ତେନ୍ତୁଳିଖୁଣ୍ଟି ବ୍ଲକରେ ନବରଙ୍ଗପୁର ଏମପିଙ୍କ ମାରାଥନ ଭିତ୍ତିପ୍ରସ୍ତର ସ୍ଥାପନ

80

Get real time updates directly on you device, subscribe now.

ନବରଙ୍ଗପର(ସଂଘର୍ଷ ମିଡିଆ) : – ନବରଙ୍ଗପୁର ଜିଲ୍ଲା ସହଜରେ ବିକାଶ ଠୁଁ ବହୁ ଦୂରରେ,ଏଠି ନିରବଛିନ୍ନ ଭାବେ ଶାସକ ଦଳର ଏମ ପି ଓ ଏମ ଏଲ ଏ ନିର୍ବାଚିତ ହୋଇ ଆସୁଥିଲେ ମଧ୍ୟ ଗୋଟିଏ ବି ଶିଳ୍ପାନୁଷ୍ଠାନ ହୋଇ ପାରିନି କି ନର୍ସିଂ ଓ ପାଲିଟେକ୍ନିକ ଛାଡି ଦେଲେ ବୈଷୟିକ ଶିକ୍ଷାନୁଷ୍ଠାନ ଖୋଲାଯାଇନି। କିନ୍ତୁ ବିଧାୟକ ପାଣ୍ଠି ଓ ଏମ ପି ଲାଡ଼ ରେ କର୍ମୀ ଙ୍କୁ ସୁହାଇବା ଭଳି ପ୍ରକଳ୍ପ ଅବା ଭୋଟ ହାତେଇବା ପାଇଁ ବିଭିନ୍ନ ଜାତିର ସମାଜପାଇଁ ଓ ଧାର୍ମିକ ଅନୁଷ୍ଠାନ ପାଇଁ ଲ୍ୟାଡ଼ ର ବେଶ ବ୍ୟବହାର ହେଉଛି।ନିର୍ବାଚନ ତାରିଖ ଘୋଷଣା ଆଜି ହେବ ବୋଲି ମୁଖ୍ୟ ନିର୍ବାଚନ ଆୟୋଗ ସୂତ୍ରରୁ ପ୍ରକାଶିତ ହୋଇଥିଲା। ସାଧାରଣ ନିର୍ବାଚନ ବିନା ମେଣ୍ଟ ରେ ଲଢେଇ ହେଲେ ଏମ ପି ରମେଶ ମାଝୀଙ୍କୁ ଟିକେଟ ଦିଆ ଯିବନି ପ୍ରଦୀପ ମାଝୀଙ୍କୁ ଦିଆଯିବା ସଂକେତ ରାଜ୍ୟସଭାପତି ଓ ସଙ୍ଗଠନ ସମ୍ପାଦକ ତଥା 5 ଟି ନେତାଙ୍କ ପକ୍ଷରୁ ଦିଆ ଯାଇଛି। ତଥାପି ଏମ ପି, ବିଧାୟକ ସଦାଶିବ ପ୍ରଧାନୀ ଙ୍କ ସହ ମିଶି ତେନ୍ତୁଳିଖୁଣ୍ଟି ବ୍ଲକରେ ମାରାଥନ ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ କରିଛନ୍ତି। କଣ୍ଟାଗାଁ ରେ ଭତ୍ରା ସମାଜ ପାଇଁ ସଭାଗୃହ ,ପଣସ ପଦରରେ ଜେଇ ଏଲ ଚର୍ଚ୍ଚ ଠାରେ ହଲ ପାଇଁ ଭିତ୍ତି ପ୍ରସ୍ତର କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଚରାମୂଳା ଠାରେ ଏମ ପି ଲ୍ୟାଡ଼ ରାମ ମନ୍ଦିର ନିର୍ମାଣ ପାଇଁ ଦିଆ ଯାଇଥିବା ପ୍ରକଳ୍ପର ଶୁଭ ଦେଇଥିଲେ। ଶେଷରେ ଅପରାହ୍ନ୫ ରେ ନିଜ କାର୍ଯ୍ୟକାଳର ଶେଷ ଭିତ୍ତିପ୍ରସ୍ତର ସ୍ଥ।ପନ କାର୍ଯ୍ୟକ୍ରମ ଖାତିଗୁଡା ଠାରେ କଳିଙ୍ଗ ବୈଶ୍ୟ ସମାଜର ଗୃହ ରହିଥିଲା। ଏସମସ୍ତ କାର୍ଯ୍ୟକ୍ରମ ରେ ମେଣ୍ଟ ଚର୍ଚ୍ଚା ମଧ୍ୟରେ ଏହି ଆସନ ବି ଜେପି ଭାଗରେ ପଡିବା ଚର୍ଚ୍ଚା ସତ୍ତ୍ୱେ ଦଳୀୟ କର୍ମୀ ଓ ନେତୃ ସ୍ଥାନୀୟ ବ୍ୟକ୍ତି ଙ୍କ ଉପସ୍ଥିତି ପୂର୍ବ ଦିନ ଭଳି ରହିଥିଲା।ବ୍ଲକ ଉପାଧ୍ୟକ୍ଷ ରାଜେନ୍ଦ୍ର ବିଶୋଇ, ସମିତି ସଭ୍ୟ ସୁକାନ୍ତି ମହାନ୍ତି ,ସମିତି ସଭ୍ୟ ସୁଧୀର ଖୁରା, ଯୁବ ବିଜେଡି ବ୍ଲକ ସଭାପତି ସୁରେଶ ନାୟକ ,ବ୍ଲକ ବିଜେଡି ସଭାପତି ପ୍ରଫୁଲ୍ଲ ନାଗ ଦୟାନିଧି ବିଶୋଇ ଳଛମନ ଭତ୍ରା , ଅଶୋକ ,କୁନା ମହାନ୍ତି ପ୍ରମୁଖ ସମେତ ଶତାଧିକ ଉପସ୍ଥିତ ଥିଲେ ।ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିଉଜ୍ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More