ଜଗତସିଂହପୁର(ସଂଘର୍ଷ ମିଡିଆ ) : – ଜଗତସିଂହପୁର ଜିଲ୍ଲାର ସମସ୍ତ ନିର୍ବାଚନ ମଣ୍ଡଳୀ ପାଇଁ ଅଣ୍ଟା ଭିଡ଼ିଲେଣି ଲୋକ ଜନଶକ୍ତି ପାର୍ଟି (ରାମବିଳାସ ) ଏହି ପାର୍ଟି ଦ୍ଵାରା ଜଗତସିଂହପୁର ଜିଲ୍ଲାର ସାରଦା ମଣ୍ଡପ ଠାରେ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଷ୍ଟେଟ ୱାରକିଙ୍ଗ ପ୍ରେସିଡେଣ୍ଟ ଚିତ୍ତରଞ୍ଜନ ମଳିକ,ଷ୍ଟେଟ ସେକ୍ରେଟାରୀ ଓଡିଶା ରତ୍ନାକର ସ୍ୱାଇଁ,ଷ୍ଟେଟ ୱାରର୍କିଙ୍ଗ ଭାଇସ ପ୍ରେସିଡେଣ୍ଟ ନୀଳକଣ୍ଠ ମଳିକ,ଷ୍ଟେଟ ଲିଗାଲ ପ୍ରେସିଡେଣ୍ଟ ଅବନୀ ପାତ୍ର,ଓଡିଶା ମହିଳା ସେଲ ଅନିତା ନାୟକ,ସମସ୍ତଙ୍କ ଉପସ୍ଥିତରେ ଆଜି ଜଗତସିଂହପୁର ନିର୍ବାଚନ ପାଇଁ ଲୋକ ଜନଶକ୍ତି ପାର୍ଟି ତରଫରୁ ଓଡିଶା ହାଇକୋର୍ଟ ରେ କାର୍ଯ୍ୟରତ ବରିଷ୍ଠ ଓକିଲ ଲିଙ୍କରାଜ ମହାନ୍ତିଙ୍କୁ ଦଳ ଆସ୍ତା ପ୍ରକଟ କରିଛି। ବରିଷ୍ଠ ଓକିଲ ଲିଙ୍ଗରାଜ ଜଣେ ମିଷ୍ଟଭାସି ସେ ତାଙ୍କ ବ୍ୟବହାରରେ ଜଗତସିଂହପୁର ନିର୍ବାଚନ ମଣ୍ଡଳୀରେ ବିପୁଳ ପରିମାଣରେ ଭୋଟ ପାଇ ଜିତିବେ ବୋଲି ଦଳ ଆସ୍ତା ପ୍ରକଟ କରିଛି। ଜଗତସିଂହପୁରରୁ ପ୍ରଫୁଲ୍ଲ କୁମାର ସାହୁଙ୍କ ରିପୋର୍ଟ ।