ଡାବୁଗାଁ ବ୍ଲକ କଂଗ୍ରେସ ତରଫରୁ ବ୍ଲକ କାର୍ଯ୍ୟ।ଳୟ ଘେରାଉ

14

Get real time updates directly on you device, subscribe now.

ନବରଙ୍ଗପୁର/ଡାବୁଗାଁ, ୧୮/୮ -()ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ କଂଗ୍ରେସ ତରଫରୁ ବିଭିନ୍ନ ଦାବୀ ନେଇ ଶୁକ୍ରବାର ବ୍ଲକ କାର୍ଯ୍ୟ|ଳୟ ଘେରାଉ କରାଯାଇଛି | ଏଥିରେ ସମସ୍ତ କଂଗ୍ରେସ କର୍ମୀ ମାନେ ମାଁ ଠାକୁରାଣୀ ମନ୍ଦିର ପରିସରରେ ଏକତ୍ରିତ ହୋଇଥିଲେ | ସେଠାରୁ ଏକ ଶୋଭାଯାତ୍ରା ରେ ବାହାରି ଗ୍ରାମ ପରିକ୍ରମା କରି ବ୍ଲକ କାର୍ଯ୍ୟ|ଳୟ ସମ୍ମୁଖରେ ପହଞ୍ଚିଥିଲେ | ସେଠାରେ ଭିକ୍ଷୋଭ ପ୍ରଦର୍ଶନ କରି କେନ୍ଦ୍ର ସରକାର ଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ | ପରେ ରାଜ୍ୟପାଳ ଙ୍କ ଉଦ୍ଦେଶ୍ୟରେ ଏକ ଦାବୀପତ୍ର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶରତ ମାଝୀଙ୍କୁ ପ୍ରଦାନ କରିଥିଲେ | ଉକ୍ତ ଦାବୀପତ୍ରରେ ବିଭିନ୍ନ ବ୍ଲକ କାର୍ଯ୍ୟ|ଳୟରେ ବ୍ୟାପକ ପି.ସି କାରବାର, ଆବାସ ଯୋଜନାରେ ଦୁର୍ନୀତି, ଦରଦାମ ବୃଦ୍ଧି, ବେକାରୀ, ନାରୀ ନିର୍ଯ୍ୟାତନା, ଚାଷୀ ମାରଣ ନୀତି, ଟାଟା କମ୍ପାନୀର ଖାଉଟି ବିରୋଧୀ ବିଜୁଳି ନୀତି କୁ ବିରୋଧ କରି ବ୍ଲକ ଘେରାଉ କରାଯାଇଥିଲା | ଏଥିରେ ଡାବୁଗାଁ ପୂର୍ବତନ ବିଧାୟକ ଭୁଜବଳ ମାଝୀ, ଜିଲ୍ଲା କଂଗ୍ରେସ କମିଟି ସାଧାରଣ ସମ୍ପାଦକ ବାବି ଜେନା, ଡାବୁଗାଁ ଜୋନ-୧ ସଭାପତି ପ୍ରକାଶ ଚନ୍ଦ୍ର ପଣ୍ଡା, ଜୋନ-୨ ସଭାପତି ବଂଶୀଧର ମାଝୀ, ଉପସଭାପତି ସୁବାସ ଚନ୍ଦ୍ର ବିଶୋଇ ଓ କୃଷ ପନକା, ବ୍ଲକ ଯୁବ କଂଗ୍ରେସ ସଭାପତି ଶଶୀଧର ମାଝି, କୃଷକ ସେଲ ସଭାପତି ସତ୍ୟରଞ୍ଜନ ପାତ୍ର, ଏସସି ସେଲ ସଭାପତି କେଶବ ରେଲି,ଜିଲ୍ଲା ଛାତ୍ର କଂଗ୍ରେସ ଉପ ସଭାପତି ତଥା ଜିଲ୍ଲା କଂଗ୍ରେସ କମିଟି ସମ୍ପାଦକ ନୁରେନ ତନ୍ତୀ, ରାମେଶ୍ଵର ପାଣିଗ୍ରାହୀ, ବିଜୟ ନିହାଲ, ଖଗପତି ସୁନା, ବିନ୍ମୟ ପନକା, ଧବଳ ନାୟକ ଏବଂ ୧୦୦ ରୁ ଊର୍ଦ୍ଧ୍ଵ କଂଗ୍ରେସ କର୍ମୀ ମାନେ ଯୋଗ ଦେଇଥିଲେ | ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ସହ ଜି ବିନୋଦ କୁମାରଙ୍କ ରିପୋର୍ଟ ସଂଘର୍ଷ ନିଉଜ୍ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More