ଗଞ୍ଜାମ ( ସଂଘର୍ଷ ମିଡିଆ ) : ସମସ୍ତ ପଞ୍ଜିକୃତ ଚାଷୀଙ୍କ ଠାରୁ ଧାନ ଯୁଦ୍ଧକାଳୀନ ଭିତ୍ତିରେ ମଣ୍ଡିରେ କିଣିବା ଦାବି ନେଇ ବିଜେପି ପକ୍ଷରୁ ଜିଲ୍ଲା ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିବା ସହ ମୁଖ୍ୟ ଯୋଗାଣ ଅଧିକାରୀ ଉମାଶଙ୍କର ପତିଙ୍କୁ ଭେଟି ଏକ ଦାବି ପତ୍ର ପ୍ରଦାନ କରିଛନ୍ତି। ଦାବି ମୁତାବକ ଗଞ୍ଜାମ ଜିଲ୍ଲାରେ ଚଳିତ ଖରିଫ ଋତୁରେ ୧୨ ଲକ୍ଷ ମେଟ୍ରିକ୍ ଟନ୍ ଉତ୍ପାଦନ ହୋଇଥିବା ବେଳେ ୮ ଲକ୍ଷ ମେଟ୍ରିକ୍ ଟନ୍ ଧାନ କିଣିବା ଧାର୍ଯ୍ୟ କରି ବଳକା ୪ ଲକ୍ଷ ଉତ୍ପାଦନ କରିଥିବା ଚାଷୀକୁ ହତାଶ କରିଛି ସମସ୍ତ ପଞ୍ଜିକୃତ ଚାଷୀଙ୍କ ଠାରୁ ତୁରନ୍ତ ଧନ କିଣିବା, ମଣ୍ଡି ସକାଳ ୮ ଘଣ୍ଟା ଠାରୁ ସନ୍ଧ୍ୟା ୬ ଘଣ୍ଟା ପର୍ଯ୍ୟନ୍ତ ଖୋଲିବା, ଅଖା ଓ ପରିବହନ ଖର୍ଚ୍ଚ ଆଗୁଆ, ସଠିକ ଦର ଓଜନରେ ଚାଷୀଙ୍କ ଠାରୁ ଧାନ କିଣା ଯାଉ ଓ ମୁଣ୍ଡିକୁ ସମ୍ପୁର୍ଣ ଟାର୍ଗେଟ ଦିଆଯିବା ସହ ପଞ୍ଜିକରଣ ହୋଇନଥିବା ଚାଷୀଙ୍କ ଧାନ ମଧ୍ୟ କିଣିବା ପ୍ରମୁଖ ଦାବି ଯଥା ଶୀଘ୍ର ପୂରଣ କରିବାକୁ ଲିଖିତ ଆକାରରେ ଦେଇଛନ୍ତି। ସୂଚନା ଥାଉ ଗଞ୍ଜାମ ଜିଲ୍ଲାରେ ମୋଟ ୧ ଲକ୍ଷ ୩୯ ହଜାର ୬୪୮ ଜଣ ଚାଷୀ ପଞ୍ଜିକୃତ କରିଥିବା ବେଳେ, ୪୧ ଲକ୍ଷ ୧୬ ହଜାର ୪୧୭ କ୍ୱଇଣ୍ଟାଲ୍ ଧାନ ସଂଗ୍ରହ ଟାର୍ଗେଟ ଥିବା ବେଳେ, ୮୨ ହଜାର ୨୯୩ ଜଣ ଚାଷୀଙ୍କ ଠାରୁ ୩୯ ଲକ୍ଷ ୬୨ ହଜାର ୩୨୧ କ୍ୱଇଣ୍ଟାଲ୍ ଧାନ କିଣା ଯାଇଛି। ଦାବି ପ୍ରଦାନ ବେଳେ ବିଜେପି ଜିଲ୍ଲା ସଭାପତି ବିଭୁତି ଜେନା, କାହ୍ନୁଚରଣ ପତି, ଭୃଗୁ ବକ୍ସିପାତ୍ର, ପ୍ରଶାନ୍ତ କର, ପ୍ରଭାତ କିରଣ ଷଡ଼ଙ୍ଗୀ, ଏନ୍ ରାଜେନ୍ଦ୍ର, ପ୍ରମୋଦିନୀ ରାଉତ, ପ୍ରିୟରଞ୍ଜନ ବେହେରାଙ୍କ ସମେତ ଶତାଧିକ ବିଜେପି କୃଷକ ମୋର୍ଚ୍ଚାର କର୍ମୀ ଉପସ୍ଥିତ ଥିଲେ।
Get real time updates directly on you device, subscribe now.