ନିର୍ବାଚନ ଯୁଦ୍ଧକୁ ଓହ୍ଲାଇବା ପୁର୍ବରୁ ମହାପ୍ରଭୁଙ୍କୁ ଦର୍ଶନ କଲେ ବିଜେଡିର ବରିଷ୍ଠ ନେତା ସଞ୍ଜୟ ଦାସବର୍ମା

98

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ପୁରୀ ଆସି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ ସହ ଆଶିଷ ଲାଭ କରିଛନ୍ତି ବିଜେଡିର ବରିଷ୍ଠ ନେତା ସଞ୍ଜୟ ଦାସବର୍ମା। ଚଳିତ ବର୍ଷ ସେ ସତ୍ୟବାଦୀ ନିର୍ବାଚନ ମଣ୍ଡଳୀରୁ ବିଜେଡ଼ି ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବେ।‌ ତେବେ ମହାପ୍ରଭୁଙ୍କ ଦର୍ଶନ କରିବା ପରେ ପ୍ରତିକ୍ରିୟା ଦେଇ ସେ କହିଛନ୍ତି ସତ୍ୟବାଦୀ ଭଳି ଏକ ପୁଣ୍ୟ ମାଟିରୁ ନିର୍ବାଚନ ଲଢ଼ିବା ପାଇଁ ମୁଖ୍ୟମନ୍ତ୍ରୀ ତାଙ୍କୁ ସୁଯୋଗ ଦେଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ସେ କୃତଜ୍ଞତା ଜ୍ଞାପନ କରିଛନ୍ତିି। ଚଳିତ ନିର୍ବାଚନ ରୁ ତାଙ୍କର ଦ୍ବିତୀୟ ପର୍ଯ୍ୟାୟ ରାଜନୈତିକ ଜୀବନ ଆରମ୍ଭ ହେବ। ମହାପ୍ରଭୁ ଶ୍ରୀଜଗନ୍ନାଥ ଏବଂ ସାକ୍ଷୀଗୋପାଳର ପ୍ରଭୁ ସାକ୍ଷୀଗୋପିନାଥ ଙ୍କ ଆଶୀର୍ବାଦ ରୁ ତାଙ୍କ ଦ୍ବିତୀୟ ପର୍ଯ୍ୟାୟ ରାଜନୈତିକ ଜୀବନ ସଫଳ ହେଉ ବୋଲି ସେ ପ୍ରାର୍ଥନା କରିଛନ୍ତି। ସତ୍ୟବାଦୀ ମାଟି ହେଉଛି ମହାପୁରୁଷ ଗୋପବନ୍ଧୁ ଦାସଙ୍କ କର୍ମ ଭୂମି ଏବଂ ପଞ୍ଚସଖାଙ୍କ ପୁଣ୍ୟ ଭୂମି। ଏଣୁ ସେହିଭଳି ଏକ ପବିତ୍ର ସ୍ଥାନରେ ଜନସାଧାରଣଙ୍କ ସେବା ପାଇଁ ତାଙ୍କର ଲକ୍ଷ ଥିବାବେଳେ ସତ୍ୟବାଦୀର ବାସିନ୍ଦା ମଧ୍ୟ ତାଙ୍କୁ ସମର୍ଥନ ଜଣାଇବେ ବୋଲି ସେ ଆଶା ରଖିଛନ୍ତି। ବିଶେଷ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ମଳ, ସ୍ବଛ ଭାବମୂର୍ତ୍ତି ଏବଂ ବିକାଶଧାରାକୁ ସାଢ଼େ ଚାରିକୋଟି ଓଡ଼ିଆ ଗ୍ରହଣ କରିସାରିଥିବା ବେଳେ ପୂର୍ବ ନିର୍ବାଚନ ଅପେକ୍ଷା ଆଗାମୀ ନିର୍ବାଚନରେ ଲୋକସଭା ଏବଂ ବିଧାନସଭାରେ ଅଧିକ ଆସନରେ ବିପୁଳ ବିଜୟ ହାସଲ କରିବ ବୋଲି ବରିଷ୍ଠ ବିଜେଡି ନେତା ସଞ୍ଜୟ ଦାସବର୍ମା କହିଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More