ନାରାୟଣ ପ୍ରସାଦ ସିଂହ ହେଲେ କେନ୍ଦୁଝର ସଦର ବିଜେଡି ଛାତ୍ର ସଂଯୋଜକ

299

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : ନାରାୟଣ ପ୍ରସାଦ ସିଂହଙ୍କୁ କେନ୍ଦୁଝର ସଦର ବିଜେଡି ଛାତ୍ର ସଂଯୋଜକ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି l ଏ ନେଇ ଶଙ୍ଖ ଭବନରୁ ବିଜ୍ଞପ୍ତି ପ୍ରକାଶ ପାଇଛି l ଶ୍ରୀ ସିଂହ ଛାତ୍ର ବିଜେଡିର ରାଜ୍ୟ ଉପସଭାପତି ଅଛନ୍ତି l ରାଜ୍ୟ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶ କ୍ରମେ ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଶ୍ରୀ ସିଂହଙ୍କୁ ଦାୟିତ୍ୱ ଦେଇଛନ୍ତି l କେନ୍ଦୁଝର ଜିଲ୍ଲା ସଦର ନିର୍ବାଚନ ମଣ୍ଡଳୀର ଛାତ୍ର ବିଜେଡିର ସଂଯୋଜକ ଦାୟିତ୍ୱ ମିଳିବା ପରେ ଶ୍ରୀ ସିଂହଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି l ଦାୟିତ୍ୱ ମିଳିବା ପରେ ମୁଖିଆଙ୍କ ନେତୃତ୍ୱରେ ଦଳ ପ୍ରତି ନିଷ୍ଠାପର ଭାବେ କାର୍ଯ୍ୟ କରିବା ପାଇଁ ଶ୍ରୀ ସିଂହ ପ୍ରତିଶୃତି ଦେଇଛନ୍ତି l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More