ଦାଣ୍ଡରେ ପଡ଼ିଲାଣି ପୁରୀ ବିଜେଡିର ଅନ୍ତଃ କନ୍ଦଳ

138

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – 2019ଭୂଲରୁ ଶିଖିଲାନି ବିଜେଡି । ଦାଣ୍ଡରେ ପଡ଼ିଲାଣି ପୁରୀ ବିଜେଡିର ଅନ୍ତଃ କନ୍ଦଳ ।ବର୍ତ୍ତମାନ ସମୟରେ ବିଜେଡି ହାୱା ଆଉ ନାହି ବୋଲି କହିଲେ ପୁରୀ ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ।ଯୁବ ଓ ଛାତ୍ର ଜନତା ଦଳର କର୍ମୀଙ୍କ ସହଯୋଗ ନେଉନାହାନ୍ତି ବିଧାୟକ ପ୍ରାର୍ଥୀ ।ଓଭର କଂସ୍ଫିଡେନ୍ସ ପୁଣି ଥରେ ହୋଇପାରେ ଦଳ ପାଇଁ କାଳଜଳଜଳ ଦିଶୁଛି ବିଜେଡି ଅନ୍ତଃ କନ୍ଦଳ ।ପୁରୀ ପୁରୀ ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ଜୟକୃଷ୍ଣଙ୍କ ନିଶାନାରେ ପୁରୀ ବିଜେଡି ବିଧାୟକ ପ୍ରାର୍ଥୀ ସୁନିଲ ମହାନ୍ତି ।ଓଭର କନ୍ଫିଡେନ୍ସ ବିଜେଡି ପାଇଁ ସାଜିପାରେ କାଳ ।ବର୍ତ୍ତମାନ ସମୟରେ ବିଜେଡି ହାୱା ଆଉ ନାହିଁ ବୋଲି ସ୍ବୀକାର କରି ମନ୍ତବ୍ୟ ରଖିଛନ୍ତି ବିଜେଡି ପୁରୀ ଜିଲ୍ଲା ସମ୍ପାଦକ ତଥା ଅଭିଜ୍ଞ ବିଜେଡି ନେତା ଜୟକୃଷ୍ଣ ଦାସ ମହାପାତ୍ର ।ଶଙ୍ଖ ଭବନରେ ବି ତୁଟିପାରିନି ପୁରୀ ବିଜେଡି କଳି।ଏବେ ବି ନେତା ଓ କର୍ମୀ ଙ୍କ ମନରେ ରହିଛି ଅସନ୍ତୋଷ।ଦଳ ଛାତ୍ର ଓ ଯୁବ ନେତାଙ୍କୁ ଅଣଦେଖା କରୁଥିବା କଥା କହିଛନ୍ତି ଜୟକୃଷ୍ଣ ।ଏକଥା ଆଜି ଯୁବ ଓ ଛାତ୍ର ଜନତା ଦଳର ବନ୍ଧୁ ମିଳନ ପର୍ବ ସମୟରେ ସେ ସ୍ପଷ୍ଟ କରିଛନ୍ତି।ଆଜି ପୁରୀରେ ଛାତ୍ର ଓ ଯୁବ ବିଜେଡି ର ବନ୍ଧୁ ମିଳନ ଅବସରରେ ଜିଲ୍ଲା ବିଜେଡି ସମ୍ପାଦକ ଜୟକୃଷ୍ଣ ଦାସ ମହାପାତ୍ର ପୁରୀ ବିଜେଡି ବିଧାୟକ ପ୍ରାର୍ଥୀଙ୍କୁ ସିଧା ସଳଖ ଟାର୍ଗେଟ କରିବା ପରେ ସାମନାକୁ ଆସିଛି ବିଜେଡିରେ ଏବେ ବି କୁହୁଳୁଥିବା ଅସନ୍ତୋଷ ନିଆଁ ।ଦୁଇ ଦିନ ତଳେ ପୁରୀରେ ରହିଥିବା ଅନ୍ତଃ କନ୍ଦଳକୁ ତୁଟାଇବା ପାଇଁ ଶଙ୍ଖ ଭବନରେ ମହେଶ୍ବର ଓ ସୁଭାଶିଷ ଗୋଷ୍ଠୀ କୁ ନେଇ ଏକାଠି ବୈଠକ ହୋଇଥିଲା ।ତେବେ ଏବେ ପୁରୀ ବିଜେଡି ବିଧାୟକ ପ୍ରାର୍ଥୀ ସୁନିଲ ମହାନ୍ତି ଛାତ୍ର ଏବଂ ଯୁବ ବିଜେଡି ନେତା ଓ କର୍ମୀଙ୍କୁ ଅଣଦେଖା କରୁଥିବା ନେଇ ସେ କ୍ଷୋଭ ବ୍ୟକ୍ତ କରିଛନ୍ତି ।ଏଥିସହିତ ପରିବାର ବାଦ ରୁ ଆସି ବାପାଙ୍କ ସିମ୍ପାଥି ଭୋଟ ନେବା କୁ ଲକ୍ଷ ରଖିଛନ୍ତି ବୋଲି ସୁନିଲ ଙ୍କ ଉଦ୍ଦେଶ୍ୟରେ ସିଧାସଳଖ ଟାର୍ଗେଟ କରିଛନ୍ତି ଜୟକୃଷ୍ଣ ।ସେ କହିଛନ୍ତି ଯେ ଗତଥର ଓଭର କନ୍ଫିଡେନ୍ସ ବିଜେଡି ପାଇଁ ସାଜିଥିଲା କାଳ ।ନେତା ଓ କର୍ମୀଙ୍କୁ ଅଣଦେଖା ଦେଖା କରି ହାରିଥିଲେ ମହେଶ୍ବର ।ଏବେ ସୁନିଲ ବି ବାପାଙ୍କ ଭୂଲ ଦୋହରାଉଛନ୍ତି ।ଯାହା ଦଳ ପାଇଁ ହୋଇପାରେ କାଳ ।ସେ ଆହୁରି କହିଛନ୍ତି ବର୍ତ୍ତମାନ ସମୟରେ ବିଜେଡି ହ୍ୱାୱା ନାହିଁ ,ତେଣୁ ବିରୋଧୀଙ୍କ ସାଙ୍ଗରେ ଫାଇଟ କରିବାକୁ ହେଲେ ଯୁବ ଓ ଛାତ୍ର ଙ୍କୁ ସାଙ୍ଗରେ ନେଇ ଯିବାକୁ ହେବ ଯାହା କରୁନାହାନ୍ତି ସୁନିଲ ।ସେପଟେ ଗୋଷ୍ଠୀ କନ୍ଦଳକୁ ନେଇ ବୁଲେଇ ବଙ୍କେଇ ଉତ୍ତର ରଖିଛନ୍ତି ଜିଲ୍ଲା ବିଜେଡି ସଭାପତି ଦିବାକର ପାତ୍ର ।ପୁରୀ ଜିଲ୍ଲା ବିଜେଡି ଉପସଭାପତି ନାରାୟଣ ସିଂହ ମଧ୍ୟ ଯୁବ ଓ ଛାତ୍ର ନେତାଙ୍କୁ ଅଣଦେଖା ଅଭିଯୋଗକୁ ପରୋକ୍ଷେରେ ସ୍ବୀକାର କରିଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More