ଟିଟିଲାଗଡ(ସଂଘର୍ଷ ମିଡିଆ) : – ଟିଟିଲାଗଡବାସୀଙ୍କୁ ମୋର ଜୁହାର । ସୁଖରେ ଦୁଖରେ ଗତ ୧୦ବର୍ଷ ହେଲା ସାମିଲ ହେବାର ସୁଯୋଗ ପାଇଛି । ରାଜନୈତିକ ଜୀବନ ଚଲାପଥରେ ମୁଁ ଆପଣ ମାନଙ୍କ ଜନସମର୍ଥନ ପାଇ ଆସିଛି । ହର ହର ମହାଦେବ ଧବଳେଶ୍ଵରଙ୍କ ଅଶେଷ କୃପା ଓ କରୁଣା ମୋ ପ୍ରତି ରହିଛି । ଜନସମର୍ଥନ ପାଇଁ ଜଣେ ଜନପ୍ରତିନିଧି ଭାବେ ପଦବୀକୁ କ୍ଷମତା ନଭାବି ଜନସେବାରେ ବ୍ରତୀ ହୋଇଛି । ଧନ ପଛରେ କେବେ ଗୋଡାଇନି, ମୋର ମୂଳ ମୌଳିକ କର୍ତ୍ତବ୍ୟରେ କେବେ ହେଲେ ହେଳା କାରିନି । ସାଧାରଣଜନତାଙ୍କ ସମସ୍ୟାକୁ ନିଜର ସମସ୍ୟା ଭାବେ ଗ୍ରହଣକରି ତାର ସମାଧାନ କରିବାକୁ ପ୍ରୟାସ କରି ଆସିଛି । ଟିଟିଲାଗଡବାସୀଙ୍କ ମୋ ପାଇଁ ଯେଉଁ ସ୍ନେହ ସମର୍ଥନ ପାଇଛି , ତାକୁ ପାଥେୟ କରି ମୁଁ ରାଜନୈତିକ ରଣଭୂମିରେ ଅବତୀର୍ଣ ହୋଇଛି । ମା ମାଟିର ସେବାକୁ ବ୍ରତ ଭାବେ ଗ୍ରହଣ କରିଛି । ମାଟିକୁ ବିକି ବ୍ୟବସାୟ କରିନି । ଜନତାଙ୍କ ବିଶ୍ଵାସ ଉପରେ ସଦା ସର୍ବଦା ଆଶୀର୍ବାଦ ଭାବେ ମୁଣ୍ଡରେ ମାରିଛି । ମୁଁ ମୋ ନିଜ ମୁହଁରେ ବିକାଶର ଡିଣ୍ଡିମ ପିଟୁନି । ସାଧାରଣଜନତାଙ୍କ ମୌଳିକ ଅଧିକାରକୁ ସବୁବେଳେ ଧ୍ୟାନ ଦେଇଛି । ପାନୀଯ ଜଳ ଯୋଗାଣ , ଚାଷ ଜମିକୁ ଜଳସେଚନ ପାଇଁ ଯେଉଁ ସବୁ କାମ ଆରମ୍ଭ ହୋଇଛି ଏହି ଆଞ୍ଚଲ ସବୁଜ ଫସଲରେ ହସିବ । ସ୍ୱାସ୍ଥ୍ୟ ଶିକ୍ଷା ଓ ଗମନାଗମନ ସବୁରି ପ୍ରତି ଧ୍ୟାନ ଦେଇଛି । ଟିଟିଲାଗଡ ସହରବାସୀ ଧୂସୁରା, ଉମେଲା ଅଞ୍ଚଳର ବିକାଶ ପାଇଁ ପଦକ୍ଷେପ ନିଆଯାଇଛି । ଧବଳେଶ୍ଵରଙ୍କ ପୀଠକୁ ପର୍ଯ୍ୟଟନ ମାନ୍ୟତା ମିଳିଛି । ଆଜି ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ପାଇଛି । ମହାରାଜା ପୁଷ୍କରଣୀ ଓ ଅନ୍ୟ ପୁଷ୍କରଣୀକୁ ସୁନ୍ଦର କରିବାରେ ପଦକ୍ଷେପ ନିଆଯାଇଛି । ମୁଁ ବିକାଶ ଓ ଜନସେବା ବିଚାରକୁ ସଂକଲ୍ପ ଭାବେ ଗ୍ରହଣ କରିଛି । ଆପଣ ମାନେ ୨୦ ତାରିଖ ଦିନ ଶଙ୍ଖ ଚିହ୍ନରେ ଭୋଟ ଦେଇ ମତେ ଜିତେଇବାକୁ ଅନୁରୋଧ କରୁଛି । ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଟିଟିଲାଗଡବାସୀଙ୍କ ଉପରେ ଆଶୀର୍ବାଦ ରହିଛି । ଟିଟିଲାଗଡକୁ ଜିଲା ଭାବେ ଘୋଷଣା ପାଇଁ ଯେଉଁ ପ୍ରତିଶ୍ରୁତି ଦିଆଯାଇଛି, ନିର୍ବାଚନ ପରେ କିଭଳି କାର୍ଯ୍ୟ ହେବ ମୋ ପାଇଁ ପ୍ରଥମିକତା ରହିବ । ସମସ୍ତ ମାନ ଅଭିମାନ ଭୁଲି ଟିଟିଲାଗଡକୁ ଆଗ୍ରଣୀ ନିର୍ବାଚନ ମଣ୍ଡଳୀ ଭାବେ ଗଢିତୋଳିବାକୁ ସଂକଲ୍ପ ନେବା । ଆଉ ଥରେ ବିଜେଡ଼ିକୁ କ୍ଷମତାକୁ ଆଣିବାକୁ ଯୋଡି ଶଙ୍ଖ ଚିହ୍ନରେ ଭୋଟ ଦେବା । ଜୟ ଜଗନ୍ନାଥ , ଜୟ ମା ସମଲେଇ ।