ନବରଙ୍ଗପୁର ଜିଲ୍ଲାର ବିଜେଡ଼ି ଜୋନାଲ ସଂଯୋଜକ ତାଲିକା ଘୋଷଣା 

11

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ): – ବିଜୁ ଜନତା ଦଳ ନବରଙ୍ଗପୁର ଜିଲ୍ଲା ପର୍ଯ୍ୟବେକ୍ଷକ ଇଶ୍ଵର ଚନ୍ଦ୍ର ପାଣିଗ୍ରାହୀ ଜିଲ୍ଲାର ଜୋନାଲ  ସଂଯୋଜକ ପଦବୀ ତାଲିକା ଜାରି କରିଛନ୍ତି । ଜିଲ୍ଲାର ୧୦ ଗୋଟି ବ୍ଲକରେ ୨୬ ଗୋଟି ଜୋନରେ ମୋଟ ୨୬ ଜଣଙ୍କୁ ଏହି ପଦବୀ ପ୍ରଦାନ କରାଯାଇଛି । ଏହି କ୍ରମରେ ଚନ୍ଦହାଣ୍ଡି ବ୍ଲକରେ ଜୋନ ୧ରେ ବଳରାମ ପଟ୍ଟନାୟକ ଓ ଜୋନ ୨ରେ ଯୁବରାଜ ଜଗତ, ଝରିଗାଁ ବ୍ଳକ ଜୋନ ୧ରେ ଚମ୍ପଲାଲ ପନକା, ଜୋନ ୨ରେ ମୋହନ ନାୟକ ଓ ଜୋନ ୩ରେ ଚୈତନ୍ୟ ଗଣ୍ଡ, ଉମରକୋଟ ଜୋନ ୧ରେ ପୁରୁଷତମ ପୂଜାରୀ, ଜୋନ ୨ ରେ ଶୋଭାରମ ମାଝି ଓ ଜୋନ ୩ରେ ରମେଶ ଜେନା , ରାଇଘର ବ୍ଲକ ଜୋନ ୧ରେ ପ୍ରେମଲାଲ ଗଣ୍ଡ,ଜୋନ ୨ ରେ ରମେଶ ଅଧିକାରୀ, ଜୋନ ୩ରେ କୈଲାଶ ନାୟକ ଓ ଜୋନ ୪ରେ ଶଙ୍କର ବର୍ମା, ପାପଡାହାଣ୍ଡି ବ୍ଲକ ଜୋନ ୧ରେ ଯୁଗଲ ବିଶୋଈ,ଜୋନ ୨ରେ ଧନଞ୍ଜୟ ଭତରା ଓ ଜୋନ ୩ରେ ପରେଶ ଜେନା, କୋଷଗୁମୁଡା ବ୍ଲକ ଦବୁଗଣ ନିର୍ବାଚନୀ ମଣ୍ଡଲ ଅଂଶ ଜୋନ ୧ରେ ଭାସ୍କର ଦୋରା, ଡାବୁଗାଁ ବ୍ଲକ ଜୋନ ୧ରେ ନରସିଂହ କଲାର ଓ ଜୋନ ୨ରେ ଶିବ ପ୍ରସାଦ ମିଶ୍ର, ତେନ୍ତୁଳିଖୁଣ୍ଟି ବ୍ଲକ ଜୋନ ୧ରେ ସୁରେଶ ନାୟକ ଓ ଜୋନ ୨ରେ ତନୟ ନାୟକ , ନନ୍ଦାହାଣ୍ଡି ବ୍ଲକ ଜୋନ ୧ରେ ଅରୁଣ କୁମାର ମିଶ୍ର ଓ ଜୋନ ୨ରେ ସୁନୀଲ ସାହୁ , ନବରଙ୍ଗପୁର ବ୍ଲକ ଜୋନ ୧ରେ ତାପସ ତ୍ରିପାଠୀ ଓ ଜୋନ ୨ରେ ଗୋବିନ୍ଦ ବିଶୋଈ  ଏବଂ କୋଷଗୁମୁଡା ବ୍ଲକ ଅନ୍ତର୍ଗତ ନବରଙ୍ଗପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ଅଂଶ ଜୋନ ୨ରେ କ୍ଷୀରୋଦ ନାୟକ ଓ ଜୋନ ୩ରେ ପ୍ରଫୁଲ୍ଲ କୁମାର ନାୟକଙ୍କୁ ଦାୟିତ୍ଵ ପ୍ରଦାନ କରାଯାଇଛି । ଏମାନେ ଆଗାମୀ ୨୦୨୪ ନିର୍ବାଚନ ନିମନ୍ତେ ଦଳୀୟ ସଂଗଠନର ଦାୟିତ୍ଵ ନିର୍ବାହ କରିବେ ବୋଲି ନବରଙ୍ଗପୁର ଜିଲ୍ଲା ବିଜୁ ଜନତା ଦଳର ସଭାପତି ରମେଶ ଚନ୍ଦ୍ର ମାଝି ସୂଚନା ପ୍ରଦାନ କରିଛନ୍ତି । ନୂତନ ଭାବେ ଦାୟିତ୍ଵ ଗ୍ରହଣ କରିଥିବା ସଂଯୋଜକ ମାନେ ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କ ସମେତ ରାଜ୍ୟ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାଶ ,  ଜିଲ୍ଲା ପର୍ଜ୍ୟବେକ୍ଷକ ଇଶ୍ଵର ଚନ୍ଦ୍ର ପାଣିଗ୍ରାହୀ,ଜିଲ୍ଲା ସଭାପତି ରମେଶ ଚନ୍ଦ୍ର ମାଝି ଓ ଜିଲ୍ଲା ସହ ପର୍ଯ୍ୟବେକ୍ଷକ ଦେବାଶିଷ ପାତ୍ରଙ୍କୁ ଧନ୍ୟବାଦ ପ୍ରକୋଟ କରିବା ସହ କୃତଜ୍ଞତା ଜ୍ଞାପନ କରିଛନ୍ତି । ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More