ତେନ୍ତୁଳିଖୁଣ୍ଟି ଚାଉଳ ଦୁର୍ନୀତିକୁ  ନେଇ ପ୍ରଶାସନ ଓ ଜନ ପ୍ରତିନିଧିଙ୍କ ଉପରେ ବର୍ଷିଲେ ଜିଲ୍ଲା ଆପ୍ ଆବାହକ 

12

Get real time updates directly on you device, subscribe now.

ନବରଙ୍ଗପୁର,୨୩/୬(ସଂଘର୍ଷ ମିଡିଆ): – ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକର ୬ଗୋଟି ଗ୍ରାମ ପଞ୍ଚାୟତ କଣ୍ଟାଗାଁ ଅଞ୍ଚଳଗୁମ୍ମା  କଂଗ୍ରା କାମତା ପୂଜାରୀଗୁଡ଼ା  ଦିଗିରେ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ମିଳୁଥିବା ଚାଉଳକୁ ଯୋଗାଣ ସହାୟକ ନିର୍ବାହୀ ଅଧିକାରୀ ଓ ଏମ୍ ଆଇ ମିଳି ମିଶି  ତୋର ଅଧେ କୁ ମୋର ଅଧେ ରେ ୨ମାସର ଚାଉଳ ଦେଇ ଗୋଟିଏ ମାସର ଭାଗ ବଣ୍ଟା କରି ଖାଇଥିବା କହିଛନ୍ତି। କେତେ ବର୍ଷ ହେଲା ଏମାନେ ଖାଉଛନ୍ତି ସବୁଠାରୁ ବଡ଼ କଥା ହେଲା ନିର୍ବାହୀ ଅଧିକାରୀ ମାନେ ଏକ ରୁ ଏକାଧିକ  ପଞ୍ଚାୟତର ଦାୟିତ୍ଵରେ ରହିଥିବା ହେତୁ ମାଲେମାଲ ହେଉଥିବା କହିଛନ୍ତି।୨୦୨୦ରେ  କାମତା ଗ୍ରାମ ପଞ୍ଚାୟତ ରେ   ଭାରପ୍ରାପ୍ତ ନିର୍ବାହୀ ଅଧିକାରୀ ମୋହନ ଗୌଡ ରହିଥିବା ବେଳେ ଚାଉଳ ଦୁର୍ନୀତିର ବଡ ଘୋଟାଲ ହୋଇଥିଲା। ନିର୍ବାହୀ ଅଧିକାରୀଙ୍କ  ନାମରେ ଚାଉଳ ଷ୍ଟକ୍ ଉଠୁଥିବା ବେଳେ ତାଙ୍କୁ ପ୍ରଶାସନ ତରଫରୁ କୌଣସି ଦୃଷ୍ଟାନ୍ତ ମୂଳକ କାର୍ଯ୍ୟନୁଷ୍ଠାନ ଗ୍ରହଣ ନ କରିବାରୁ ,ପୁଣି ୩ବର୍ଷ ପରେ  ଏପ୍ରିଲ୍ ମେ ଜୁନ୍ ମାସର ଚାଉଳ ବଣ୍ଟନ ପାଇଁ ଆସୁଥିବା ବେଳେ ଗୋଟିଏ ମାସର ଚାଉଳ ବଣ୍ଟନ ନ କରି ନିଜ  ପକେଟ  ଗରମ କରିବାରେ ବ୍ୟସ୍ତ ଥିଲେ। ଚଳିତ ଜୁନ୍ ୧୪ରେ କାମତା ପଞ୍ଚାୟତ ହିତାଧିକାରୀ ଗୋଟିଏ ମାସର ଚାଉଳ ନ ପାଇବା ଫଳରେ ଗୋଟିଏ ପରେ ଗୋଟିଏ ପଞ୍ଚାୟତ ର ଗୁମର ଖୋଲି ହୋଇଛି। ବ୍ଲକ୍ ପ୍ରଶାସନ ନାମକୁ ମାତ୍ର ଦେଖା ଦେଖାଣିଆ ତଦନ୍ତ କରି ଜିଲ୍ଲାପାଳ ଙ୍କୁ ଗତ ୨୧ରେ  ଦେଇଥିବା କହିଛନ୍ତି।