ଜୁନ ୧ରେ କାକଟପୁର ଓ ନିମାପଡାରେ ଭୋଟ

38

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ମତଦାନ କରିବେ ୪୯୧୬୯୮ ଭୋଟର ପୁରୀ ୨୭/୫ ଓଡିଶା ର ଚତୁର୍ଥ ଓ ପୁରୀ ଜିଲ୍ଲାର ଦ୍ୱିତୀୟ ତଥା ଚୁଡାନ୍ତ ପର୍ଯ୍ୟାୟ ମତଦାନ ଜୁନ ୧ ତାରିଖରେ ଅନୁଷ୍ଠିତ ହେବ।୧୬ ଜଗତସିଂହପୁର ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୧୦୫ କାକଟପୁର ଓ ୧୦୬ ନିମାପଡା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଜୁନ ୧ ତାରିଖ ସକାଳ ୭ ଘଟିକା ରୁ ସଂଧ୍ୟା ୬ ଘଟିକା ପର୍ଯ୍ୟନ୍ତ ମତଦାନ ହେବ ବୋଲି ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ସୂଚନା ଦେଇଛନ୍ତି।କାକଟପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ୧୧ ଜଣ ପ୍ରାର୍ଥୀ ଥିବା ବେଳେ ନିମାପଡା ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ୧୩ ଜଣ ପ୍ରାର୍ଥୀ ରହିଛନ୍ତି।ଏହି ଦୁଇ ନିର୍ବାଚନ ମଣ୍ଡଳୀ ର ମୋଟ ୪୯୧୬୯୮ ଭୋଟର ୫୬୦ ଟି ମତଦାନ କେନ୍ଦ୍ର ରେ ମତଦାନ ସାବ୍ୟସ୍ତ କରିବେ।ଏଥିରେ ପୁରୁଷ ଭୋଟର ଙ୍କ ସଂଖ୍ୟା ୨୫୨୬୫୧, ମହିଳା ଭୋଟର ଙ୍କ ସଂଖ୍ୟା ୨୩୯୦୩୫ ଏବଂ ୧୨ଜଣ ଅନ୍ୟାନ୍ୟ ଭୋଟର ରହିଛନ୍ତି।ଏଥିରେ କାକଟପୁର ନିର୍ବାଚନ ମଣ୍ଡଳୀର ୨୮୦ ଟି ବୁଥରେ ୧୨୫୯୩୯ ପୁରୁଷ,୧୧୮୧୬୩ ମହିଳା ଓ ୪ ଜଣ ଅନ୍ୟାନ୍ୟ ଭୋଟର ମତଦାନ କରିବାକୁ ଥିବା ବେଳେ ନିମାପଡା ନିର୍ବାଚନ ମଣ୍ଡଳୀ ର ୨୮୦ ବୁଥ ରେ ୧୨୬୭୧୨ ପୁରୁଷ, ୧୨୦୮୭୨ ମହିଳା ଓ ୮ ଜଣ ଅନ୍ୟାନ୍ୟ ଭୋଟର ମତଦାନ କରିବେ।ଏହି ଦୁଇ ନିର୍ବାଚନ ମଣ୍ଡଳୀ ରେ ୧୮ ରୁ ୧୯ ବର୍ଷ ବୟସର ୧୧୦୦୩ ଜଣ, ୨୦ ରୁ ୨୯ ବୟସ ର ୮୯୩୫୨ ଜଣ, ୩୦ ରୁ ୩୯ ବୟସର ୧୦୦୯୬ ଜଣ,୪୦ ରୁ ୪୯ ବୟସର ୧୦୯୯୬୮ ଜଣ, ୫୦ ରୁ ୫୯ ବୟସର ୭୮୪୧୯, ୬୦ ରୁ ୬୯ ବୟସର ୫୫୩୬୯ ଜଣ, ୭୦ ରୂ ୭୯ ବୟସର ୩୧୩୬୨ ଜଣ,୮୦ ରୁ ୮୯ ବୟସ ର ୧୨୯୭୯ ଜଣ,୯୦ ରୁ ୯୯ ବୟସ ର ୭୪୫୬,୧୦୦ ରୁ ୧୦୯ ବର୍ଷ ବୟସ ର ୨୦୧ ଜଣ ଓ ୧୧୦ ରୁ ୧୨୦ ମଧ୍ୟରେ ଥିବା ୯ ଜଣ ଭୋଟର ସେମାନଙ୍କ ଗଣତାନ୍ତ୍ରିକ ଅଧିକାର ସାବ୍ୟସ୍ତ କରିବେ। ନିର୍ବାଚନ ଗଣତନ୍ତ୍ର ର ମହାପର୍ବ।ତେଣୁ ସମସ୍ତ ଭୋଟର ମାନେ ସେମାନଙ୍କ ନିର୍ଦ୍ଧାରିତ ବୁଥ ମାନଙ୍କ ରେ ନିଶ୍ଚିତ ମତଦାନ କରିବାକୁ ଜିଲ୍ଲାପାଳ ଶ୍ରୀ ସ୍ୱାଇଁ, କାକଟପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ର ରିଟର୍ଣ୍ଣିଂ ଅଫିସର ତଥା ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ କୈଳାସ ଚନ୍ଦ୍ର ନାୟକ, ନିମାପଡା ବିଧାନସଭା ନିର୍ବାଚନ ମଣ୍ଡଳୀ ର ରିଟର୍ଣ୍ଣିଂ ଅଫିସର ତଥା ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ ଅନୁରୋଧ କରିଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More