ନାମାଙ୍କନପତ୍ର ଦାଖଲର ଶୋଭାଯାତ୍ରାରେ ପୁଣି ମୁହାଁ ମୁହିଁ ହେଲେ କଂଗ୍ରେସ ନେତା ଉମା ବଲ୍ଲଭ ରଥ ଓ ସୁଜିତ ମହାପାତ୍ରଙ୍କ ଗୋଷ୍ଠୀ

17

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ନାମାଙ୍କନପତ୍ର ଦାଖଲର ଶୋଭାଯାତ୍ରାରେ ପୁଣି ମୁହାଁ ମୁହିଁ ହେଲେ କଂଗ୍ରେସ ନେତା ଉମା ବଲ୍ଲଭ ରଥ ଓ ସୁଜିତ ମହାପାତ୍ରଙ୍କ ଗୋଷ୍ଠୀ। ପରସ୍ପରକୁ ମଧ୍ୟରେ ପୁଣି ହେଲା ମାରପିଟ୍। ପୁରୀ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା। ପୁରୀ ବିଧାନସଭା ଆସନ ପାଇଁ ପୂର୍ବରୁ ଘୋଷଣା ହୋଇଥିବା କଂଗ୍ରେସ ପ୍ରାର୍ଥୀ ସୁଜିତ ମହାପାତ୍ର ଙ୍କ ଟିକେଟ କଟାଯାଇ ଉମାବଲ୍ଲଭ ରଥଙ୍କୁ ଟିକେଟ ଦିଆଯିବା ପରେ ଉମାବଲ୍ଲଭ ଆଜି ନାମାଙ୍କନପତ୍ର ଦାଖଲ କରିବା ପାଇଁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସୁଥିଲେ। ତେବେ ସ୍ବାଧିନ ପ୍ରାର୍ଥୀ ଭାବେ ସୁଜିତ ନାମାଙ୍କନ ପତ୍ର ଦାଖଲ କରି ଫେରିବା ପରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଉମା ଓ ସୁଜିତ ଙ୍କ ସମର୍ଥକ ମୁହାଁ ମୁହିଁ ହୋଇଥିଲେ। ପରେ ଏହା ମାରପିଟ୍ ର ରୂପ ନେଇଥିଲା। ଉଭୟ ସମର୍ଥକ ପରସ୍ପର ମଧ୍ୟରେ ପିଟାପିଟି ହୋଇଥିଲେ‌। ଦୁଇ ସମର୍ଥକ ଗୋଷ୍ଠୀ ଙ୍କ ମଧ୍ୟରେ ଉତ୍ତେଜନା ଲାଗି ରହିଥିବା ବେଳେ ପୁରୀ ପୋଲିସ ପକ୍ଷରୁ କୌଣସି ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇନଥିବା କୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ସେପଟେ ଏଭଳି ଘଟଣାକୁ ନିନ୍ଦା କରିଛନ୍ତି ଉମାବଲ୍ଲଭ ରଥ। ଏହା ଲୋକ କେବେ ବି ଗ୍ରହଣ କରିବେ ନାହିଁ ବୋଲି ଉମା କହିଚନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More