ନରସିଂହପୁର(ସଂଘର୍ଷ ମିଡିଆ ) :-କଟକ ଜିଲ୍ଲା ନରସିଂହପୁର ମହାବିଦ୍ୟାଳୟ ଠାରେ ଥିବା ଟି ଏମ ସି ସେଣ୍ଟରରେ ପ୍ରବାସୀ ମାନଙ୍କୁ ଭେଟି ତାଙ୍କର ଭଲ ମନ୍ଦ ପଚାରି ବୁଝିଥିଲେ। ବିଜେପି ର ବରିଷ୍ଠ ନେତା ବିଧାୟକ ପ୍ରାର୍ଥୀ ବିଜୟ କୁମାର ଦଳବେହେରା। ପ୍ରବାସୀ ମାନଙ୍କର ରହିବା ପାଇଁ କୌଣସି ସୁବିଧା ସୁଯୋଗ ନାହିଁ। ଖାଇବା ପାଇଁ ଠିକି ରେ ଦିଆଯାଉନାହିଁ।ଭଙ୍ଗା ଖଟ ଦିଆଯାଇଛି ସୋଇଲେ ରାତିରେ ଖସି ପଡିବ ଯେଇଁ ଭଳି ଭାବରେ ଭଙ୍ଗ ଖଟ ଦିଆଯାଇଛି ନ କହିବା ଭଲ ।ପାଣି ର ଘୋର ସମଷ୍ୟା ରହି ଥିଲା ବେଳେସେମାନଙ୍କୁ ପିଇବା ପାଣି ଟୋପାଏ ମିଳୁନି ବୋଲି ସେମାନଙ୍କର ଅଭିଯୋଗ କରିଥିଲେ।ମାତ୍ର ଏହାକୁ ନେଇ ଦାୟିତ୍ୱରେ ଥିବା ଯନ୍ତ୍ରୀ ଦିଲୀପ ବେହେରାଙ୍କୁ ପଚାରି ବୁଝିଥିଲେ। ଓ ଏହାର ସମାଧାନ ଖୁବ ଶୀଘ୍ର ହେବ ବୋଲି ସୂଚନା ଦେଇଥିଲେ। କିନ୍ତୁ ସେପଟେ ଟ୍ରକ ରେ ଯେଇଁ ଭଳି ଭାବରେ ତାଙ୍କୁ ରେଗେଡାରୁ ନରସିଂହପୁରକୁ ଅଣାଗଲା ତାହା ଅତି ନିନ୍ଦନୀୟ ଘଟଣା ଥିଲା। ଯଦି ପ୍ରବାସୀ ମାନଙ୍କୁ ଆଣି ଏହିଭଳି ଭାବରେ ରଖାଯାଏ ତାହାଲେ ସେମାନେ ସେଠିକି ଯିବାକୁ କାହିଁକି ଅମଙ୍ଗ ହୁଅନ୍ତେ। ରାଜ୍ୟ ସରକାର ଏହି ପ୍ରବାସୀ ମାନଙ୍କ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲା ବେଳେ ସତେ ଯେମିତି ନରସିଂହପୁର ମହାବିଦ୍ୟାଳୟର କ୍ଲଷ୍ଟର ଟି ଏମ ସିକୁ ସରକାର ଆଖି ବୁଝି ଦେଇ ଛନ୍ତି ଅଭିଯୋଗ କରିଛନ୍ତି ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ସଦଶ୍ୟ ବିଜୟ ଦଳବେହେରା । ସେଠାରୁ ଆସି ପରେ ପରେ ହାଇସ୍କୁଲ ଠାରେ ଥିବା SC ST ହଷ୍ଟେଲ ବୁଲି ଡାକ୍ତରଙ୍କ ସହ ପଚାରି ବୁଝି ଥିଲେ । ଜିଲ୍ଲା ପରିଷଦ ଓ ତାଙ୍କର ସହଯୋଗ ସହ ଆଲୋଚନା କରିଥିଲେ।