ଜଗତସିଂହପୁରରେ ଅମରେନ୍ଦ୍ର ଦାସଙ୍କ ବାଜିମାତ, ଲୁଣିପାଣିରେ ଫୁଟିଲା ପଦ୍ମ

34

Get real time updates directly on you device, subscribe now.

ଜଗତସିଂହପୁର(ସଂଘର୍ଷ ମିଡିଆ) : – ଜଗତସିଂହପୁରରେ ଅଦିନିଆ ବର୍ଷାରେ ପଦ୍ମ ଫୁଟିଲା । ଓଡିଶାରେ ଦେଖନ୍ତୁ ହଁ ଆଜ୍ଞା ଦେଖନ୍ତୁ ବିଯୁଜନତା ଦଳର ବିପଜୟ ଘଟିଲା । ମୋଦି ମ୍ୟାଜିକ କାମକଲା । ସୂଚନା ମୁତାବକ ଜଗତସିଂହପୁର ନିର୍ବାଚନ ମଣ୍ଡଳୀରେ ବିଯୁଜନତା ଦଳର ପତନ ଘଟିଛି। ମାଟିର ପୁଅ ନିଜ ମାଟିରେ ଜବାବ ଦେଇଛି। ମୁଦୁଲି ରାଜନୀତିରେ ମାହିର ଥିଲେ କିନ୍ତୁ ଅମରେନ୍ଦ୍ର ରାଜନୀତି କଣ କେମିତି ହୁଏ ଶିଖାଇ ଦେଲେ। 2024 ନିର୍ବାଚନ ରୋଚକ ମୋଡ଼ରେ ଥିଲା ସମସ୍ତଙ୍କ ଦଳୀୟ କର୍ମୀ କହି ବୁଲୁଥିଲେ ଆମେ ଜିତିବୁ। ଜଗତସିଂହପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେପିର ବିଜୟ ଯାତ୍ରାକୁ ନେଇ ଅଦିନିଆ ଦିୱାଲି ଦେଖିବାକୁ ମିଳିଛି। ବିଧାୟକ ପ୍ରାଥୀ ଅମରେନ୍ଦ୍ର ଦାସ ଙ୍କୁ 91650 ମିଳିଥିବା ବେଳେ ବିଜୁଜନତା ଦଳ ପ୍ରାଥୀ ପ୍ରଶାନ୍ତ କୁମାର ମୁଦୁଲି 69967 ପାଇଛନ୍ତି। ବିଜେପି ପ୍ରାଥୀ ଅମରେନ୍ଦ୍ର ଦାସ 21683 ଭୋଟ ବ୍ୟବଧାନରେ ବିଜୟ ଲାଭ କରିଛନ୍ତି। ବିଜୟ ଲାଭ ହେବାପରେ ବିଜେଡି ଧରାଶାୟୀ ହୋଇଯାଇଛି। ବିଜୟୀ ପ୍ରାଥୀ ଅମରେନ୍ଦ୍ର ମତଦେଇଛନ୍ତି, ସାଧାରଣ ଲୋକଙ୍କ କଥାକୁ ଅଗ୍ରାଧିକାର ଦେବି ସମସ୍ତଙ୍କ ସୁଖ ଦୁଃଖରେ ସହାୟ ହେବି ମୋର ପ୍ରଥମ ଲକ୍ଷ ହେବ। ଜଗତସିଂହପୁରରୁ ପ୍ରଫୁଲ୍ଲ କୁମାର ସାହୁଙ୍କ ରିପୋର୍ଟ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More