ଜିଲ୍ଲା କଂଗ୍ରେସ କମିଟିର ବୈଠକ ଅନୁଷ୍ଠିତ

80

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ) : – – ଗୁରୁବାର ପାପଡାହାଣ୍ଡି ବ୍ଲକ ସଦର ପଞ୍ଚାୟତ ସ୍ଥିତ ଦଳେଇଗୁଡ଼ା ଧର୍ମଶାଳା ଠାରେ ନବରଙ୍ଗପୁର ଜିଲ୍ଲା କଂଗ୍ରେସ ସଭାପତି ତଥା ଡାବୁଗାଁ ପୂର୍ବତନ ବିଧାୟକ ଭୁଜବଳ ମାଝିଙ୍କ ସଭାପତିତ୍ୱ ରେ ଜିଲ୍ଲା କଂଗ୍ରେସ କମିଟି ର ବୈଠକ ଅନୁଷ୍ଠିତ ହୋଇଯାଇଛି | ଏହି ବୈଠକରେ ଏ ଆଇ ସି ସି ସମ୍ପାଦକ ସହନବାଜ ହୁସେନ ଏବଂ ଏ ଆଇ ସି ସି ସାଧାରଣ ସମ୍ପାଦକ ମୁଦସା ଚୌଧୁରୀ ଯୋଗ ଦେଇଥିଲେ | ଏହି ବୈଠକରେ ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ମୁନ୍ନା ତ୍ରିପାଠୀ , ପୂର୍ବତନ କୋଡ଼ିଙ୍ଗା ବିଧାୟକ ସଦନ ନାୟକ , ଜିଲ୍ଲା କଂଗ୍ରେସ ଯୁବ ସଭାନେତ୍ରୀ ଡ଼. ଲିପିକା ମାଝୀ , ଏ ଆଇ ସି ସି ସଭ୍ୟା ମିନାକ୍ଷୀ ତ୍ରିପାଠୀ , ଏ ଆଇ ସି ସି ସଭ୍ୟ ମୁନା ପାଢ଼ୀ , ଜିଲ୍ଲାର ବରିଷ୍ଠ କଂଗ୍ରେସ କର୍ମୀ , ନବରଙ୍ଗପୁର ଜିଲ୍ଲା ୧୦ ଗୋଟି ବ୍ଲକ ର ସଭାପତି, ସମ୍ପାଦକ , ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି , ପ୍ରମୁଖ ଉପସ୍ଥିତ ଥିଲେ | ଏହି ବୈଠକରେ ଜିଲ୍ଲାର ଚାରୋଟି ବିଧାନସଭା ଏବଂ ଗୋଟିଏ ନବରଙ୍ଗପୁର ଲୋକସଭା ଆସନରୁ ଟିକଟ ଆଶାୟୀ ପାର୍ଥି ପ୍ରମୁଖ ଉପସ୍ଥିତ ଥିଲେ | ଆଗାମୀ ସାଧାରଣ ନିର୍ବାଚନ କୁ ଆଖି ଆଗରେ ରଖି ଏହି ବୈଠକ ଅନୁଷ୍ଠିତ ହୋଇଥିଲା ବୋଲି ଶ୍ରୀ ମାଝୀ ତାଙ୍କ ପ୍ରତିକ୍ରିୟା ରଖିଥିଲେ | ଏହି ବୈଠକରେ ଏ ଆଇ ସି ସି ସମ୍ପାଦକ ସହନବାଜ ହୁସେନ କଂଗ୍ରେସ କମିଟି ସଭାପତି ମଲ୍ଲୀକାର୍ଜୁନ ଖଡ଼ଗେଙ୍କ ବାର୍ତ୍ତା ନେଇ ଆସିଛନ୍ତି ବୋଲି କହିଥିଲେ | ଆଗାମୀ ନିର୍ବାଚନ କୁ କିଭଳି ଭାବେ ଜିଲ୍ଲାର ଚାରିଗୋଟି ବିଧାନସଭା ଏବଂ ଗୋଟିଏ ଲୋକସଭା ଆସନରେ କଂଗ୍ରେସ କୁ ବିପୁଳ ଭୋଟ ମାଧ୍ୟମରେ ଜିତାଇବା ପାଇଁ ଗୁରୁମନ୍ତ୍ର ଦେଇଥିଲେ | ଆଗାମୀ ନିର୍ବାଚନ ରେ କଂଗ୍ରେସ ଗୋଷ୍ଠୀ କନ୍ଦଳକୁ ଦୂର କରି ଏକ ପରିବାର ହୋଇ ନିର୍ବାଚନ ମୈଦାନ କୁ ଓଲ୍ଲାଇବାକୁ କହିଥିଲେ | ଏ ଆଇ ସି ସି ସମ୍ପାଦକ ସହନବାଜ ହୁସେନ ଏହି ବୈଠକରେ କଂଗ୍ରେସ କର୍ମୀଙ୍କୁ ଉତ୍ସାହିତ କରିଥିବା ପରିଲକ୍ଷିତ ହୋଇଛି | ନୂତନ ଆଶା ଏବଂ ଉତ୍କଣ୍ଠା ନେଇ ଜିଲ୍ଲା କଂଗ୍ରେସ କମିଟି ନିର୍ବାଚନ ମୈଦାନ କୁ ଓଲ୍ଲାଇବ ବୋଲି ଜିଲ୍ଲା ସଭାପତି ଶ୍ରୀ ମାଝୀ ତାଙ୍କ ପ୍ରତିକ୍ରିୟା ରଖିଥିଲେ | ଶ୍ରୀ ହୁସେନ ଆଗାମୀ ସାଧାରଣ ନିର୍ବାଚନ ଲଢ଼ିବାକୁ ଯେଉଁ ଆଶାୟୀ ପାର୍ଥି ମାନେ ଇଛୁକ ସେମାନେ ଅନଲାଇନ ମାଧ୍ୟମରେ ନିଜ ନାମ ପଞ୍ଜିକରଣ କରି ପାରିବେ ବୋଲି ଉପସ୍ଥିତ କର୍ମୀ ମାନଙ୍କୁ ସୂଚନା ଦେଇଥିଲେ | ଶେଷରେ ଶ୍ରୀ ମାଝୀ ଉପସ୍ଥିତ ସମସ୍ତ କର୍ମୀ ମାନଙ୍କୁ ଧନ୍ୟବାଦ ପ୍ରଦାନ କରି ସଭା ସାଙ୍ଗ କରିଥିଲେ |ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିଉଜ୍ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More