ଦିନକୁ ଦିନ ବଢୁଛି ନବରଙ୍ଗପୁର ବିଜେଡ଼ିର ଶକ୍ତି

20

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ) : – ନବରଙ୍ଗପୁର ଦିନକୁ ଦିନ ବଢୁଛି ନବରଙ୍ଗପୁର ବିଜେଡ଼ି ର ଶକ୍ତି । ଏହି ଅବସରରେ ଶନିବାର ନବରଙ୍ଗପୁର ବିଜେଡିର ଏକ ବିରାଟ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ବିଜୁ ଛାତ୍ର ଜନତା ଦଳର ରାଜ୍ୟ କାର୍ଯ୍ୟକ।ରୀ ସଭାପତି ଦିଲୁ ପଣ୍ଡା ଙ୍କ ନେତୃତ୍ୱରେ ଆୟୋଜିତ ଏହି ମିଶ୍ରଣ ପର୍ବରେ ପ୍ରଥମେ ଛାତ୍ର ବିଜେଡ଼ି ନଗର ସଭାପତି ପଦବୀ ପୂରଣ କରାଯାଇଛି । ପୂର୍ବରୁ ଅଭିନାଶ ମହାପାତ୍ର ଏହି ପଦବୀରେ ଥିବାବେଳେ ବର୍ତ୍ତମାନ ସେ ଚାକିରି ପାଇବା ପରେ ଉକ୍ତ ପଦବୀ ଖାଲି ପଡିଥିଲା । ଆଜି ତାହା ପୁରାଣ ହେବା ସହ ଏହି ପଦବୀକୁ ଛାତ୍ର ନେତା ଏ ମୂରଳୀ କ୍ରୀଷ୍ଣାଙ୍କୁ ପ୍ରଦାନ କରାଯାଇଛି । ଏହି ଅବସରରେ ଶ୍ରୀ କ୍ରୀଷ୍ଣାଙ୍କ ସମେତ ଏକ ଶହରୁ ଊର୍ଦ୍ଧ୍ବ ପରିମାଣର ଯୁବ ଓ ଛାତ୍ର ମାନେ ବିଜୁ ଜନତା ଦଳରେ ଆଜି ବିଧି ବଦ୍ଧ ଭାବେ ସାମିଲ ହୋଇଛନ୍ତି । ନୂତନ ଭାବେ ଯୋଗ ଦେଇଥିବା ଶ୍ରୀ କ୍ରୀଷ୍ଣା ଓ ତାଙ୍କ ସମର୍ଥକ ମାନଙ୍କୁ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ, ନବରଙ୍ଗପୁର ପୂର୍ବତନ ସାଂସଦ ତଥା ଏଥରର ନବରଙ୍ଗପୁର ସାଂସଦ ପ୍ରାର୍ଥୀ ପ୍ରଦୀପ ମାଝୀ, ବିଧାୟକ ପ୍ରାର୍ଥୀ କୌଶଲ୍ୟା ପ୍ରଧାନୀ, ନଗର ସଭାପତି ପ୍ରମୋଦ ରଥ ପୁଷ୍ପମାଲ୍ୟ ଓ ଉତ୍ତରୀୟ ଦେଇ ନୂତନ ଭାବେ ସାମିଲ ହୋଇଥିବା ଯୁବ ଓ ଛାତ୍ର ଦଳକୁ ସ୍ବାଗତ କରିଥିଲେ । ସ୍ଵାଗତ କରିବା ଅବସରରେ ପ୍ରଦୀପ ମାଝୀ ଯୁବକ ମାନେ ଆଗାମୀ ପିଢିର ଭବିଷ୍ୟତ ଏବଂ ଓଡ଼ିଶାକୁ ଏକ ସଶକ୍ତ ଓଡ଼ିଶା ଗଠନ କରିବା ପାଇଁ ହେଲେ ଯୁବ ଓ ଛାତ୍ର ଙ୍କ ଅବଦାନ ନିହାତି ରହିବା ଦରକାର ବୋଲି କହିଥିବାବେଳେ ବିଧାୟକ ଶ୍ରୀ ପ୍ରଧାନୀ ଯୁବକ ମାନେ ରାଜନିତୀ କ୍ଷେତ୍ରକୁ ବାଛି ଥିବାରୁ ଖୁସି ବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ନବରଙ୍ଗପୁର ପୌର ପରିଷଦର କାଉନସିଲର ନଗେନ୍ଦ୍ର କୁମାର ପଟ୍ଟନାୟକ ,ଜିଲ୍ଲା ବିଜେଡ଼ି ଉପ ସଭାପତି ମିଟୁ ପାତ୍ର, ଉତ୍ତମ ତ୍ରିପାଠୀ , ବିଜେଡ଼ି ସଂପାଦକ ଭୀମ ହରିଜନ, ସାଂସଦ ପ୍ରତିନିଧି ବାବୁଲି ମିଶ୍ର, ନଗର ବିଜେଡ଼ି ଉପ ସଭାପତି ସ୍ଵାଧୀନ ପଣ୍ଡା, ସମ୍ପାଦକ ପୂର୍ଣ ଚନ୍ଦ୍ର ମହାପାତ୍ର, କୁନା ପାଢି, ଲାଲୁ ତ୍ରୀପାଠୀ, ସଞ୍ଜୟ ନାୟକ , ପୌର ପରିଷଦର ୯ ନମ୍ବର ୱାର୍ଡ ବିଜେଡ଼ି ସଭାପତି ଦୁର୍ଗା ତ୍ରିପାଠୀ , ସିର।ଜ ଉଦ୍ଦିନ ଅହମ୍ମଦ , ଆର ପୁରୁଷୋତ୍ତମ ଆଚ।ରି , ଜଗନ୍ନାଥ ବାଗ ପ୍ରମୁଖ ଙ୍କ ସମେତ ବହୁ ବିଜେଡ଼ି ନେତା ଓ କର୍ମୀ ଏବଂ ନୂତନ ଭାବରେ ଯୋଗ ଦେଇଥିବା ଶତାଧିକ ଯୁବକ ଓ ଛାତ୍ର ଉପସ୍ଥିତ ରହିଥିଲେ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More