କାହାର ହେବ ଚାନ୍ଦବାଲି ?

21

Get real time updates directly on you device, subscribe now.

ଭୁବନେଶ୍ବର(ସଂଘର୍ଷ ମିଡିଆ) : – ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ଏକ ଚର୍ଚିତ ନିର୍ବାଚନ ମଣ୍ଡଳୀ । ନିର୍ବାଚନ ମଇଦାନରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମାଲ ଓ ବିଜେଡ଼ିର ବ୍ୟୋମକେଶ ରାୟ । ରଣାଙ୍ଗନରେ ଦୁଇ ଦଳର ହେଭିୱେଟ ନେତା । ଚାଲିଛି ପ୍ରଚାର । ପ୍ରାର୍ଥୀ ମାନେ ନିଜ ନିଜ ସପକ୍ଷରେ ଭୋଟରଙ୍କ ଦ୍ଵାରସ୍ଥ ହେଉଛନ୍ତି । ୨୦୦୯ରୁ ୨୦୧୯ ପର୍ଯ୍ୟନ୍ତ କ୍ରମାନ୍ଵୟରେ ବିଜେଡ଼ି ଚାନ୍ଦବାଲି ସିଟକୁ ଅକ୍ତିଆରରେ ରଖିଛି । ୨୦୦୯ ମସିହାରେ ହୋଇଥିବା ବିଧାନସଭା ନିର୍ବାଚନରେ ବିଜୁ ଜନତା ଦଳ ସମର୍ଥିତ ବିଜୟ ନାୟକ ୫୮ହଜାର ୪୬୭ଖଣ୍ଡ ଭୋଟ ପାଇ ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ। ନିଜର ନିକଟତମ ପ୍ରତିଦ୍ୱନ୍ଦି ଜାତୀୟ କଂଗ୍ରେସ ଦଳର ପ୍ରାର୍ଥୀ ଅମୀୟ କୁମାର ମହାପାତ୍ର ୫୦ହଜାର ୮୫୪ଖଣ୍ଡ ଭୋଟ ପାଇ ଦ୍ୱିତୀୟ ସ୍ଥାନରେ ଏବଂ ଭାରତୀୟ ଜନତା ପାର୍ଟି ସମର୍ଥିତ ପୂର୍ଣଚନ୍ଦ୍ର ପାଣି ୧୪ହଜାର ୭୮୪ଖଣ୍ଡ ଭୋଟ ହାତେଇଥିଲେ। ୨୦୦୯ ମସିହାରୁ ୨୦୧୪ ମସିହା ପର୍ଯ୍ୟନ୍ତ ଭାରତୀୟ ଜାତୀୟ କଂଗ୍ରେସର ଭୋଟ ହାର କ୍ରମାନ୍ୱୟରେ କମି କମି ଚାଲିଛି।୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ସମର୍ଥିତ ପ୍ରାର୍ଥୀ ବ୍ୟୋମକେଶ ରାୟ ୬୮ହଜାର ୫୫୭ଖଣ୍ଡ ଭୋଟ ପାଇ ବିଧାନସଭାକୁ ନିର୍ବାଚିତ ହୋଇଥିବା ବେଳେ ଦ୍ୱିତୀୟ ସ୍ଥାନରେ ଭାରତୀୟ ଜାତୀୟ କଂଗ୍ରେସ ସମର୍ଥିତ ଅମୀୟ କୁମାର ମହାପାତ୍ର ୪୩, ୬୬୭୪ଖଣ୍ଡ ଭୋଟ ପାଇଥିବା ବେଳେ ଭାରତୀୟ ଜନତା ପାର୍ଟି ସମର୍ଥିତ ମନମୋହନ ସାମଲ ୩୮, ୯୫୨ଖଣ୍ଡ ଭୋଟ ପାଇଥିଲେ। ସେହିପରି ୨୦୧୯ ମସିହା ନିର୍ବାଚନରେ ବିଜୁ ଜନତା ଦଳର ପ୍ରାର୍ଥୀ ବ୍ୟୋମକେଶ ରାୟ ୭୭, ୩୧୩ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିବା ବେଳେ ଦ୍ୱିତୀୟ ସ୍ଥାନରେ ଭାରତୀୟ ଜନତା ପାର୍ଟି ସମର୍ଥିତ ମନମୋହନ ସାମଲ୬୯, ୨୩୩ଖଣ୍ଡ ଭୋଟ ଏବଂ ତୃତୀୟ ସ୍ଥାନରେ ଭାରତୀୟ ଜାତୀୟ କଂଗ୍ରେସ ଦଳର ପ୍ରାର୍ଥୀ ଦିଗମ୍ବର ଦାସ ୩୦୧୪୬ଖଣ୍ଡ ଭୋଟ ପାଇଥିଲେ। ଚଳିତ ନିର୍ବାଚନରେ ବିଜୁ ଜନତା ଦଳ ସମର୍ଥିତ ବ୍ୟୋମକେଶ ରାୟ ବିଜେଡ଼ିରୁ ପ୍ରାର୍ଥୀ ହୋଇଥିବା ବେଳେ ଅମୀୟ କୁମାର ମହାପାତ୍ର ଭାରତୀୟ ଜାତୀୟ କଂଗ୍ରେସରୁ ଏବଂ ଭାରତୀୟ ଜନତା ପାର୍ଟିରୁ ରାଜ୍ୟ ସଭାପତି ମନମୋହନ ସାମଲ ପ୍ରାର୍ଥୀ ହୋଇଛନ୍ତି। ବିଗତ ଦିନ ମାନଙ୍କରେ ବିଜେପିର ଭୋଟ ହାର ବଢୁଥିବା ବେଳେ , କଂଗ୍ରେସ ଦିତୀୟ ସ୍ଥାନରେ ରହି ଆସିଅଛି । ଚଳିତ ନିର୍ବାଚନରେ ବାବୁ ମନମୋହନ ସାମଲ କେତେଦୂର ସମର୍ଥ ହେବେ ନିର୍ବାଚନ ବୈତରଣୀ ପାର ହେବାକୁ ? ସମୟ ନିଶ୍ଚୟ ଉତ୍ତର ଦେବ ? ବରିଷ୍ଠ ସାମ୍ବାଦିକ ରବି ରାୟଙ୍କ ରିପୋର୍ଟ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More