ଜୋରଦାର ପ୍ରଚାରରେ ଲାଗିପଡିଛନ୍ତି କଂଗ୍ରେସ ପ୍ରାର୍ଥୀ ଉମା ବଲ୍ଲଭ ରଥ

69

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ପୁରୀ ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ୁଛନ୍ତି ବରିଷ୍ଠ ନେତା ଉମା ବଲ୍ଲଭ ରଥ। ତେବେ ଆଗାମୀ 25 ତାରିଖରେ ପୁରୀରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ହାତ ରହିଚି ବହୁତ୍ କମ ସମୟ। ଏଥି ପାଇଁ ଜୋରଦାର ପ୍ରଚାରରେ ଲାଗିପଡିଛନ୍ତି ଉମା ବଲ୍ଲଭ ରଥ। କଂଗ୍ରେସ ର କର୍ମୀ ଙ୍କୁ ନେଇ ପୁରୀ ସହର ପ୍ରତି ୱାର୍ଡକୁ ୱାର୍ଡ ବୁଲି ପ୍ରଚାର କୁ ଜୋରଦାର କରାଯାଉଛି। ତେବେ ପୁରୀ ବିଧାନସଭାର କଂଗ୍ରେସ ପ୍ରାର୍ଥୀ ଉମା ବଲ୍ଲଭ ରଥ କହିଚନ୍ତି ପୁରୀର ନେତୃତ୍ଵ ନେଇଥିବା ନେତା ପୁରୀ ର କିଛି ବି ଉନ୍ନତି କରିନାହାନ୍ତି। ପୁରୀ ଲୋକଙ୍କ ମୌଳିକ ସମସ୍ୟା ସ୍ଥାୟୀ ଜମି ପଟା ପ୍ରଦାନ କରିବାରେ ବିଜେଡି ସରକାର ଅବହେଳା କରିଚି। ଏଥି ପାଇଁ ଲକ୍ଷ ଲକ୍ଷ ଲୋକେ ନିଜ ଘର ଜାଗା ବାଡ଼ି ର ସ୍ଥାୟୀ ପଟା ପାଇବାରୁ ବଞ୍ଚିତ ହୋଇଛନ୍ତି। ତେବେ ଜନତାଙ୍କ ଏହି ହକ ହାସଲ ପାଇଁ ସେ ଲଢେଇ କରିବେ। ଜନତା ଯଦି ତାଙ୍କୁ ନିର୍ବାଚିତ କରନ୍ତି ସେ ବିଧାୟକ ହେବାର 100 ଦିନ ଭିତରେ ଲୋକଙ୍କୁ ସ୍ଥାୟୀ ପଟା ପ୍ରଦାନ କରିବେ। ବେଦାନ୍ତ ବିଶ୍ଵ ବିଦ୍ୟାଳୟ କୁ ବିଜେଡି ସରକାର ଯେଭଳି ଅନ୍ୟାୟ ଭାବେ ହଜାର ହଜାର ଏକର ଚାଷ ଜମି ଶାଗ ମାଛ ମୂଲ୍ୟ ରେ ଟେକି ଦେଇଥିଲେ ତାକୁ ସେ କୋର୍ଟରେ ଚ୍ୟାଲେଞ୍ଜ କରି ଏହି ନିଷ୍ପତ୍ତି କୁ ରଦ୍ଦ କରିଛନ୍ତି। ତେବେ କୋର୍ଟଙ୍କ ନିର୍ଦେଶ ସତ୍ତ୍ୱେ ରାଜ୍ୟ ସରକାର ଚାଷୀଙ୍କୁ ଜମି ଫେରେଇ ନଥିବାରୁ ପୁଣି ସେ ଲଢେଇ କରିବେ ବୁଲି ଉମା କହିଚନ୍ତି। ପୁରୀ ସହରର ବିଭିନ୍ନ ମୌଳିକ ସମସ୍ୟା, ପୁରୀ ସଦର ଅଂଚଳ ର ବିଭିନ୍ନ ସମସ୍ୟାକୁ ସେ ସମାଧାନ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି। ତେବେ ଶାସକ ବିଜେଡି ଅର୍ଥ ବଳ, ବାହୁ ବଳ ଲଗାଇ ଯେଉଁ ଭଳି ନିର୍ବାଚନ ପରିଚାଳନା କରୁଚି ତାହା ଲୋକେ ଆଉ ସହ୍ୟ କରୁନାହାନ୍ତି। ଗଣତନ୍ତ୍ର ରେ ଲୋକ ବଳ ହେଉଚି ସବୁଠୁ ବଳ। ଲୋକେ ସଚେତନ ହେଲେ ଅର୍ଥ ବଳ, ବାହୁ ବଳର କୌଣସି ପ୍ରଭାବ ପଡ଼ିବ ନାହିଁ। ତେବେ ଜନତା ହେଉଛନ୍ତି ଗଣତନ୍ତ୍ରରେ ମାଲିକ। ଆମେ ହେଉଚୁ ସେବକ। ଆଗାମୀ ନିର୍ବାଚନ ରେ ପୁରୀ ସଦର ବିଧାନସଭା ଭୋଟର ତାଙ୍କୁ 5 ବର୍ଷ ପାଇଁ ସୁଜୋଗ ଦେଲେ ଲୋକ ଙ୍କ ସେବା କରିବା ସହ ସମସ୍ତ ସୁବିଧା ଅସୁବିଧା ସେ ସମାଧାନ କରିବେ ବୋଲି ପୁରୀ ବିଧାନସଭା ପାଇଁ କଂଗ୍ରେସ ପ୍ରାର୍ଥୀ ହୋଇଥିବା ଉମା ବଲ୍ଲଭ ରଥ କହିଚନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More