ଦୋକାନ ବଣ୍ଟନ ଦୁର୍ନୀତି ବନ୍ଦ ନହେଲେ ଆପ୍ କରିବ ଆନ୍ଦୋଳନ

14

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ପୁରୀରେ ୩ଟି ମାର୍କେଟ କମ୍ପ୍ଲେକ୍ସ ପ୍ରସ୍ତୁତ । ସବୁ ମିଶି ୭୭୧ ଟି ଦୋକାନ ଘର ଯୋଉଥିରୁ ୬୪୪ଟି ଦୋକାନ ଘର ବିଭିନ୍ନ ବ୍ୟକ୍ତିବିଶେଷ , ନିଯୋଗ ଏବଂ ସଂଗଠନ କୁ ଆବଣ୍ଟନ କରାଯାଇଛି କିନ୍ତୁ ଏଥିରୁ ମାତ୍ର ୫୪୪ଟି ଦୋକାନ ବିସ୍ଥାପିତଙ୍କୁ ଆବଣ୍ଟନ କରାଯାଇଛି । ତେବେ ୧୦୦ ଟି ଦୋକାନ କୋଉ ଆଧାର ରେ ଶକ୍ତିଶାଳୀ ବ୍ୟକ୍ତିବିଶେଷ ଙ୍କୁ ଦିଆଯାଇଛି ତାହା ଜିଲ୍ଲା ଆବାହକ ସଞ୍ଜୀବ ମହାନ୍ତି ପ୍ରଶ୍ନ କରିଛନ୍ତି । ଏକ ଓଡ଼ିଆ ଖବର କାଗଜ ଅନୁସାରେ ଏକ ପ୍ରତିଷ୍ଠିତ ଖବର କାଗଜର ସମ୍ପାଦକଙ୍କ ନାମରେ ଦୋକାନ ଘର ଆବଣ୍ଟନ କରାଯାଇଛି । ଯଦି ଏହା ସତ ଅଟେ ତେବେ ଜଣେ ଦୁଇଜଣ ସାମ୍ବାଦିକଙ୍କ ପାଇଁ ଦେଶର ଚତୁର୍ଥ ସ୍ତମ୍ଭ ମିଡିଆ ଉପରେ ଲୋକଙ୍କର ଭାରୋଷା ରହିବନି ତେଣୁ ଏହା ଉପରେ ତଦନ୍ତ କରାଯାଉ ବୋଲି ଜିଲ୍ଲା ଆବାହକ ସଞ୍ଜୀବ ମହାନ୍ତି କହିଛନ୍ତି । ପୁରୀ ରେ ମୁନ୍ସିପାଲିଟୀ ନିର୍ବାଚନ ନା ହୋଇ ଜନ ପ୍ରତିନିଧି ନଥାଇ ୩ଟି ମାର୍କେଟ କମ୍ପ୍ଲେକ୍ସ ପୁରୀ ମୁନ୍ସିପାଲିଟୀରୁ କ୍ଷମତା ଛଡେଇ ପିକେଡିଏକୁ କାହା ସ୍ୱାର୍ଥରେ କ୍ଷମତା ମିଳିଛି ବୋଲି ଜିଲ୍ଲା ସମ୍ପାଦକ ସତ୍ୟଜିତ ମହାନ୍ତି ପ୍ରଶ୍ନ କରିଛନ୍ତି। ମୁନ୍ସିପାଲିଟୀ ରେ ନିର୍ବାଚନ ନକରି ଜାଣିଶୁଣି ମୁନ୍ସିପାଲିଟୀର କ୍ଷମତା କମ୍ କରାଯାଉଛି ଯାହା ଫଳରେ ମୁନ୍ସିପାଲିଟୀର ପାଣ୍ଠି କମ୍ ହେବ ଏବଂ ପରେ ଲୋକଙ୍କ ଉପରେ ପୁରୀ ମୁନ୍ସିପାଲିଟୀ ବିଭିନ୍ନ ଟିକସ ମାଧ୍ୟମରେ ହଇରାଣ ହରକତ କରିବ ବୋଲି ଯୁବ ସଭାପତି ଅଂଶୁମାନ ଶତପଥୀ କହିଛନ୍ତି । ଦୋକାନ ବଣ୍ଟନ ର ଅନିମ୍ୟତତା କୁ ପୂର୍ବ ନ୍ୟାୟଧିସ ଙ୍କ ଦ୍ଵାରା ତଦନ୍ତ କରାଯାଉ ବୋଲି ଆପ୍ ଦାବି କରିଛି । ଯଦି ଏ ସବୁ ଅନୀମୀୟତତାର ତଦନ୍ତ ନହୁଏ କି ବିସ୍ଥାପିତ ଦୋକାନୀଙ୍କୁ ଦୋକାନ ନମିଳେ ଏବଂ ବଳକା ଦୋକାନକୁ ସର୍ବ ସାଧାରଣରେ ଲଟେରୀ ଦ୍ଵାରା ବଣ୍ଟନ ନାହେଇ ବାହୁବଳୀ ଲୋକଙ୍କୁ ମିଳେ ତେବେ ଆମ୍ ଆଦମୀ ପାର୍ଟି ଜିଲ୍ଲାପାଳ ଅଫିସ୍ ଘେରାଉ କରିବ ବୋଲି ଚେତାବନୀ ଦେଇଛି । ଆଜିର ପ୍ରେସ କନଫରେନ୍ସ ରେ ଜିଲ୍ଲା ଆବାହକ ସଞ୍ଜୀବ ମହାନ୍ତି, ଜିଲ୍ଲା ସମ୍ପାଦକ ସତ୍ୟଜିତ ମହାନ୍ତି , ଜିଲ୍ଲା ଯୁବ ସଭାପତି ଅଂଶୁମାନ ଶତପଥୀ , ସୁନିଲ ଜେନା ଏବଂ ସୂର୍ଯ୍ୟ କୁମାର ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More