ନବରଙ୍ଗପୁରରେ ବିଜେଡି କାର୍ଯ୍ୟାଳୟ ଉଦଘାଟିତ

77

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ) : – ନବରଙ୍ଗପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ବି ଜେ ଡି କାର୍ଯ୍ୟାଳୟ ଉଦଘାଟିତ ହୋଇଯାଇଛି । ସ୍ଥାନୀୟ ଡି ଆର ଡି ଏ ଛକ ନିକଟରେ ଶୁଭାରମ୍ଭ ହୋଇଥିବା ଏହି କାର୍ଯ୍ୟାଳୟକୁ ବି ଜେ ଡି ଜିଲ୍ଲା ସଭାପତି ତଥା ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝି ଉଦଘାଟନ କରିଥିଲେ । ଏହି ଅବସରରେ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ, ଜିଲ୍ଲା ଉପ ସଭାପତି ରବି ପଟ୍ଟନାୟକ , ଜିଲ୍ଲା ସାଧାରଣ ସମ୍ପାଦକ ମଣ୍ଟୁ ପଟ୍ଟନାୟକ , ଜିଲ୍ଲା ସମ୍ପାଦକ ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର , ଭୀମ ହରିଜନ , ପିଣ୍ଟୁ ମିଶ୍ର , ଜିଲ୍ଲା ମହିଳା ସଭାନେତ୍ରୀ ମଞ୍ଜୁଳା ମାଝି , ନଗର ବି ଜେ ଡି ସଭାପତି ପ୍ରମୋଦ ରଥ ଉପସ୍ଥିତ ରହିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଦିବଙ୍ଗତ ପୂର୍ବତନ ମନ୍ତ୍ରୀ ଡ ଦାମଦୋର ରାଉତଙ୍କ ଉଦ୍ଦେଶ୍ୟରେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ଏହା ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ଅବିଭକ୍ତ କୋରାପୁଟ ଜିଲ୍ଲା ଜୋନ ଛାତ୍ର ସଭାପତି ତାପସ ତ୍ରିପାଠୀଙ୍କ ପରିଚାଳନାରେ ଅନୁଷ୍ଠିତ ଏହି ସଭାରେ ସାଂସଦ ସଭାପତିତ୍ଵ କରିଥିଲେ । ଏହି ଅବସରରେ ସଭାପତି ଆଗାମୀ ସାଧାରଣ ନିର୍ବାଚନରେ ଜିଲ୍ଲାର ଚାରିଟି ବିଧାନସଭା ଓ ଗୋଟିଏ ଲୋକସଭା ଆସନରେ ଦଳକୁ ବିଜୟୀ କରିବା ପାଇଁ ଆହ୍ୱାନ ଦେଇଥିଲେ । ଏହା ବ୍ଯତୀତ ରାଜ୍ୟ ସରକାରଙ୍କ ଦ୍ଵାରା ପ୍ରଣୟନ କରାଯାଇଥିବା ବିଭିନ୍ନ ଜନ ହିତକର ଯୋଜନାକୁ ଜନ ସାଧାରଣଙ୍କ ନିକଟକୁ ପହଞ୍ଚେଇବା ପାଇଁ ଉଦ୍ୟମ ଜାରି ରଖିବାକୁ ଅପିଲ କରିଥିଲେ । ଏହି କାର୍ଯ୍ୟଳୟରେ ନିର୍ବାଚନ ପରିଚାଳନା କାର୍ଯ୍ୟ ସମ୍ପନ୍ନ କରିବା ସହ ରାଜ୍ୟ କାର୍ଯ୍ୟାଳୟର ନିର୍ଦେଶ କ୍ରମେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ସଭାପତି ସୂଚନା ଦେଇଥିଲେ । ଏହି ବୈଠକରେ ରବି ପଟ୍ଟନାୟକ , ଦୟା ବିଷୋୟୀ, ବାବୁଲି ମିଶ୍ର,ତନ୍ମୟ ନାୟକ, ଅରୁଣ ମିଶ୍ର, ପ୍ରମୋଦ ରଥ ବକ୍ତବ୍ୟ ରଖିଥିବା ବେଳେ ତାରିକ ହାସେନ ଖାନ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ସୁନୀଲ ସାହୁ , ଯୋଗେନ୍ଦ୍ର ସ୍ଵାଇଁ ,ପ୍ରଶାନ୍ତ ପଣ୍ଡା , ବ୍ଲକ ସଭାପତି ଲଖି ଭତ୍ରା, ନବରଙ୍ଗପୁର ବ୍ଲକ ଅଧକ୍ଷ ଶରତ ଭତ୍ରା, ତେନ୍ତୁଳିଖୁଣ୍ଟି ବ୍ଲକ ଅଧକ୍ଷ୍ୟା ନିଲାନ୍ଦ୍ରି ନାୟକ, ନନ୍ଦହାଣ୍ଡି ବ୍ଲକ ଅଧକ୍ଷ୍ୟା ରଶ୍ମିତା ମାଝି, ପୌର ଉପଧକ୍ଷା ସୌମ୍ୟା ମହାପାତ୍ର, ପୌର ସଭ୍ୟ ସଭ୍ୟା, ଜିଲ୍ଲା ପରିଷଦ ସଭ୍ୟା କନକ ମଞ୍ଜୁରୀ ବିଷୋୟୀ, ରାଜେନ୍ଦ୍ର ବିଶୋୟି, ସଞ୍ଜୟ ନାୟକ, ସ୍ଵାଧୀନ ପଣ୍ଡା, ସିମାଞ୍ଚଳ ପାଢି, ସିରାଜ ଅହମ୍ମଦ, ସୂର୍ଯ୍ୟକାନ୍ତ ଲେଙ୍କା , ସୁମିତ ପାଳ , ସଞ୍ଜୀବ ନନ୍ଦ , ଲାଲୁ ତ୍ରିପାଠୀ, ରିତା ସୌରା ପ୍ରମୁଖ ଉପସ୍ଥିତ ରହିଥିଲେ । ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିଉଜ୍ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More