ସେ କହିଛନ୍ତି କି  ବିଡ଼ିଓଙ୍କୁ ନ ଜଣାଇ ଏମ୍ ଆଇ ତା ୧୭ଜୁନରେ ନିର୍ବାହୀ ଅଧିକାରୀ ଓ ଯୋଗାଣ ସହାୟକଙ୍କୁ କିଭଳି କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି । ଯେତେ ବେଳେ ଜିଲ୍ଲା ଯୋଗାଣ ଅଧିକାରୀ ଜିଲ୍ଲାପାଳଙ୍କ ଦ୍ଵାରା ବ୍ଲକ ଗୋଷ୍ଟି ଉନ୍ନୟନ ଅଧିକାରୀଙ୍କୁ ପତ୍ର ମାଧ୍ୟମରେ ଅବଗତ କରିଥିବା ବେଳେ, ଏମ୍ ଆଇ   ନିଜେ ନିଜକୁ କାରଣ ଦର୍ଶାଅ ନୋଟିସ କିଭଳି କରୁଛନ୍ତି । ତେନ୍ତୁଳିଖୁଣ୍ଟି ବିଡ଼ିଓ ତଦନ୍ତ ରିପୋର୍ଟ ଜିଲ୍ଲାପାଳଙ୍କୁ ଦେଇଥିବା ବେଳେ, ଯୋଗାଣ ବିଭାଗ ପକ୍ଷରୁ କୌଣସି ଅଧିକାରୀ ତଦନ୍ତ ପାଇଁ ନ ଆସିବା ଏହା କି ଭଳି ଶାସନ। ଜିଲ୍ଲାପାଳଙ୍କୁ ତଦନ୍ତ ରିପୋର୍ଟ ବିଡ଼ିଓ ଦେବା ପରେ ଜିଲ୍ଲାପାଳ କେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ତେନ୍ତୁଳିଖୁଣ୍ଟି ବ୍ଲକ୍ରେ ଏତେ ଦୁର୍ନୀତି ହେଉ ଥିବା ବେଳେ ଶାସକ ଦଳର ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ  ବ୍ଲକ୍ ଅଧ୍ୟକ୍ଷା  ନିଳାଦ୍ରୀ ନାୟକ ,ଜୋନ-୧ ଜିଲ୍ଲା ପରିଷଦ  ଓ ଜୋନ_୨ ଜିଲ୍ଲାପରିଷଦ ତେନ୍ତୁଳିଖୁଣ୍ଟି ବ୍ଲକ୍ ର ଜନ ପ୍ରତିନିଧି ନୁହନ୍ତି କି?ଏମାନେ ଗରିବ  ହିତାଧିକାରୀଙ୍କ ଜନପ୍ରତିନିଧି  ହୋଇ କିଭଳି ଜନତାଙ୍କ ପାଇଁ ସ୍ଵର ଉତ୍ତୋଳନ କରିବା ପାଇଁ ତିଳେହେଲେ ଚିନ୍ତା ନ କରିବା ଏହାଠୁ ଲଜ୍ୟା ର ବିଷୟ କଣ ହୋଇ ପାରେ ବୋଲି କହିବା ସହ,ଜୁନ ମାସ ଶେଷ ସୁଦ୍ଧା ହିତାଧିକାରୀଙ୍କୁ ୩ମାସର ଚାଉଳ ନ ଦେଲେ  ତେନ୍ତୁଳିଖୁଣ୍ଟି ଗୋଷ୍ଟି ଉନ୍ନୟନ ଅଧିକାରୀ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶାନ୍ତି ପୂର୍ଣ୍ଣ ଭାବେ ଧାରଣା ଦେବେ। ଆଗାମୀ  ୨୦୨୪ରେ ସାଧାରଣ ନିର୍ବାଚନ ରେ ଶାସକ ଦଳକୁ  ଜନ ସାଧାରଣ ଉଚିତ୍ ଶିକ୍ଷା ଦେବେ ବୋଲି  ନବରଙ୍ଗପୁର ଜିଲ୍ଲା ଆପ୍ ର  ଆବାହକ ଲକ୍ଷ୍ମୀ ଚନ୍ଦ୍ର ଟାକ୍ରୀ କହିଛନ୍ତି। ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିଉଜ୍ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More