ନବରଙ୍ଗପୁର ଜିଲ୍ଲା ବିଜେଡି ପକ୍ଷରୁ ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ

47

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ) ;- ନବରଙ୍ଗପୁର ଜନତାଙ୍କ ନିକଟକୁ ପହଞ୍ଚିବେ ବିଜେଡି ନେତା । ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଓ ବିକାଶ ମୂଳକ କାମର ଦେବେ ହିସାବ ଏବଂ ଆଗାମୀ ଦିନ ରେ ଏକ ସମୃଦ୍ଧ ଓଡିଶା ଗଠନ ର ସଂକଳ୍ପ ନେଇ ନବରଙ୍ଗପୁର ଜିଲ୍ଲା ବିଜେଡି ପକ୍ଷରୁ ଆରମ୍ଭ ହୋଇଛି ଜନସମ୍ପର୍କ ପଦଯାତ୍ରା। ରୂପାନ୍ତରିତ ଓଡ଼ିଶା ପାଇଁ ବିଜେଡି ପକ୍ଷରୁ ଜନସମ୍ପର୍କ ପଦଯାତ୍ରା ନବରଙ୍ଗପୁର ନିର୍ବାଚନ ମଣ୍ଡଳୀର ଭତ୍ରାସିଉନି ଶିବ ମନ୍ଦିର ରୁ ଶୁଭାରମ୍ଭ ହୋଇଯାଇଛି। ବିଜେଡି ନେତା ଓ କର୍ମୀ ଘରେ ଘରେ ପହଞ୍ଚିବା ସହ ସରକାରଙ୍କ ବିକାଶର ବାର୍ତ୍ତା ଦେବେ ଓଡ଼ିଶାର ସମ୍ବୃଦ୍ଧି ସର୍ବୋଚ୍ଚ ଶୀର୍ଷ ଛୁଇଁବ ବୋଲି ନେତା ମାନେ ପ୍ରକାଶ କରିଛନ୍ତି। ପଦଯାତ୍ରା କାର୍ଯ୍ୟକ୍ରମ ଆରମ୍ଭ ପୂର୍ବରୁ ସକାଳେ ନବରଙ୍ଗପୁର ସହରରେ ଥିବା ମହାତ୍ମା ଗାନ୍ଧୀ, ଲାଲ ବାହାଦୁର ଶାସ୍ତ୍ରୀ,ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ଠାରେ ମାଲ୍ୟାର୍ପଣ କରାଯିବା ପରେ ଭାତ୍ରାସିଉନି ଠାରେ ଥିବା ସିଦ୍ଧେଶ୍ୱର ଶିବ ମନ୍ଦିରରୁ ଜନସମ୍ପର୍କ ପଦଯାତ୍ରାର ଶୁଭାରମ୍ଭ କରାଯାଇଛି।ଏହି ଜନ ସମ୍ପର୍କ ପଦ ଯାତ୍ରା ଜିଲ୍ଲାର ସମସ୍ତ ନିର୍ବାଚନ ମଣ୍ଡଳୀ ରେ ହେବ ଆଜି ଠାରୁ ଜୟପ୍ରକାଶ ନାରାୟଣ ଜୟନ୍ତୀ ପର୍ଯ୍ୟନ୍ତ ଏହି ପଦଯାତ୍ରା ଚାଲିବ l ଏହା ସହିତ ଲୋକଙ୍କ ପାଖରେ ପହଞ୍ଚିବେ ନେତା ଅଞ୍ଚଳର ଆବଶ୍ୟକତା ଉପରେ ଆଲୋଚନା କରି ତାହା ମଧ୍ୟ ପୁରଣ କରିବାକୁ ଚେଷ୍ଟା କରାଯିବ lମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଦ୍ଵାରା ଜନ ହିତରେ ହେଉଥିବା କାର୍ଯ୍ୟ ସମ୍ପର୍କରେ ଲୋକ ମାନଙ୍କୁ ବୁଝେଇବେ।ଏହି କାର୍ଯ୍ୟକ୍ରମ ରେ ବିଜେଡି ଜିଲ୍ଲା ପର୍ଯ୍ୟବେକ୍ଷକ ଈଶ୍ୱର ପାଣିଗ୍ରାହୀ, ସହ ପର୍ଯ୍ୟବେକ୍ଷକ ଦେବାଶିଷ ପାତ୍ର, ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ପ୍ରଦୀପ ମାଝୀ, ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ,କୋରାପୁଟ ଜୋନ ଯୁବ ବିଜେଡି ସଭାପତି ତାପସ ତ୍ରୀପାଠୀ, ନଗର ସଭାପତି ପ୍ରମୋଦ ରଥ, ଉପ ସଭାପତି ସ୍ଵାଧୀନ ପଣ୍ଡା, ବାବୁଲି ମିଶ୍ର, କୁନା ପାଢ଼ୀ, ନଗର ଜିଲ୍ଲା ସଭାନେତ୍ରୀ ମଞ୍ଜୁଳା ମାଝୀ, ଜିଲ୍ଲାପରିଷଦ ସଭ୍ୟା କୃଷ୍ଣା ମଞ୍ଜୁରୀ ବିଶୋଇ, ଅରୁଣ ମିଶ୍ର, କାଉନସିଲର ରଞ୍ଜିତା ପଣ୍ଡା କୌଶଲ୍ୟା ପ୍ରଧାନି, କାମିନୀ ପାଢ଼ୀ, ସଞ୍ଜୟ ନାୟକଙ୍କ ସମେତ ବହୁ ନେତା ଓ କର୍ମୀ ଅଂଶ ଗ୍ରହଣ କରିଥିଲେ। ପ୍ରକାଶ ଥାଉ କି ଜନସମ୍ପର୍କ ପଦଯାତ୍ରା ଗାନ୍ଧୀ ଜୟନ୍ତୀରୁ ଅର୍ଥାତ ଅକ୍ଟୋବର ୨ ତାରିଖ ରୁ ଆରମ୍ଭ ହୋଇ ୧୧ ତାରିଖ ଜୟପ୍ରକାଶ ଜୟନ୍ତୀରେ ଶେଷ ହେବ। ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିଉଜ୍ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More