରୁ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେଡିରୁ ପ୍ରଣବ ପ୍ରକାଶ ଦାସ ନିର୍ବାଚନ ଲଢ଼ିବେ। ଦୁଇ ହେଭିୱେଟ୍ ନେତା ପରସ୍ପର ସହ ସିଧାସଳଖ ଲଢେଇ କରିବେ। ଏଣୁ ସମ୍ବଲପୁର ଲୋକସଭା ଲଢେଇ ବେଶ୍ ରୋଚକ ହେବ ବୋଲି ଚର୍ଚ୍ଚା ହେଉଚି। ତେବେ ବିଜେପିର ଟିକେଟ ଘୋଷଣା ପରେ ମଧ୍ୟ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପୁରୀ ଆସି ସପରିବାର ମହାପ୍ରଭୁଙ୍କୁ ଦର୍ଶନ କରି ନିର୍ବାଚନରେ ସଫଳତା ପାଇଁ ପ୍ରାର୍ଥନା କରିଥଲେ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More