କଟକ ( ସଂଘର୍ଷ ମିଡିଆ ) : କଟକ ଜିଲ୍ଲା କଣ୍ଟାପଡା ବ୍ଲକ ଗୋବିନ୍ଦପୁର ମଣ୍ଡଳ ତରଫରୁ ସଭାପତି ବାବୁଲି ଚରଣ ବେହେରାଙ୍କ ନେତୃତ୍ୱରେ ଗୋବିନ୍ଦପୁର ମେଡିକାଲ ପଡିଆରେ ଭାରତୀୟ ଜନତା ପାର୍ଟି ର 41ତମ ପ୍ରତିଷ୍ଠା ଦିବସ ପାଳନ ହୋଇଥିଲା।ଲୋକଙ୍କ ବିଭିନ୍ନ ସମସ୍ୟା ପାଖରେ ପହଂଚି ତାର ସମାଧାନ କିପରି କରାଯାଇପାରିବ ଚେଷ୍ଟା କରିବା ପାଇଁ ସମସ୍ତ କର୍ମୀମାନଙ୍କୁ ସଭାପତି ଅହ୍ଵାନ ଦେଇଥିଲେ।କୋଭିଡ ନିୟମକୁ ମାନି ଅଳ୍ପସଂଖ୍ୟକ କର୍ମୀମାନଙ୍କୁ ନେଇ ପାଳନ କରାଯାଇଥିଲା।ଗୋବିନ୍ଦପୁର ପଞ୍ଚାୟତ ର ସରପଞ୍ଚ ଲଲାଟେନ୍ଦୁ ପ୍ରସାଦ ଦାଶ, ପ୍ରଶାନ୍ତ କୁମାର ବେହେରା,ପ୍ରତାପ ସ୍ୱାଇଁ,ବିଶ୍ବମ୍ବର ବାବୁ,ସଞ୍ଜୟ ବାବୁ ,ମହିଳ।ମୋର୍ଚା ସଭାପତି ନିର୍ମଳା ମହାରଣା ପ୍ରମୁଖ ଯୋଗ ଦେଇଥିଲେ।ସଭା ଶେଷରେ ସଭାପତି ଙ୍କ ସହିତ ସମସ୍ତ କର୍ମୀମାନେ ଦୁର୍ଘଟଣାଗ୍ରସ୍ତ ଗୋବିନ୍ଦପୁର ର ରାଜକିଶୋର ବାରିକଙ୍କ ଘରକୁ ଯାଇ ଦେଖାକରି ଫଳ ଅର୍ପଣ କରିଥିଲେ। କଣ୍ଟାପଡାରୁ ସନ୍ତୋଷ ପ୍ରଧାନ ଓ କ୍ୟାମେରାମାନ ରାଜକିଶୋର ଦାସଙ୍କ ରିପୋର୍ଟ ସଂଘର୍ଷ ମିଡିଆ ।