ଜନତାଙ୍କ ମୁହଁରେ କିଏ ଫୁଟାଇବ ହସ ?

74

Get real time updates directly on you device, subscribe now.

ନରସିଂହପୁର(ସଂଘର୍ଷ ମିଡିଆ) : – ବିଜେଡିର ପାର୍ଥି ଦେବୀ ମିଶ୍ର ଘୋଷଣା ପରେ କିଏ ଧରିବ ବିଜେପିର ମଙ୍ଗ ? ଏହାକୁ ନେଇ ଚର୍ଚା ଜୋର ଧରିଛି ।ଏପଟେ ସମ୍ବିତ ସେପଟେ ଆଉଜଣେ ପୁରୁଖା ନେତା ବିଜୟ ? କିଏ କରିବ ସାଧାରଣ ଜନତାଙ୍କ ସମସ୍ୟାର ସମାଧାନ ?ବଡମ୍ବା ନରସିଂହପୁର ନିର୍ବାଚନ ମଣ୍ଡଳୀ 72 ପଞ୍ଚାୟତକୁ ନେଇ ବିଜେପି ଟିକେଟ୍‌ ପାଇବା ପାଇଁ ଦୁଇ ଜଣ ଆଶାଇ ଥିବା ବିଜୟ ଦଳ ବେହେରା ଏବଂ ସମ୍ବିତ ତ୍ରିପାଠୀଙ୍କ ଭିତରେ ଜୋରଦାର ଅଙ୍କକଷା ଆରମ୍ଭ ହୋଇଗଲାଣି । ବିଜେପି ପକ୍ଷରୁ ବିଧାୟକ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବାରେ ବିଳମ୍ବକୁ ନେଇ ନିଜେ ଆଶାୟୀ ପ୍ରାର୍ଥୀ ଏବଂ ସାଧାରଣ କର୍ମୀ ଓ ଭୋଟର ମଧ୍ୟରେ ଦ୍ବନ୍ଦ ରହୁଥିବା ଲକ୍ଷ୍ୟ କରାଯାଉଛି । ଗତ 30 ବର୍ଷ ଧରି ବଡମ୍ବା ନରସିଂହପୁରରେ ବିଜେଡି ମଙ୍ଗୁଆଳ ସାଜିଥିବା ଆଶାୟୀ ବିଧାୟକ ପ୍ରାର୍ଥୀ ଦେବୀ ପ୍ରସାଦ ମିଶ୍ର କିଛିଦିନ ହେବ ବଡମ୍ବା ନରସିଂହପୁର ନିର୍ବାଚନ ମଣ୍ଡଳୀ ସମସ୍ତ ପଞ୍ଚାୟତର ଛାମୁଆଁ କର୍ମୀ ଓ ସଂଗଠକମାନଙ୍କୁ ନେଇ ସମାବେଶ ସମ୍ମିଳନୀ ଆରମ୍ଭ ହୋଇଗଲାଣି ବୋଲି ବାହାରେ ଶୁଣିବାକୁ ମିଳୁଛି । ବଡମ୍ବା ନରସିଂହପୁରରେ ବିଜେପି ପତିଆରା ବଢ଼ୁଥିବା ଆଧାରରେ ସାଂପ୍ରତିକ ରାଜ୍ୟ ରାଜନୀତିର ଅନ୍ୟତମ ଶ୍ରୀଯୁକ୍ତ ବିଜୟ ଦଳ ବେହେରା ଯଥେଷ୍ଟ ସ୍ନେହଶ୍ରଦ୍ଧା ଓ ଆଶୀର୍ବାଦ ରହିଆସିଥିବାର ବହୁ ଦୃଷ୍ଟାନ୍ତ ରହିଛି। ସାଧାରଣ ସଭା ସମିତି ଏବଂ ସାମାଜିକ ଓ ପାରିବାରିକ ଉତ୍ସବରେ ବିଜୟ ଦଳବେହେରାଙ୍କର ସମ୍ମାନ ଓ ସୌଜନ୍ୟତା ଅଧୁନା ଉଦାହରଣୀୟ ବୋଲି ସାଧାରଣରେ ଚର୍ଚ୍ଚା ବେଶ ଜୋର ଧରିଛି । ବିଜେଡି ବିଧାୟକ ପ୍ରାର୍ଥୀ ଦେବୀ ମିଶ୍ରଙ୍କୁ ବିଜୟ ଦଳ ବେହେରା କଡା ଟକ୍କର ଦେବେ ବୋଲି ଆଲୋଚନା ହେଉଛି ।ସମ୍ବିଦ ତ୍ରିପାଠୀ ଅଳ୍ପ ଦିନ ହେଲା ଭୋଟରଙ୍କ ପାଖରେ ପହଂଚି ଥିଲେ ବି କୌଣସି ବିଜେଡି ବିରୁଦ୍ଧରେ ପଦୁଟିଏ ହେଲେ ବି ଦେଖିବାକୁ ମିଳିନି । ଏମିତିରେ ବଡମ୍ବା ନରସିଂହପୁର ନିର୍ବାଚନମଣ୍ଡଳୀରେ ଦଳୀୟ ପ୍ରାର୍ଥୀ ଚୟନ ଏବଂ ନିର୍ବାଚନ ପ୍ରଚାର ଓ ପରିଚାଳନା କ୍ଷେତ୍ରରେ ରାଜ୍ୟ ବିଜେପି କର୍ମୀ ମାନଙ୍କ ଆଗାମୀ ଆଭିମୁଖ୍ୟକୁ ନେଇ ବିଭିନ୍ନ ଖଟି ଓ ଚା’ଦୋକାନରେ ଭିନ୍ନଭିନ୍ନ ମତ ପ୍ରକାଶ ପାଉଛି। ବିଜେପି ପ୍ରାର୍ଥୀ ଚୟନରେ ଯେତିକି ବିଳମ୍ବ ହେଉଛି ଦଳୀୟ କର୍ମକର୍ତ୍ତାଙ୍କ ମଧ୍ୟରେ ଛାତି ରେ ଛନକା ପଶିବାର ଭୟ ଦେଖା ଯାଉଛି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More