କଳାହାଣ୍ଡି ( ସଂଘର୍ଷ ମିଡିଆ ) : ମଣ୍ଡିରୁ ଧାନ ଉଠିବା ସହ ଚାଷୀର ବିଭିନ୍ନ ସମସ୍ୟାକୁ ନେଇ କଳାହାଣ୍ଡି ଜିଲ୍ଲା ବିଜେପି ପକ୍ଷରୁ ସହର ସ୍ଥିତ ସର୍କିଟ ହାଉସ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାର ସମସ୍ତ ମଣ୍ଡୀରେ ଶହ ଶହ ବସ୍ତା ଧାନ ପଡିରହିଛି । ଏନେଇ ଗତ ୨୦-୧-୨୦୨୧ଋଖ ଦିନ ଜିଲ୍ଲାପାଳଙ୍କ କର୍ଜ୍ୟାଳୟକୁ ଘେରାଉ କରଯାଇଥିଲା । ବିଭିନ୍ନ ସମୟରେ ରାଜ୍ୟ ସରକାରଙ୍କୁ ଏନେଇ ଅବଗତ କରଯାଇଥିଲେ ମଧ୍ୟ ସରକାର ନୀରବ ରହୁଛନ୍ତି । ଜିଲ୍ଲାପାଳଙ୍କ ମାଧ୍ୟମରେ ରାଜ୍ୟ ସରକାରଙ୍କୁ ଅବଗତ କରଯାଇଥିଲା ଯେ ମାଣ୍ଡୀ ମାନଙ୍କରେ ପଡିରହିଥିବା ଧାନକୁ ତୁରନ୍ତ ଉଠାଯାଉ ଓ ଯେଉଁ ଚାଷୀମାନଙ୍କର ଟୋକାନ ଅବଧି ସରିଯାଇଛି ତାର ସମୟସୀମା ବୃଦ୍ଧି କରାଯାଉ । ରାଜ୍ୟ ସରକାର କୌଣସି ପଦକ୍ଷେପ ନେଉନଥିବାରୁ ଭାରତୀୟ ଜନତା ପାର୍ଟି ଓ ତାର କର୍ମକର୍ତ୍ତାମନକୁ ନେଇ ଆସନ୍ତା ୫ ତାରିଖ ଠାରୁ ଜିଲାର ସମସ୍ତ ଧାନ ମାଣ୍ଡୀ ପାଖରେ ଥିବା ରାସ୍ତାକୁ ଅବରୋଧ କରିବେବୋଲି ସୂଚନା ଦିଆଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ଜିଲାପରିଷଦ ଅଧକ୍ଷା ନମୀତା ରାଣୀ ସାହୁ , ଭରତ ଭୂଷଣ ଦେଓ ଓ ଯୁଗଳ କିଶୋର ପୋଡି ପ୍ରମୁଖ ଯୋଗଦେଇଥିଲେ । କଳାହାଣ୍ଡିରୁ ସଂଜୀବ କୁମାର ରଥ ଓ ନାରାୟଣ ପ୍ରସାଦ ନାୟକଙ୍କ ରିପୋର୍ଟ ସଂଘର୍ଷ ମିଡିଆ ।