ନିଆଳି ନିର୍ବାଚନ ମଣ୍ଡଳୀ ବିଜେଡିରେ ନେତୃତ୍ୱ ପରିବର୍ତ୍ତନ ନେଇ ଶକ୍ତି ପ୍ରଦର୍ଶନ

50

Get real time updates directly on you device, subscribe now.

ନିଆଳି(ସଂଘର୍ଷ ମିଡିଆ) : – ସାରା ରାଜ୍ୟରେ ବିଜୁ ଜନତା ଦଳ ପକ୍ଷରୁ ଜନସମ୍ପର୍କ ପଦ ଯାତ୍ରା ଶେଷ ହୋଇଥିବା ବେଳେ ଯୁବ ନେତୃତ୍ୱ ସୁବାସ ମଲ୍ଲିକଙ୍କ ଦ୍ୱାରା ଓମ୍ଫେଡ଼ ଛକ ଠାରୁ ନିଆଳି ପର୍ଯ୍ୟନ୍ତ ଏକ ବିଶାଳ ବାଇକ ରାଲି କରିଥିଲେ।ଆଖ ପାଖ ଅଞ୍ଚଳର ଚାରି ଶହରୁ ଉର୍ଦ୍ଧ୍ବ ବାଇକ ଶୋଭାଯାତ୍ରାରେ ବାହାରିଥିଲେ।ମୁଖ୍ୟମନ୍ତ୍ରୀଙ୍କ ଜନକଲ୍ୟାଣ ବାର୍ତା ଘରେ ଘରେ ପହଞ୍ଚାଇବା ପାଇଁ ରାଲି କରାଯାଇଛି ବୋଲି ଯୁବ ନେତା ସୁବାସ ମଲ୍ଲିକ କହିଥିଲେ।କୋରକୋରା ପଞ୍ଚାୟତ ସରପଞ୍ଚ ଶ୍ରୀଯୁକ୍ତ ଅଶୋକ କୁମାର ପାତ୍ର କିଛିଦିନ ତଳେ ନିଜ ସମର୍ଥକ ଙ୍କ ସହିତ ବିଧାୟକ ପ୍ରମୋଦ କୁମାର ମଲ୍ଲିକଙ୍କ ସହିତ ମିଶିଥିଲେ କିନ୍ତୁ ଆଜି ଶତାଧିକ ସମର୍ଥକଙ୍କ ସହିତ ଯୁବ ନେତା ସୁବାସ ମଲ୍ଲିକଙ୍କ ବାଇକ ରାଲିରେ ଯୋଗ ଦେଇଥିବାର ଦେଖିବାକୁ ମିଳିଥିଲା।ସାଧାରଣରେ ଚର୍ଚ୍ଚା ହେଉଛି ଲୋକେ ନବୀନ ପଟ୍ଟନାୟକ, ଶଙ୍ଖ ଚିହ୍ନ ବିଜୁ ଜନତା ଦଳ କୁ ସମର୍ଥନ କରିବେ କିନ୍ତୁ ନିଆଳି ରେ ନେତୃତ୍ୱ ପରିବର୍ତ୍ତନ କରିବାକୁ ମତ ଦେଇଛନ୍ତି। ଲୋକେ ନିଆଳି ନିର୍ବାଚନ ମଣ୍ଡଳୀ ରେ ଲଗାତାର ତିନି ତିନି ଥର ନିଆଳି ବିଧାନସଭା ମଣ୍ଡଳୀରେ ବିଜୁ ଜନତା ଦଳରୁ ଡ ପ୍ରମୋଦ କୁମାର ମଲ୍ଲିକ କ୍ରମାଗତ ଭାବେ ତିନିଥର ବିଧାୟକ ହୋଇ ଆସିଛନ୍ତି । ଆସନ୍ତା ୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ପୁନଶ୍ଚ ଟିକେଟ ଆଶାୟୀ ଥିବା ପ୍ରମୋଦ କଣ୍ଟାପଡ଼ା ବ୍ଲକ ଓ ବାରଙ୍ଗ ବ୍ଲକ ରେ ବିଜେଡିର ଜନସଂପର୍କ ପଦଯାତ୍ରା ସରିଥିବାବେଳେ ଆଜି ନିଆଳିର ଯୁବ ବିଜେଡ଼ି ଯୁବନେତା ସୁବାଷ ମଲିକ ତ୍ରିନାଥ ବଜାର ଠାରୁ ନିଆଳି ପର୍ଯ୍ୟନ୍ତ ଏକ ବିଶାଳ ବାଇକ୍ ଶୋଭାଯାତ୍ରା କରିଥିଲେ ।ଏହି ଶୋଭାଯାତ୍ରାରେ କଣ୍ଟାପଡ଼ା ଓ ବାରଙ୍ଗ ଅଞ୍ଚଳରୁ ପ୍ରାୟ ଚାରିଶହରୁ ଉର୍ଦ୍ଧ୍ବ ବାଇକ୍ ଦେଖାଯାଇଥିଲା ।ନିଆଳି ବ୍ଲକ ଅଞ୍ଚଳର ଶତାଧିକ ବାଇକ୍ ଏହି ରାଲିରେ ମିଶିଥିଲେ ।ବିଧାୟକଙ୍କ ଜନସଂପର୍କ ଯାତ୍ରାରେ ସୁବାଷଙ୍କ ଅନୁପସ୍ଥିତି ଓ ଅନ୍ୟ ଏକ ବାଇକ ରାଲିକୁ ନେଇ ଲୋକେ ନିଆଳି ରେ ଯୁବ ନେତୃତ୍ୱ କୁ ଚାହୁଛନ୍ତି ବୋଲି ଚର୍ଚା ଜୋର ଧରିଛି ।କଟକ ଜିଲ୍ଲା ଗ୍ରାମଞ୍ଚଳରୁ ସନ୍ତୋଷ ପ୍ରଧାନଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More