ନଗର କଂଗ୍ରେସ୍ କମିଟି ପକ୍ଷରୁ ପ୍ରଦୀପ ପ୍ରଜ୍ଜ୍ୱଳନ କରି ସତ୍ୟାଗ୍ରହ

48

Get real time updates directly on you device, subscribe now.

ପାରଳାଖେମୁଣ୍ଡି(ସଂଘର୍ଷ ମିଡିଆ) : – ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ତିତ ଜଗନ୍ନାଥ ମଠ ସମ୍ମୁଖରେ ଆଜି ସକାଳ ୯ଘଣ୍ଟା ଠାରୁ ମଧ୍ୟାହ୍ନ ୧୨ଘଣ୍ଟା ପର୍ଯ୍ୟନ୍ତ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ର ସଭାପତି ଶ୍ରୀ ଯୁକ୍ତ ଶରତ ପଟ୍ଟନାୟକଙ୍କ ନିର୍ଦ୍ଦେଶିତ କ୍ରମେ ପାରଳାଖେମୁଣ୍ଡି ସହରର ଶ୍ରୀ ଜଗନ୍ନାଥ ମଠ ସମ୍ମୁଖରେ ତଥା ରାଜଦାଣ୍ଡ ଉପରେ ଆଜି ସତ୍ୟାଗ୍ରହ ସ଼ଂକଇର୍ତନ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ର ମୂଖ୍ୟ ଉର୍ଦେଶ୍ୟ ହେଲେ ,ପୁରୀ ଶ୍ରୀଜଗନ୍ନାଥଙ୍କ ମନ୍ଦିରର ଚାରିଦ୍ବାର ଖୋଲିବା, ରତ୍ନଭଣ୍ଡାର ଗଣତି, ମଣତି , ମରାମତି ଏବଂ ବେଦାନ୍ତ କମ୍ପାନୀ ଦ୍ଵାରା ଅଧିଗ୍ରହଣ କରାଯାଇଥିବା ଦ୍ବାରା ଶ୍ରୀ ଜଗନ୍ନାଥଙ୍କ ଅମୃତ ମଣୋହି ଜମି ଓ ଚାଷୀ ଛାଷ ଜମି ଫେରସ୍ତ କରିବା ଦାବିରେ ନଗର କଂଗ୍ରେସ କମିଟି ପକ୍ଷରୁ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଜଗନ୍ନାଥ ମଠ ସମ୍ମୁଖରେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ସ଼ଂକଇର୍ତନ ସତ୍ୟାଗ୍ରହ ସ଼ଂକଇର୍ତନ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ସୋଇଥିଲା। ଏହିପରି କାର୍ଯ୍ୟକ୍ରମ ଗଜପତି ଜିଲ୍ଲା ର ସମସ୍ତ ବ୍ଲକ୍ ରେ ଥିବା ଜଗନ୍ନାଥ ମନ୍ଦିର ନିକଟରେ ସଂକୀର୍ତ୍ତନ ସତ୍ୟାଗ୍ରହ ପାଳନ କରିଛନ୍ତି ତଥା ପାରଳଖେମୁଣ୍ଡି ସହରରେ ମଧ୍ୟ ପାଳିତ ହୋଇଛି।ସେହିପରି ମୋହନା ବ୍ଲକ,ନୁଆଗଡ ବ୍ଲକ, ଆର୍ ଉଦୟଗିରି ବ୍ଲକ, ରାୟଗଡ଼ା ବ୍ଲକ, କାଶୀନଗର ବ୍ଲକ ,ପାରଳଖେମୁଣ୍ଡି ପୈାରପରିଷଦ ର ଜଗନ୍ନାଥ ମନ୍ଦିର ନିକଟରେ ଏହି କାର୍ଯ୍ୟକ୍ରମ କଂଗ୍ରେସ ଦଳ ପକ୍ଷରୁ ଆହୋଜିତ କରାଯାଇଥିଲା ଏଥିରେ ପାରଳଖେମୁଣ୍ଡି ସହରରେ ସମସ୍ତ ମଠ ମନ୍ଦିର ର ତଥା ସାମୁଟିଆ ସାହି କୀର୍ତନ ମଣ୍ଡଳୀ,କଣ୍ଡରା ସାହି କୀର୍ତନ ମଣ୍ଡଳୀ, ଶ୍ରୀ କରଣ ସାହି କୀର୍ତନ ମଣ୍ଡଳୀ, ବଡ଼ ରାଧାକାନ୍ତ ମଠର କୀର୍ତନ ମଣ୍ଡଳୀ, ଜଗନ୍ନାଥ ମଠର କୀର୍ତନ ମଣ୍ଡଳୀ,ସହରର ସମସ୍ତ କୀର୍ତନ ମଣ୍ଡଳୀ ଯୋଗ ଦେଇ ହରିନାମ ସ଼ଂକଇର୍ତନ ଗାନ କରାଯାଇଥିଲା ଏହି ସମସ୍ତ କୀର୍ତନ ମଣ୍ଡଳୀ କୁ ଯୋଗାଯୋଗ କୀର୍ତନ ଗୁରୁ ବ୍ରଜକିଶୋର ରଥ,ରବୀ ଚୌଧୁରୀ,ଗୋପି ସାହୁ ଙ୍କ ଦ୍ଵାରା ଯୋଗାଯୋଗ ରେ ଏହି ହରିନାମ ସ଼ଂକଇର୍ତନ ଗାନ କରାଇ ଦିଆଗଲା। ଏହି କାର୍ଯ୍ୟକ୍ରମରେ , ଗୁମ୍ମା ବ୍ଲକର ସଭାପତି ଲୋଳୀତ ମୋହନ ଦଣ୍ଡସେନା, ପାରଳଖେମୁଣ୍ଡି ର ସୁର୍ଯ୍ୟ ନାରାୟଣ ପାତ୍ର,ଲୋକୀ ପାତ୍ର,ରାଜା ପାତ୍ର,ବୋନ ବିହାରି ପଣ୍ଡା,କୁନାମାଝି ଶିବାଜୀ ପଟ୍ଟନାୟକ, ଶଗ୍ରାମ ସାହୁ,ବଣ୍ଟି,ଲୋକି ବରାଡ ବାବୁଲି ତଥା ଉପେନ୍ଦ୍ର ମହାପାତ୍ର, ପ୍ରମୁଖ ଉପସ୍ଥିତିରେ ଆଜିର କାର୍ତ୍ତିକ ମାସର ଏକାଦଶୀ ତିଥି ରେ ସ଼ଂକଇର୍ତନ ସତ୍ୟାଗ୍ରହ କୁ ପାରଳା ବାସି ଅନେକ ଅନେକ ଶୁଭେଚ୍ଛା ଶୁଭକାମନା ଜଣାଇଛନ୍ତି । ଏହି କାର୍ଯ୍ୟକ୍ରମ କୁ ପାରଳଖେମୁଣ୍ଡି ନଗର କଂଗ୍ରେସ ସଭାପତି ବସନ୍ତ କୁମାର ପଣ୍ଡା ଙ୍କ ଦ୍ଵାରା ପରିଚାଳନା ହୋଇଥିବା ଦେଖିବାକୁ ମିଳିଛି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More